ମତେ ଟିଭି ଆଣି ଦିଅ, ଝାରସୁଗୁଡା ନିର୍ବାଚନର ଭୋଟ ଗଣତି ମୁଁ ଦେଖିବି, ଜେଲ ଭିତରେ ଥାଇ ଟିଭି ପାଇଁ ଜିଦ୍ ଧରିଛି ଗୋପାଳ

ଆଜି ଝାରସୁଗୁଡା ନିର୍ବାଚନର ଫଳାଫଳ ବାହାରିବାକୁ ଯାଉଛି । ବିଜେଡି ଏବଂ ବିଜେପି ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି । ଆଉ ଏହାରି ଭିତରେ ଜେଲ ଭିତରେ ଥାଇ ଗୋପାଳ ଜିଦ୍ ଧରି ବସିଛି କି, ମୋତେ ଟିଭି ଆଣି ଦିଅ । ମୁଁ ଆଜି ଟିଭିରେ ଝାରସୁଗୁଡା ନିର୍ବାଚନ ର ଭୋଟ ଗଣତି ଦେଖିବି । ମୋର ଟିଭି ଦରକାର । ଦୀପାଳି କେତେ ଭୋଟରେ ହାରୁଛି ମୁଁ ଦେଖିବାକୁ ଚାହୁଁଛି । ଆରମ୍ଭରୁ ଶେଷ ଯାଏଁ ସବୁ ଗଣତି ମୁଁ ଦେଖିବାକୁ ଚାହୁଁଛି । କିଛି ବି ମିସ୍ କରିବାକୁ ଚାହୁଁନି ।

ସେଥିପାଇଁ ମୋତେ ଶୀଘ୍ର ଗୋଟେ ଟିଭି ର ବ୍ୟବସ୍ଥା କରିଦିଅ । ଗୋପାଳ ଜେଲରେ ଥାଇ ଏମିତି କିଛି ଜିଦ୍ କରୁଥିବା ଖବର ଏବେ ଶୁଣିବାକୁ ମିଳୁଛି । ଗୋପାଳକୁ ବ୍ୟକ୍ତିଗତ ଭାବେ ଟିଭି ଯୋଡାଇ ଦେବା ପାଇଁ ଜେଲ କତ୍ତୃପକ୍ଷ ସହମତି ପ୍ରକାଶ କରୁ ନଥିବା ବେଳେ ଗୋପାଳର ଏକାଜିଦ୍ କି ସେ ନିର୍ବାଚନ ଫଳାଫଳ ଦେଖିବ । ଆଜ୍ଞା ହଁ, ବିଶେଷ ସୂତ୍ରରୁ ଖବର ମିଳିଛି କି ଗୋପାଳ କୁଆଡେ କହୁଛି ସେ ଆଜି ଝାରସୁଗୁଡା ନିର୍ବାଚନ ଫଳାଫଳ ନିଜ ଆଖିରେ ଦେଖିବାକୁ ଚାହୁଁଛି ।

ଜେଲରେ ସମସ୍ତଙ୍କ ସହ ଟିଭି ଦେଖିବାର ବ୍ୟବସ୍ଥା ଥିଲେ ମଧ୍ୟ ସମସ୍ତଙ୍କ ସହ ଗୋପାଳକୁ ଟିଭି ଦେଖିବାକୁ ଛାଡୁ ନାହାନ୍ତି ଜେଲ କତ୍ତୃପକ୍ଷ । କାରଣ ଜେଲ ଭିତରେ ମଧ୍ୟ ଗୋପାଳର ଅନେକ ଶତ୍ରୁ ରହିଛନ୍ତି । ଯେଉଁମାନେ ଗୋପାଳକୁ ମାରିବାକୁ ଚାହୁଁଛନ୍ତି ବୋଲି ପୂର୍ବରୁ ଦେଖିବାକୁ ମିଳିଥିଲା ।

ତେବେ ଝାରସୁଗୁଡା ଉପନିର୍ବାଚନରେ ଗୋପାଳର ବଡ ହାତ ରହିଛି । ଗୋପାଳ ସକାଶେ ହିଁ ଝାରସୁଗୁଡା ଉପନିର୍ବାଚନ ହେଉଛି । କାରଣ ଚଳିତ ବର୍ଷ ଜାନୁୟାରୀ 29 ତାରିଖ ଦିନ ଏକ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ । ଯାହାପରେ ଉପନିର୍ବାଚନରେ ତାଙ୍କ ଝିଅ ଦୀପାଳି ଦାସ ସ୍ଥାନ ପାଇଥିଲେ । ପେପରରୁ ଖବର ଦେଖି ଗୋପାଳ ଉପନିର୍ବାଚନର ସବୁ ଖବର ରଖୁଛି ।

ସେ ପେପର ପଢିବା ପାଇଁ ମଧ୍ୟ ଜିଦ୍ କରୁଥିବାର ପୂର୍ବରୁ ଶୁଣିବାକୁ ମିଳିଥିଲା । ହେଲେ ଫଳାଫଳକୁ ଅପେକ୍ଷା କରି ପାରୁନି ଗୋପାଳ । ଟିଭି ଦେଖି ଲାଇଭ ଭୋଟ ଗଣତି ଜାଣିବାକୁ ସେ ଜିଦ୍ ଧରି ବସିଛି ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।