ଆଜିର ରାଶିଫଳ, 05 ଏପ୍ରିଲ 2023, ବୁଧବାର, ଶ୍ରୀ ଗଣେଶଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 05 ଏପ୍ରିଲ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଯେତେ ମେହନତ କରିବେ ସେତିକି ହିଁ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ର ରେ ଲାଭ ମିଳିବ । ଛାତ୍ର ଙ୍କୁ ନିଜର ଶୈକ୍ଷିକ ଓ ବ୍ଯବସାୟିକ କୌଶଳ ବଢାଇବାର ଅବସର ମିଳିବ । ବିତ୍ତୀୟ ମାମଲା ରେ ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ରହିବ । ଉନ୍ନତିର ନୂଆ ମାର୍ଗ ଖୋଲିବ । ସନ୍ତାନ ପକ୍ଷରୁ ଶୁଭ ଖବର ଶୁଣିବାକୁ ପାଇବେ । ଦୀର୍ଘ ଦିନରୁ ପରିଜନଙ୍କ ସହ ଚାଲିଥିବା ବିବାଦ ଦୂର ହୋଇପାରେ ।

ବୃଷ ରାଶି : କୌଣସି ମୂଲ୍ୟବାନ ବସ୍ତୁ ହଜିବାର ଆଶଙ୍କା ରହିଛି । ଅଟକି ରହିଥିବା କାମ ପୂରଣ ହେବ । କୌଣସି ଅପରିଚିତ ବ୍ୟକ୍ତି ଙ୍କ ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହି । ମାତା ପିତାଙ୍କ ସହ ଆପଣଙ୍କର ସମ୍ପର୍କ ମଜବୁତ ହେବ । ବିଜନେସ ରେ କୌଣସି ବଡ ଅଫର ମିଳିଲେ ଧନ ଲାଭ ହୋଇପାରେ । ଜିଦି କାରଣରୁ କାହା ସହ ବିବାଦ ହୋଇପାରେ । ସାମାଜିକ କାର୍ଯ୍ୟ ରେ ଅଗ୍ରସର ହେବେ ।

ମିଥୁନ ରାଶି : ଅଟକି ରହିଥିବା ଧନ ଫେରି ପାଇବେ । ଜୀବନରେ ନୂଆ କାମ ଆରମ୍ଭ କରିବାର ଯୋଜନା କରିବେ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । ଦିନକୁ ଦିନ ଉନ୍ନତି ଓ ସଫଳ ଆଡକୁ ଅଗ୍ରସର କରିବେ । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କର ବହୁତ ଖାସ ହେବ । ଶିକ୍ଷା, ଚାକିରି, ପ୍ରେମ, ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କ ବହୁତ ଜଲ୍ଦି ନୂଆ ଖୁସି ଖବର ମିଳିବାର ସମ୍ଭାବନା ଅଛି ।

କର୍କଟ ରାଶି : ଆପଣ କୌଣସି ଲୋକର କଥାରେ ନ ପଡି ଜରୁରୀ ନିସ୍ପତି ନିଅନ୍ତୁ ନାହି । ଯାହା ବି କରୁଛନ୍ତି ଭାବି ଚିନ୍ତି କରନ୍ତୁ । ଆଗାମୀ ପରିକ୍ଷା ରେ ଆପଣଙ୍କୁ ସଫଳତା ହାସଲ ହେବାକୁ ଯାଉଛି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ବାହାରକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ଆନନ୍ଦ ଦାୟକ ରହିବ । ବନ୍ଧୁ ମାନଙ୍କ ସହଯୋଗ ପାଇବେ । ପରିବାରରେ ହସ ଖୁଶିର ମାହୋଲ ରହିବ । ସନ୍ତାନ ସୁଖ ପ୍ରାପ୍ତ ହେବ ।

ସିଂହ ରାଶି : ଶିକ୍ଷା କ୍ଷେତ୍ରରେ ବିଶେଷ ସଫଳତା ପାଇବେ । ଯେଉଁ ମାନେ ହାୟର ଏଜୁକେସନ କରିବାକୁ ଚାହୁଁଥିଲେ ଉନ୍ନତି ହେବ । ନୂତନ ସାଥି ମିଳିପାରନ୍ତି । ଯାହା ବି ଆପଣଙ୍କର ଘର ପରିବାରର ସମସ୍ଯା ଥିଲା, ଚାକିରି, ବ୍ୟାପରକୁ ନେଇ ଯାହା ସମସ୍ଯା ଥିଲା ତାହା ଦୂର ହେବ । ଅଧା ରହିଥିବା କାମ ପୂର୍ଣ୍ଣ ହେବ । କ୍ୟାରିୟରରେ ଉଚ୍ଚ ସ୍ଥାନକୁ ଚାଲିଯିବେ । ଦାଂପତ୍ଯ ଜୀବନ ସୁଖମୟ ହେବ ।

କନ୍ୟା ରାଶି : ନୂତନ ଗୃହ ନିର୍ମାଣ କରିବାରେ ସକ୍ଷମ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିଲେ ଉନ୍ନତି ପ୍ରାପ୍ତ ହେବ । ଆପଣଙ୍କ ଜୀବନରେ ପ୍ରତେକ ପ୍ରକାରର ସୁଖ ସୁବିଧା ଦେଖିବାକୁ ମିଳିବ । ବୈବାହିକ ଜୀବନ ସୁଖମୟ ରହିବ । ସନ୍ତାନ ପ୍ରାପ୍ତିର ଯୋଗ ଅଛି । ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ । କରଜରୁ ମୁକ୍ତି ମିଳିପାରେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଅନେକ ଯୋଜନାରୁ ଲାଭ ଦେଖିବାକୁ ମିଳିବ ।

