ନମସ୍କାର ବନ୍ଧୁଗଣ । ଆଜିକାଲି ବନ୍ୟ ଜୀବ ଜନ୍ତୁ ଙ୍କୁ ଶିକାର କରିବା ପାଇଁ ଶିକାରୀ ମାନଙ୍କର ଉଗ୍ର ରୂପ ଦେଖିବାକୁ ମିଳୁଛି । ନିରୀହ ପଶୁ ପକ୍ଷୀ ମାନେ ଶିକାରୀ ମାନଙ୍କର ଶିକାର ରେ ନିଜର ଜୀବନ ହାରିବାର ଦେଖିବାକୁ ମିଳିଛି । ଖାଲି ବନ୍ୟ ଜୀବ ଜନ୍ତୁ ନୁହେଁ ଏବେ ତ ମଣିଷ ମାନେ ବି ଶିକାରୀ ମାନଙ୍କର ଶିକାର ପାଲଟି ଗଲେଣି । ଯାହାକୁ ନେଇ ଏବେ ଚାରି ଆଡେ ତର୍କ ବିତରକ ଚାଲିଛି । ତେବେ ଏଭଳି ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ବାଘକୁ ମାରିବାକୁ ଆସିଥିଲେ ହେଲେ ଫରେଷ୍ଟର ଙ୍କୁ ଗୁଳି ମାରି ଚାଲିଗଲେ । ଶିକାର କରିବାକୁ ମନା କରିବାରୁ ଫରେଷ୍ଟରଙ୍କ ଛାତିକୁ କରିଥିଲେ ଗୁଳି । ଅନ୍ଧାର ଭିତରେ ରକ୍ତାକ୍ତ କରି ଦେଇଥିଲେ ଫରେଷ୍ଟର ଙ୍କୁ । ହଁ ଦର୍ଶକ ବନ୍ଧୁ ଏବେ ଜଙ୍ଗଲରେ ମାତିଛନ୍ତି ଶିକାରୀ । ହାତରେ ବନ୍ଧୁକ ଧରି ଅନ୍ଧାର ଭିତରେ ରାଜ କରୁଛନ୍ତି । ଜଙ୍ଗଲକୁ ନିଜର ଘର କରି ଶିକାର କରୁଛନ୍ତି ଫରେଷ୍ଟର ମାନଙ୍କୁ । ଜଣଙ୍କ ପରେ ଜଣେ ବନ ବିଭାଗ କର୍ମଚାରୀ ମାନଙ୍କୁ ଟାର୍ଗେଟ କରୁଛନ୍ତି ।
ଆଉ ଏହାର ପ୍ରତିବାଦ କରିବାରୁ ଛାତିକୁ ଗୁଳି କରି ହତ୍ୟା କରୁଛନ୍ତି । ଏଭଳି ଦ୍ରୁଶ୍ଯ ଏଖିବାକୁ ମିଳିଛି ଶିମିଳିପାଳ ଅଭ୍ୟାୟରଣରେ । ଏଠାରେ ବାଘ ମାନଙ୍କୁ ସଗୃହିତ କରି ରଖାଯାଏ । ଆଉ ଏଭଳି ଜଙ୍ଗଲରେ ଦେଖିବାକୁ ମିଳିଛି ଶିକାରୀ ମାନଙ୍କର ରାଜ । ରାତି ହେଲେ ଲୁଚି ଲୁଚି ବାଘ ମାନଙ୍କର ଶିକାର କରନ୍ତି ଶିକାରୀ । ଆଦି ସେମାନଙ୍କ ସାମ୍ନା କୁ କିଏ ଆସେ ତେବେ ତାଙ୍କୁ ବି ବାଘ ଭଳି ଶିକାର କରନ୍ତି ଶିକାରୀ ମାନେ ।

ଯାହା ପାଇଁ ଜଣେ ଫରେଷ୍ଟରଙ୍କର ଜୀବନ ଚାଲି ଯାଇଛି । ମୃତ ଫରେଷ୍ଟର ଜଣକ ହେଉଛନ୍ତି କେନ୍ଦୁମୁଣ୍ଡି ବାରହା ଗାମୁଡା ସେକ୍ସନ ଗାମୁଛାଚରନ ଫରେଷ୍ଟର ମାଧି ହାନ୍ସା । ବିଳମ୍ବିତ ରାତିରେ ବାଘ ଶିକାର କରିବାକୁ ଆସିଥିବା ବେଳେ ମାଧି ଙ୍କର 40 ଶିକାରୀଙ୍କର ସାମାନା ସାମନି ହୋଇଥିଲା । ଯାହା ଫଳରେ ଶିକାରୀ ମାନେ ଚାରି ପଟୁ ଘେରି ଫରେଷ୍ଟରଙ୍କର ଛାତିକୁ ଗୁଳି କରି ହେରାର ହୋଇ ଯାଇଥିଲେ ।
ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜି ଓ କଖଣ୍ଡ ମେଡିକାଲ କୁ ନିଆ ଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଯଦି ଦେଖିବା ତେବେ ଏହି ଘଟଣା ଘଟିବାର କିଛି ମାସ ପୂର୍ବରୁ ଶିକାରୀ ମାନେ ମାନଙ୍କୁ ଗୁଳି କରି ହତ୍ୟା କରିଥିଲେ । ତା ପରେ ପୋଲିସ ରେଡ କରି ସେମାନଙ୍କୁ ଆରେଷ୍ଟ କରିଥିଲା । କିନ୍ତୁ ଯେମିତି ପୋଲିସ ଚୁପଚାପ ବସିଗଲା ତା ପରେ ଶିକାରୀ ମାନେ ପୁଣି ଥରେ ସକ୍ରିୟ ହୋଇଗଲେ । ପୁଣି ଥରେ ଶିକାରୀ ମାନଙ୍କର ବନ୍ଧୁନ ଗର୍ଜନ କରିବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।