ମାଡ ଦେଖି ଦର୍ଶକ ଛାନିଆ, ନାଚଗୀତ ଛାଡି ଯେ ଯୁଆଡେ ପାଇଲେ ଧାଇଁ ପଳେଇଲେ, ଦେଖନ୍ତୁ video

କଳାକାର ଶାନ୍ତି ଶୃଙ୍ଖଳାରେ ମଞ୍ଚ ଉପରେ ନାଚଗୀତ ପରିବେଷଣ କରୁଥିଲେ । ହେଲେ ଏମିତି ମା-ଡ ଦୃଶ୍ୟ ଦେଖିଲେ ଦର୍ଶକ ଛାନିଆ ହୋଇଗଲେ । ଦୁଇ ଗୋଷ୍ଠୀଙ୍କ ସଂ-ଘ-ର୍ଷ ମଧ୍ୟରେ ଦର୍ଶକ ତ ଛାଡ କଳାକାରମାନେ ବି ଜୀବନ ବିକଳରେ ଧାଇଁ ପଳାଇଲେ । ହେଲେ ଅଚାନକ କଣ ହେଲା ଯେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏଭଳି ଭୟଙ୍କର ସଂ-ଘ-ର୍ଷ ଆରମ୍ଭ ହୋଇଗଲା ? ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

ମଞ୍ଚ ଉପରେ ନାଚଗୀତ ଚାଲିଥିଲା ଯାହା ଦର୍ଶକ ଏହାକୁ ଖୁବ ଉପଭୋଗ କରୁଥିଲେ । ହେଲେ ନାଚଗୀତର ଦୃଶ୍ୟ ଏବଂ ଏହାର କିଛି ସମୟ ପରର ଦୃଶ୍ୟ ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । ମଞ୍ଚ ଉପରେ ଏମିତି ସଂ-ଘ-ର୍ଷ ହେଲା ଯେ ଯିଏ ଯାହାକୁ ପାରିଲେ ପିଟି ଚାଲିଲେ । ତେବେ କମେଣ୍ଟ ମରାକୁ କେନ୍ଦ୍ର କରି ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏଭଳି ସଂ-ଘ-ର୍ଷ ହୋଇଥିବା କୁହାଯାଉଛି ।

ନାଚଗୀତର ମାହୋଲ ଭିତରେ କମେଣ୍ଟ ମରା ଯୋଗୁଁ ଆରମ୍ଭ ହୋଇଥିଲା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଡଧରଣର ମା-ର-ପି-ଟ । ଏହି ସଂଘର୍ଷ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ କେହି କାହାକୁ ମାନିବା ପରିସ୍ଥିତିରେ ନଥିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ର ମହୁଲିଆ ଗାଁରେ ଦଣ୍ଡ ନାଚ ରେକର୍ଡ ଡ୍ୟାନ୍ସ  ଚାଲିଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା ।

ସମସ୍ତେ ବା-ଡି ଆଉ ଠେ-ଙ୍ଗା ଧରି ମା-ଡି ଆସିଥିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ପରେ ଆରମ୍ଭ ହୋଇ ଯାଇଥିଲା ସଂଘର୍ଷ । ଏହି ସଂଘର୍ଷ ଯୋଗୁଁ ଉଭୟପକ୍ଷର ଅନେକ ଲୋକ ଗୁରୁତର ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଆଉ ଗତକାଲିର ଏଭଳି ଘଟଣା ପରେ ଗାଁ ରାସ୍ତା ସଂପୂର୍ଣ୍ଣ ଶୁନଶାନ ପଡିଥିବା ଦେଖାଯାଇଛି । ଏକ ସାମୁହିକ କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି କାହିଁକି ଉପୁଜିଲା ଏବେ ବେଲକୁଣ୍ଠା ପୋଲିସ ଏହାର ଖୋଳତାଡ ଆରମ୍ଭ କରିଛି ।

ଯଦିଓ ଏହି ଘଟଣା ସମ୍ପର୍କରେ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ ହେଲେ ସ୍ଥାନୀୟ ଲୋକେ ଏହି ଘଟଣାର ନିନ୍ଦା କରିଛନ୍ତି । ସମସ୍ତ ଗୁରୁତରଙ୍କୁ ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।