କାମ ପାଇବା ଆଶାରେ ଘରଛାଡି ଭୁବନେଶ୍ବର ପଳେଇ ଆସନ୍ତି ଆଉ ଦେହ ଦେଉଛନ୍ତି କି ଦେହ ନେଉଛନ୍ତି… ବଡ ଖୁଲାସା କଲେ Manmay Dey

ଅଭିନେତା ହେବାର ସ୍ଵପ୍ନ ନେଇ ବାଲେଶ୍ଵରରୁ ଭୁବନେଶ୍ବର ଆସିଥିଲେ ମନ୍ମୟ ଦେ । ହେଲେ ଓଲିଉଡରେ ତାଙ୍କ ସ୍ଵପ୍ନ ଭାଙ୍ଗିବା ପରେ ସେ ପୁଣି ଥରେ ନୂଆ ସ୍ଵପ୍ନ ଦେଖିଥିଲେ । ଆଉ ଏଥର ତାଙ୍କ ସ୍ଵପ୍ନକୁ ସାକାର ମଧ୍ୟ କରିଥିଲେ । ଆଜି ୟୁଟ୍ଯୁବରେ ତାଙ୍କର ପ୍ରାୟ 7 ଲକ୍ଷ ପାଖାପାଖି ଫଲୋର୍ସ ଅଛନ୍ତି । ସେ ଯେଉଁ ଅଭିନୟ କରୁଛନ୍ତି ଲୋକେ ସେସବୁକୁ ବେଶ ପସନ୍ଦ କରୁଛନ୍ତି ଏବଂ ବହୁଳ ମାତ୍ରାରେ ଭିୟୁ ମଧ୍ୟ ଆସୁଛି । ତେବେ ମନ୍ମୟ ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ତାଙ୍କ ସଂଘର୍ଷ ସମୟର କିଛି ଅନୁଭୂତି ଶେୟାର କରିଛନ୍ତି ।

ସେ ପ୍ରଥମେ ରିୟାଲିଟି ଶୋ’ “ବିଗ ବ୍ରେକ” ରେ ଭାଗ ନେଇଥିଲେ । ହେଲେ ସେଠାରେ ସେମିଫାଇନାଲରୁ କଟି ଯାଇଥିଲେ । ଯାହାପରେ ତାଙ୍କ ମନ ଭାଙ୍ଗି ଯାଇଥିଲା ଓ ସେଥିପାଇଁ “ସିନେ ଷ୍ଟାର କି ଖୋଜ” ରେ ଆଉ ଭାଗ ନେବାକୁ ଚାହୁଁ ନଥିଲେ । କିନ୍ତୁ ମନ୍ମୟଙ୍କ ବାପା ତାଙ୍କୁ ଉତ୍ସାହିତ କରିଥିଲେ ଓ ବାପାଙ୍କ କଥା ରଖି ସେ ଏହି ଶୋ’ରେ ଭାଗ ନେଇଥିଲେ । ତେବେ ମନ୍ମୟ ସିନେ ଷ୍ଟାର କି ଖୋଜରେ ବିଜେତା ହୋଇଥିଲେ ।

ଆଉ ଏହାପରେ ସେ ଭାବି ନେଇଥିଲେ କି ଏତେ ତାଙ୍କ ପାଖରେ ଅଭିନୟର ଅଫର୍ ସବୁ ଗଦା ହୋଇଯିବ । ହେଲେ ସେମିତି କିଛି ହେଇ ନଥିଲା । ଯାହାପରେ ସେ ଅଡିସନ ଦେବା ଆରମ୍ଭ କରିଥିଲେ । କିନ୍ତୁ ସେଥିରେ ମଧ୍ୟ ପାତରଅନ୍ତର କରା ଯାଉଥିଲା । ନିଉ କମର୍ ମାନଙ୍କୁ ସୁଯୋଗ ଦେବା ବଦଳରେ ପୂର୍ବରୁ ସିରିଏଲରେ ଅଭିନୟ କରୁଥିବା ହିରୋ ମାନଙ୍କୁ ହିଁ ବଛା ଯାଉଥିଲା । ଏପରିକି ସେମାନଙ୍କୁ ଅଲଗା ଟ୍ରିଟମେଣ୍ଟ ମଧ୍ୟ କରାଯାଉଥିଲା ।

ଓଲିଉଡରେ ଦେହ ଦେବାନେବାକୁ ନେଇ ମଧ୍ୟ ମନ୍ମୟ କହିଛନ୍ତି କି, ଇଣ୍ଡଷ୍ଟ୍ରିରେ ଏସବୁ ଚାଲେ । କିଏ କଣ କରୁଛି ସେଗୁଡା ତ ମୁଁ ଭୁଲ କି ଠିକ ବୋଲି କହିବିନି । କାରଣ ଇଣ୍ଡଷ୍ଟ୍ରିର ପୁରା ସିଷ୍ଟମ ହିଁ ସେମିତି ଅଛି । ମନ୍ମୟଙ୍କୁ ଏସବୁ ଜମା ଭଲ ଲାଗି ନଥିଲା । ଯାହାପରେ ସେ ନିଜର ଏକ ଟିମ୍ ବନେଇ ୟୁଟ୍ଯୁବରେ ସର୍ଟ ଭିଡିଓ ସବୁ ବନେଇବା ଆରମ୍ଭ କରିଥିଲେ । ୟୁଟ୍ଯୁବରେ ସେ ବେଶ ସଫଳତା ସାଉଁଟିଛନ୍ତି ।

ଅଭିନୟ କରିବାକୁ ଯେଉଁ ଇଚ୍ଛା ଥିଲା ତାହା ୟୁଟ୍ଯୁବ ମାଧ୍ୟମରେ ପୂରଣ ହେଇଛି । ସେଥିରେ ନିଜେ ନିଜର କ୍ଯାରିୟର ଗଢି ପାରିଛନ୍ତି ତେଣୁ ଖୁବ ଖୁସି ଅଛନ୍ତି । ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି ବୋଲି କହିଛନ୍ତି ମନ୍ମୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।