ଏଣିକି କଟକରୁ ଭୁବନେଶ୍ବର ମାତ୍ର 15 ମିନିଟରେ ପହଞ୍ଚିବେ, ଓଡିଶାର କେଉଁ କେଉଁ ସ୍ଥାନକୁ ଚାଲିବ ମେଟ୍ରୋ ଟ୍ରେନ୍ ? ଦେଖନ୍ତୁ ରିପୋର୍ଟ

ଓଡିଶାର ଚାରୋଟି ସହରରେ ମେଟ୍ରୋ ଟ୍ରେନ ଚାଲିବା ନେଇ ମଞ୍ଜୁରୀ ମିଳିବା ପରେ ବେଶ ଉତ୍ସାହିତ ଅଛନ୍ତି ରାଜ୍ୟବାସୀ । ତେବେ ମେଟ୍ରୋ ଟ୍ରେନ ଚାଲିଲେ ଏଥର କଟକରୁ ଭୁବନେଶ୍ବର ମାତ୍ର 15 ମିନିଟରେ ପହଞ୍ଚି ପାରିବେ ଏବଂ ଭୁବନେଶ୍ବରରୁ ପୁରୀ ଯିବାକୁ ମାତ୍ର ଅଧଘଣ୍ଟା ଲାଗିବ । ଜନସଂଖ୍ୟାରେ ବୃଦ୍ଧି ହେଉଥିବାରୁ ବିଶେଷଜ୍ଞ ମାନେ କହୁଛନ୍ତି କି ମେଟ୍ରୋ ଟ୍ରେନ ର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମେଟ୍ରୋ ଟ୍ରେନ କୁ ନେଇ ଆଶା ବଢିଛି ।

ପ୍ରଥମେ ଭୁବନେଶ୍ବରରୁ କଟକ ମେଟ୍ରୋ ଟ୍ରେନ ଗଡିବ ଏବଂ ପରେ ପୁରୀ-ଖୋର୍ଦ୍ଧା ପ୍ରୋଜେକ୍ଟ ଆରମ୍ଭ ହେବ । ଏହି ଖବର ଆସିବା ପରେ ରାଜ୍ୟରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଆଶା ବଢିଛି । ତେବେ ଏହି ସେବା ପ୍ରଥମେ ଟୁଇନସିଟିରେ ଆରମ୍ଭ ହେବାକୁ ଯୋଜନା ରହିଛି । ମେଟ୍ରୋ ଟ୍ରେନ ଗଡିଲେ କଟକରୁ ଭୁବନେଶ୍ବର ମାତ୍ର 15 ମିନିଟରେ ପହଞ୍ଚି ହେବ । ମେଟ୍ରୋ ଟ୍ରେନ ପାଇଁ ସ୍ଵତନ୍ତ୍ର ବା ଏକ୍ସକ୍ଲୁସିଭ ଲେନ୍ ତିଆରି ହେବ ।

କଟକ ଏବଂ ଭୁବନେଶ୍ବର ସଂପୂର୍ଣ୍ଣ ସିଟି ବେସ୍ ହୋଇଥିବାରୁ ମାଟିତଳୁ 18 ଫୁଟ୍ ପିଲାର୍ ଉପରେ ଏହି ମେଟ୍ରୋ ଟ୍ରେନ ଗଡିବ । ଭୁବନେଶ୍ବରରୁ ପୁରୀ ଏବଂ ଖୋର୍ଦ୍ଧା ଯିବା ପାଇଁ ଅନେକ ଷ୍ଟେସନ ଜନଗହଳି ନଥିବାରୁ ଟ୍ରେନ ପ୍ଲେନ୍ ଲାଇନ ଉପରେ ଗଡିବ । ପିଲାର୍ ଲାଇନ ପାଇଆନ ପ୍ରତି କିଲୋମିଟର ପିଛା ପ୍ରାୟ 150 କୋଟି ଖର୍ଚ୍ଚ ହେବ ଏବଂ ବିନା ପିଲାର୍ ଲାଇନ ପାଇଁ 40 ରୁ 50 କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହି ଟ୍ରେନ ର ଘଣ୍ଟାପ୍ରତି 150 କିମିରୁ ଅଧିକ ହୋଇଥିବାରୁ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚି ହେବ । ସେହିପରି ମେଟ୍ରୋ ଲାଇନ ଉପରେ ଗଡିମଟର ଯାତାୟାତ ସହିତ ମାର୍କେଟ ମଧ୍ୟ ଗଢି ଉଠିବ । ଏହାସହ ପ୍ରଦୂଷଣ ଏବଂ ଗହଳି କମିବା ସହ ଟ୍ରାଫିକ ଏବଂ ବାଥରୁମ୍ ସମସ୍ଯା ମଧ୍ୟ ରହିବନି । ଯାତ୍ରୀଙ୍କ ସମୟ ବଞ୍ଚିବା ସହ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚିବାରେ ଆଉ ଅସୁବିଧା ହେବନାହିଁ । ବିଶେଷଜ୍ଞଙ୍କ କହିବା କଥା କି ରାଜଧାନୀରେ 16 ଲକ୍ଷ ଏବଂ କଟକରେ 8 ଲକ୍ଷ ଜନସଂଖ୍ୟା ପାର୍ ହୋଇଗଲେଣି ।

ତେଣୁ ନିହାତି ଭାବେ ମେଟ୍ରୋ ଟ୍ରେନ ର ଆବଶ୍ୟକତା ରହିଛି । ଯଦି ମେଟ୍ରୋ ଟ୍ରେନ ଚାଲେ ତେବେ ଭୁବନେଶ୍ବର ରାଜମହଲ ବ୍ରିଜ ଦେଇ ମେଟ୍ରୋ ଟ୍ରେନ ଅତିକ୍ରାନ୍ତ କରିବ ବୋଲି ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।