ଫସିଲେ ଏହି 4 ବଡ ତାରକା ! Rohit Sharma, Hardik Pandya, Sourav Ganguly ଓ Amir Khan ଙ୍କ ନାଁରେ ରୁଜୁ ହେଲା ସଙ୍ଗୀନ ଅଭିଯୋଗ

ଇଣ୍ଡିଆ କ୍ରିକେଟ ଟିମ୍ କ୍ଯାପଟେନ ରୋହିତ ଶର୍ମା, ପୂର୍ବତନ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଅଭିନେତା ଅମୀର ଖାନ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ରୁଜୁ ହୋଇଛି ସଙ୍ଗୀନ ଅଭିଯୋଗ । ହଁ ଆଜ୍ଞା, ଏମାନଙ୍କ ନାଁରେ କୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଏହି ତାରକାମାନେ ଆଇପିଏଲକୁ ନେଇ ଲୋକଙ୍କୁ ଜୁ-ଆ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଏହି ଅଭିଯୋଗରେ ଉଲ୍ଲେଖ ରହିଛି । ଏମିତି କିଛି ଅଭିଯୋଗ ଆସିବା ପରେ ଏହି ତାରକାମାନେ ହରଡଘଣାରେ ପଡିଛନ୍ତି ।

ଅନଲାଇନ ଗେମିଂ ଆପ୍ ଡ୍ରିମ ଇଲେଭେନ, ଏମପିଏଲ ଭଳି ଅନେକ ଗେମିଂ ଆପ୍ ର ଏମାନେ ବିଜ୍ଞାପନ କରୁଛନ୍ତି ଏବଂଶ ଏଥିରେ ଯୁବପିଢିଙ୍କୁ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏମାନଙ୍କ ବିଜ୍ଞାପନ ଦ୍ଵାରା ଦେଶର ଯୁବପିଢି ଜୁ-ଆ-ଖେ-ଳ ପ୍ରତି ଆକର୍ଷିତ ହେଉଥିବା ଅଭିଯୋଗ ହୋଇଛି । ଯାହା ତାଙ୍କ ଭବିଷ୍ୟତ ଏବଂ ଦେଶ ପାଇଁ ମଧ୍ୟ ବିପଦ ବୋଲି ଏଥିରେ ଦର୍ଶାଯାଇଛି । ସମାଜସେବୀ ତମନ୍ନା ହାସମୀ ଏହି ଅଭିଯୋଗ ଆଣିଛନ୍ତି ।

ଏମାନେ ଜୁ-ଆ-ଖେ-ଳ-କୁ ପ୍ରୋତ୍ସାହିତ କରୁଥିବା ତମନ୍ନା ହୃଦୟଙ୍ଗମ କରିବା ପରେ ସେ ଏନେଇ କୋର୍ଟରେ PIL ଦାଖଲ କରିଛନ୍ତି । ବିହାରର ମୁଜାଫରପୁର ସିଜିଏମ କୋର୍ଟରେ ଏହି ଚାରି ତାରକାଙ୍କ ବିରୋଧରେ ଦାଖଲ କରାଯାଇଛି PIL । ଆଉ ତାଙ୍କ ଅଭିଯୋଗ କେତେ ସଙ୍ଗୀନ ଏହି PIL ରୁ ଜଣାପଡୁଛି । ଏହି ଚାରିଜଣ ବଡ ବଡ ତାରକା ତଥା ରୋହିତ ଶର୍ମା, ସୌରଭ ଗାଙ୍ଗୁଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅମୀର ଖାନ କୁଆଡେ ଯୁବପିଢିଙ୍କୁ ଜୁଆ ଖେଳିବା ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି ।

ସେଥିପାଇଁ ତ ସେମାନେ ଅନଲାଇନ ଗେମିଂ ଆପ୍ ଡ୍ରିମ ଇଲେଭେନ ଏବଂ ଏମପିଏଲ ଭଳି କେତେକେ ଗେମିଂ ଆପ୍ ରେ ବିଜ୍ଞାପନ କରୁଛନ୍ତି । ଏହିସବୁ ଆପ୍ ରେ ୟୁଜର୍ସ 11 ଜଣ ଖେଳାଳିଙ୍କୁ ନେଇ ଟିମ୍ ଗଢିଥାନ୍ତି ଓ ଏହି ଖେଳାଳିଙ୍କ ଉପରେ ସ-ଟ୍ଟା ଲଗାଇଥାନ୍ତି । ଏହି ସଟ୍ଟା ଯଦି ସତ ହୁଏ ତେବେ ୟୁଜର୍ସ ମୋଟାଅଙ୍କର ରୋଜଗାର କରିପାରିବେ ନଚେତ ଲଗେଇଥିବା ଟଙ୍କା ହରେଇ ଦେବେ ।

ଏହି ଖେଳରେ ଏମିତି କିଛି ସର୍ତ୍ତ ଥିବାରୁ ସାମାଜିକ କର୍ମୀ ଏହାକୁ ବିରୋଧ କରିଛନ୍ତି । ଆସନ୍ତା 22 ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ତେବେ କୋର୍ଟଙ୍କ ରାୟକୁ ଏବେ ସମସ୍ତଙ୍କର ଅପେକ୍ଷା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।