ଦେଖୁ ଦେଖୁ ମାଡି ଆସିଲା ଜଙ୍ଗଲୀ ଭାଲୁ, ଏମିତି ଜୀବନ ବଞ୍ଚାଇଲେ ତିନିଜଣ ଯୁବତୀ, ଦେଖିଲେ ଭୟରେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ video

କୁହାଯାଏ କି, ବୁଦ୍ଧି ଥିଲେ ବଡ ବଡ ବିପଦ ବି ଆପଣଙ୍କ ଆଗରେ ମୁଣ୍ଡ ନୂଆଁଇଦେବ । ଏକଥାକୁ ପ୍ରମାଣିତ କରୁଥିବା ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଘଞ୍ଚ ଜଙ୍ଗଲ ସାଙ୍ଗକୁ ଶୁନଶାନ ରାସ୍ତା, କେହି କୁଆଡେ ନାହାନ୍ତି । କେବଳ ତିନିଜଣ ଯୁବତୀ ଚାଲି ଚାଲି ଜଙ୍ଗଲ ରାସ୍ତା ଦେଇ ଯାଉଛନ୍ତି । ଏତିକି ବେଳେ ତାଙ୍କ ଆଡକୁ ମାଡି ଆସିଲା ଗୋଟିଏ ବଡ କଳା ଭାଲୁ । କେଜାଣି କେଉଁଠି ଥିଲା ଭାଲୁ ସିଧା ଆସି ପହଞ୍ଚିଗଲା ଯୁବତୀ ମାନଙ୍କ ପାଖରେ ।

ଭାଲୁକୁ ଦେଖି ସେମାନେ ଅବାକ ହୋଇ ସେହି ସ୍ଥାନରେ ଛିଡା ହୋଇ ରହିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯୁବତୀମାନେ କଣ କରିବେ କିଛି ଭାବିବା ଆଗରୁ ହିଁ ଭାଲୁ ତାଙ୍କ ପାଖରେ ଆସି ପହଞ୍ଚି ସାରିଥିଲା । ହେଲେ ସେମାନଙ୍କ ଉପସ୍ଥିତି ବୁଦ୍ଧି ପାଇଁ ଜୀବନ ବଞ୍ଚିଗଲା । ଭାଲୁଟି ପ୍ରଥମେ ଜଣେ ଯୁବତୀଙ୍କ ପାଖକୁ ଯାଇ ତାଙ୍କୁ ଶୁଙ୍ଘିବାକୁ ଲାଗିଲା ।

ଭାଲୁ ପାଖରେ ଥିବା ଜାଣି ଯୁବତୀ ସିଧା ଛିଡା ହୋଇ ରହିଲେ । ଯୁବତୀ ମାନେ ହଲଚଲ ହେଲେନାହିଁ କି କାହାକୁ କିଛି କହିଲେନି । ଯିଏ ଯେଉଁଠି ଥିଲା ସେଇଠି ସେମିତି ମୂର୍ତ୍ତି ଭଳି ଠିଆ ହୋଇଗଲେ । ଆଉ ଭାଲୁଟି ବାରମ୍ବାର ଜଣଙ୍କ ପରେ ଜଣଙ୍କୁ ଶୁଙ୍ଘିବାରେ ଲାଗିଲା ଓ ତାଙ୍କ ହାତ ଗୋଡକୁ ହଲେଇବାକୁ ଲାଗିଲା । ହେଲେ ଯୁବତୀମାନେ ପାଟିତୁଣ୍ଡ ନକରି ସେମିତି ଛିଡା ହୋଇ ରହିଥାନ୍ତି ।

ଶେଷରେ ଭାଲୁଟି ନିରାଶ ହୋଇ ଫେରିଗଲା ଏବଂ ତିନିଜଣ ଯୁବତୀଙ୍କ ଜୀବନ ବଞ୍ଚିଗଲା । ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ସେମାନଙ୍କ ସ୍ଥାନରେ ଆଉ କିଏ ଥିଲେ ହୁଏତ ଚିତ୍କାର କରି ଦୌଡି ପଳାଇବାକୁ ଚେଷ୍ଟା କରିଥାନ୍ତା । ଆଉ ଭାଲୁ ମଧ୍ୟ ଆକ୍ରମଣ କରିଥାନ୍ତା । ହେଲେ ଯୁବତୀମାନେ ବୁଦ୍ଧି ଖଟେଇ ଗୋଟିଏ ସ୍ଥାନରେ ମୁର୍ଦ୍ଦାର ଭଳି ଠିଆ ହୋଇ ରହିଲେ ।

ଭାଲୁ ସେମାନଙ୍କୁ ବାରମ୍ବାର ସୁଙ୍ଘିବା ଓ ହଲେଇବା ପରେ ସେଠାରୁ ଧୀରେ ଧୀରେ ପଳାଇ ଯାଇଥିଲା । ବିପଦ ବେଳେ ଯଦି ଉପସ୍ଥିତ ବୁଦ୍ଧି ଓ ଧୈର୍ଯ୍ୟ ଥାଏ ତେବେ ନିଶ୍ଚିତ ଭାବେ ବଡ ବଡ ବିପଦକୁ ମଧ୍ୟ ଏଡାଇ ଦେଇ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।