ତୁଳା ରାଶି : ପରୀକ୍ଷା ରେ ଭଲ ଫଳ ମିଳିବ । ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ଆପଣ ଏବେ ଧନବାନ ହେବାକୁ ଯାଉଛନ୍ତି । ଆୟରେ ବୃଦ୍ଧି ହେବାର ନଜର ଆସୁଛି । ମହିଳା ମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ଆପଣ ପଜେଟିଭ ଚିନ୍ତାଧାରା ଆପଣେଇ ଜୀବନରେ କଠିନ ସ୍ଥିତି ରେ ଜିତ ହାସଲ କରିବେ । ତେଣୁ ଏହାର ମୂଲ୍ୟ ବୁଝନ୍ତୁ । ପାଠ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ସମୟ ଭଲ ରହିବ ।

ବିଛା ରାଶି : ଭାବି ଚିନ୍ତି ନିଜ କଥା କୁହନ୍ତୁ । ଉଚ୍ଚ ଅଧିକାରୀ ଆପଣଙ୍କର ସହାୟତା କରିବେ । ଆଜି ଦିନ ଟି ବହୁତ ଭଲ ଅଛି । ଆପଣ ଯେଉଁ କାମ କରିବେ ସେଥିରେ ଭଗବାନ ଙ୍କ ଆଶୀର୍ବାଦ ମିଳିବ । ପରିବାର ର ସୁଖ ଆଶା ଅନୁସାରେ ମିଳିପାରେ । କାନୁନି ମାମଲା କୁ ଲମ୍ବା ସମୟ ଯାଏଁ ନିଅନ୍ତୁ ନାହି । ପଇସା ମାମଲାରେ ଦିନ ଠିକ ରହିବ । ଘରୋଇ ସୁଖ ସୁବିଧାରେ ଅଧିକ ଖର୍ଚ୍ଚ କରନ୍ତୁ ନାହି ।

ଧନୁ ରାଶି : ଆପଣଙ୍କ ମନରେ ଅନେକ ବିଚାର ଆସିପାରେ । ଆଜି ଆପଣଙ୍କୁ ଯୁବ ବର୍ଗ ନିଜର ଶିକ୍ଷା ରେ ଅତ୍ୟଧିକ ଧ୍ୟାନ ଦେବାର ଜରୁରତ ଅଛି । ସନ୍ତାନ ଙ୍କୁ ବାହାରକୁ ଯିବାର ଅଫର ଆସିଲେ ସେମାନଙ୍କ ଉପରେ କଠୋର ନ ହୋଇ ତାଙ୍କୁ ପଠାନ୍ତୁ । ପିତା ଙ୍କ ଠାରୁ ଲାଭ ହେବାର ସମ୍ଭାବନା ଅଛି । ସନ୍ତାନ ଙ୍କ ପଛରେ ଧନ ଖର୍ଚ୍ଚ ହେବ । କୁଟୁମ୍ବ ଜନ ଙ୍କ ସହ ବ୍ୟବହାର ଭଲ କରିବେ । ପରିବାର ସହ ଆନନ୍ଦଦାୟକ ସମୟ ବ୍ଯତୀତ କରିବେ ।

ମକର ରାଶି : ଆଜି ଆପଣଙ୍କ ମେହନତ ଉପଲବ୍ଧି ରୂପରେ ନଜର ଆସିବ ।ଆପଣ ସାହାଜ୍ଯ କରିବାକୁ ତତ୍ପର ରହିବେ । ଏହି ରାଶିର ଲୋକ ମାନଙ୍କର ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କର ଶୁଭ କାର୍ଯ୍ୟ ଆରମ୍ଭ ହେବ । ଗୁରୁଜନ ମାନଙ୍କ ସହ ସମୟ ବତିତ କରିବେ । ଯାହା ଫଳରେ ଏମାନଙ୍କର ସମୟ ଖୁବ ଆନନ୍ଦମୟ ହେବାକୁ ଯାଉଛି । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

କୁମ୍ଭ ରାଶି : କମ୍ପାନୀ ତରଫରୁ ବିଦେଶ ଯାତ୍ରା କରିବାର ଯୋଗ ବଣୁଛି । ଏହା ଦ୍ଵାରା ଆପଣ ବିଶେ ଲାଭଦାୟକ ହେବେ । ନିଜର ବୁଦ୍ଧିମତା କାରଣରୁ ଆପଣ ପ୍ରଚୁର ଧନ ଉପାର୍ଜନ କରିବେ । ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତ ମାନର ଫଳ ମିଳିବ । ବ୍ୟବସାୟ କ୍ଷେତ୍ରରେ ସନ୍ତୁଷ୍ଟି ଲାଭ କରିବେ । ଅଫିସରେ ଓ ସହ କର୍ମୀ ମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ ।

ମୀନ ରାଶି : ପ୍ରିୟ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପରିବାରରେ ମାଙ୍ଗଳିକ ଓ ଧାର୍ମିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ଏହି ରାଶିର ଲୋକ ମାନଙ୍କ ଉପରେ ମହାଦେବ ଙ୍କ କୃପାରୁ ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ । କୌଣସି ପ୍ରୋଜେକ୍ଟ କରି ପାରନ୍ତି । ଯାତ୍ରା କରିବା ସମୟରେ ଶୁଭ ସମାଚାର ଶୁଣିବାକୁ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।