ଅଞ୍ଜନା ଦୋରାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡିବ, ନାରୀ ହେଲେ ବି ସେ ଦୁର୍ବଳ ନୁହଁନ୍ତି, ଦେଖନ୍ତୁ video

ସାମାଜିକ ଟାହିଟାପରାକୁ କ୍ଷତିର ନକରି ପେଟପାଟଣା ଲାଗି ଜଣେ ଯୁବତୀ ହୋଇ ମଧ୍ୟ ପରିବା ବିକ୍ରି କରିବା ଭଳି ଧନ୍ଦାକୁ ସେ ଆଦରି ନେଇଛନ୍ତି । ଆଗରୁ ବାଲି ସିମେଟ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ଘର ଚଳାଇବା ସହଜ ନଥିଲା । ନିଜେ କିଛି କରିବାର ଆକାଂକ୍ଷାରେ ସବୁ ବିଧାବିଘ୍ନକୁ ଏଡାଇ ଆଗକୁ ବଢିବାକୁ ଚେଷ୍ଟା କରିଥିଲେ ଅଞ୍ଜନା ଦୋରା । ପ୍ରଥମେ ବ୍ଯାଙ୍କରୁ ଲୋନ ଆଣି ଲୁନା ଗାଡିଟିଏ କିଣିଲେ ।

ଆଉ ତା’ପରେ ଘର ଠାରୁ ବହୁ ଦୂରରେ ଥିବା ଏକ ପରିବା ମାର୍କେଟରୁ ତାଜା ପରିବା ଆଣି ଲୋକଙ୍କୁ ବିକିବା ସହ ଦି’ପଇସା ରୋଜଗାର କରୁଛନ୍ତି ଅଞ୍ଜନା । ସେ ରୋଜଗାର କରି ଦୁଇ ଭଉଣୀଙ୍କୁ ପାଠ ପଢାଉଛନ୍ତି । ତେଣୁ ସରକାର ଯଦି ତାଙ୍କ ଉପରେ ଟିକେ ଦୃଷ୍ଟି ଦିଅନ୍ତେ ଓ ତାଙ୍କୁ ଘରଖଣ୍ଡେ ମିଳନ୍ତା ତେବେ ତାଙ୍କ ପରିବାର ଟିକେ ଭଲରେ ଚଳିପାରିବେ ବୋଲି ଅଞ୍ଜନା କହିଛନ୍ତି । ପରିବାରର ଦାରିଦ୍ର୍ୟତା କାରଣରୁ ଅଷ୍ଟମ ଶ୍ରେଣୀରୁ ପାଠ ଛାଡି ଦେଇଛନ୍ତି ଅଞ୍ଜନା ।

ବଡ ଭାଇ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ଘରେ ବାପା, ମାଆ ଆଉ ଦୁଇ ଭଉଣୀ ଅଛନ୍ତି । ଘରର ବଡ ଭଉଣୀ ହିସାବରେ ଅଞ୍ଜନା ତାଙ୍କ ମୁଣ୍ଡକୁ ଏବେ ସବୁ ବୋଝ ନେଇଛନ୍ତି । ଅଞ୍ଜନା ସ୍ଥିର କରିଛନ୍ତି କି, ନିଜେ ବାହା ହେବେନାହିଁ ବରଂ ଦୁଇ ଭଉଣୀଙ୍କୁ ପାଠ ପଢେଇ ଭଲ ମଣିଷ କରିବେ ।

ଆଉ ସେଥିପାଇଁ ବାପାମା’ଙ୍କ ପାଇଁ ସେ ବଡ ପୁଅ ସାଜିଛନ୍ତି । ଗ୍ରାମବାସୀ ମଧ୍ୟ କୁହନ୍ତି କି, ଅଞ୍ଜନାଙ୍କ ଘର ପରିବାର ବହୁତ ଗରିବ । ଅଞ୍ଜନା ପରିବା ବେପାର କରି ତା’ ପରିବାର ପୋଷୁଛି । ଆଜିକାଲିର ମହିଳା ଯେ ଦୁର୍ବଳ ନୁହନ୍ତି ଅଞ୍ଜନା ନିଜେ ଏହାର ଜ୍ଵଳନ୍ତ ଉଦାହରଣ । ଅଞ୍ଜନାଙ୍କ ବାପା ଜଣେ ବଧିର ହୋଇଥିଲେ ମଧ୍ୟ ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ କି ଗରିବ ପରିବାର ପାଇଁ ଇନ୍ଦିରା ଆବାସ ଖଣ୍ଡେ ନାହିଁ ।

ତେବେ ଅଞ୍ଜନାଙ୍କ ବିଷୟରେ ଜାଣିବା ପରେ ଜୀବିକା ମିଶନ ର ପ୍ରୋଜେକ୍ଟ ମ୍ୟାନେଜର କହିଛନ୍ତି କି, ଅଞ୍ଜନାଙ୍କୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀରେ ସାମିଲ କରି ଜୀବିକା ମିଶନ ପକ୍ଷରୁ ରୋଜଗାର ପାଇଁ ଋଣ ସମେତ ଯାହା ଆବଶ୍ୟକ ସବୁ ସୁବିଧା ସୁଯୋଗ ଦିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।