କେଉଁ ଠାକୁରଙ୍କ କେତୋଟି ଫଟୋ ରଖିଲେ ଘରେ ଅଶାନ୍ତି ଦେଖାଦିଏ ? ଏହାସହ ଜାଣନ୍ତୁ ପୂଜାକାର୍ଯ୍ୟ ସମ୍ବନ୍ଧିତ 20+ ନୀତିନିୟମ

ଜୀବନକୁ ସରସ ସୁନ୍ଦର କରିବା ପାଇଁ ଆସନ୍ତୁ ଜାଣିବା ଶାସ୍ତ୍ରଲିଖିତ କିଛି ଅନୁଚିନ୍ତା । ସକାଳୁ ସ୍ନାନ କରିବା ପରେ ଠାକୁର ଘରେ ଗୋଟିଏ ତେଲର ଦୀପ ଏବଂ ଗୋଟିଏ ଘିଅ ଦୀପ ଜାଳିବା ସହ ଧୂପକାଠି ଲଗାଇ ବାତାବରଣ ସୁଗନ୍ଧିତ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ସକାଳୁ ଉଠି ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବା । ତାଙ୍କୁ ସ୍ନାନ କରାଇ ଧୂପଦୀପ ଅକ୍ଷତ ଅର୍ପଣ କରିବା ପରେ ଧୂପ ଜଳାଇ ପୂଜାର୍ଚ୍ଚନା କରିବା ଉଚିତ, ଏହା ମଙ୍ଗଳକାରୀ ହୋଇଥାଏ ।

ଗଣେଶଙ୍କ ପରେ ନାରାୟଣଙ୍କୁ ଧ୍ୟାନ କରିବା ସହ ଧୂପଦୀପ, ଚନ୍ଦନ ଏବଂ ପୁଷ୍ପ ଅର୍ପଣ କରି ପୂଜାର୍ଚ୍ଚନା କରିବା ମଙ୍ଗଳକାରୀ ହୋଇଥାଏ । ଏହାପରେ ମହାଦେବଙ୍କୁ ପୁଷ୍ପ, ଅକ୍ଷତ ଏବଂ ଚନ୍ଦନ ଲଗାଇ ଧ୍ୟାନ କରିବା ଉଚିତ, ଏହା ମଙ୍ଗଳକାରୀ ହୋଇଥାଏ । ତାଙ୍କ ପରେ ମାତା ଦୂର୍ଗା ଏବଂ ସୂର୍ଯ୍ୟଦେବଙ୍କୁ ଧୂପଦୀପ ଦାନ କରି ପୂଜା ଆରାଧନା କରିବା ଉଚିତ, ଏହା କଲ୍ୟାଣକାରୀ ହୋଇଥାଏ । ଏହିସବୁ କାର୍ଯ୍ୟ ପରେ ପଞ୍ଚଦେବତାଙ୍କୁ ମିଠା, ଫଳ ଏବଂ ଅର୍ପଣ କରି ତାଙ୍କର ଆରତୀ କରିବା କଲ୍ୟାଣକାରୀ ହୋଇଥାଏ ।

ପୂଜାର ଅନ୍ତିମ ପର୍ଯ୍ୟାୟରେ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜାରେ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ, ଏହାଦ୍ବାରା ମଙ୍ଗଳକାରୀ ହୋଇଥାଏ । ଠାକୁର ଘରେ ଧୂପବତୀର ଜଳିଥିବା ପାଉଁଶ ରଖିବା ଉଚିତ ନୁହେଁ କିମ୍ବା ଦରପୋଡା ଦିଆସିଲି କାଠି ପକାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।

ଠାକୁର ଘରେ କେବେବି ମଉଳି ଯାଇଥିବା ଫୁଲ କିମ୍ବା ବାସିଫୁଲ ରଖିବା ଉଚିତ ନୁହେଁ, ଏହା ମଧ୍ୟ ଅଶୁଭ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଠାକୁରଘରେ ଦିଆସିଲି ବ୍ୟବହାର କରିବା ପରେ ଦିଆସିଲିକୁ ଠାକୁର ଘରେ ରଖିବା ଅଶୁଭ ହୋଇଥାଏ, ତେଣୁ ଏହାକୁ ବାହାରେ ରଖନ୍ତୁ । ସକାଳୁ ଠାକୁର ପୂଜା କରିବା ଦ୍ଵାରା ଦିନସାରା ସକାରାତ୍ମକ ଶକ୍ତିର ଅନୁଭବ ହୋଇଥାଏ ଏବଂ କାର୍ଯ୍ୟରେ ଏକାଗ୍ରତା ବୃଦ୍ଧି ହୋଇଥାଏ ।

ସକାଳ ସମୟରେ ସ୍ନାନ କରିବା ପରେ ଭୋର 6ଟାରୁ 8ଟା ଭିତରେ ଠାକୁର ପୂଜା କରିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ସନ୍ଧ୍ୟା ସମୟରେ ଅର୍ଥାତ ସୂର୍ଯ୍ୟାସ୍ତ ସମୟରେ ଠାକୁର ପୂଜା କରିବା ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାଏ । ମହିଳାମାନେ ମାସିକଧର୍ମ ସମୟରେ କେବେବି ପୂଜାପାଠ କରିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ଶାସ୍ତ୍ର ଅନୁସାରେ ନିଷେଧ ହୋଇଥାଏ ।

ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗର 12 ଘଣ୍ଟା ପୂର୍ବରୁ ଅଶୁଦ୍ଧି କାଳ ହୋଇଥାଏ ତେଣୁ ଏହି ସମୟରେ ପୂଜା କରାଯାଏନାହିଁ । ଗ୍ରହଣ ପରେ ସ୍ନାନ କାର୍ଯ୍ୟ ଶେଷ କରିବା ପରେ ଯାଇ ଠାକୁର କାର୍ଯ୍ୟ ହୋଇଥାଏ । ଯଦି ଘରେ କୌଣସି ଅଶୁଦ୍ଧି ହୋଇଥାଏ ତେବେ ଠାକୁରପୂଜା କିମ୍ବା ଦେବଦର୍ଶନ କରିବା ଉଚିତ ନୁହେଁ, ଏହା ଶାସ୍ତ୍ର ଅନୁସାରେ ବର୍ଜିତ ଅଟେ । ଠାକୁରଘରେ ପୂର୍ବପୁରୁଷଙ୍କ ଫଟୋ, ପ୍ରସାଧାନ ସାମଗ୍ରୀ ଏବଂ ଝାଡୁ ଇତ୍ୟାଦି ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।

ଘରେ ଦୁଇଟି ଶିବଲିଙ୍ଗ, ତିନୋଟି ଗଣେଶଙ୍କ ମୂର୍ତ୍ତି, ଦୁଇଟି ସୂର୍ଯ୍ୟଙ୍କ ଫଟୋ କିମ୍ବା ପ୍ରତିମା, ତିନୋଟି ଦେବୀମୂର୍ତ୍ତି ଏବଂ ଦୁଇଟି ଶାଳଗ୍ରାମ ରଖିବା ଉଚିତ ନୁହେଁ । ଏହାଦ୍ବାରା ଗୃହରେ ଅଶାନ୍ତି ଦେଖା ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।