କେବେ ଭାବିଛନ୍ତି କି ? ଆପଣଙ୍କ ଠାରୁ ଚିରଫଟା ନୋଟ ନେବା ପରେ ବ୍ଯାଙ୍କ ଏହାକୁ କଣ କରେ ? (RBI Note Exchange Rules)

ଭାରତୀୟ ମୁଦ୍ରା ବିଷୟରେ ଆପଣ ଅନେକ ତଥ୍ୟ ପଢିଥିବେ ଓ ଜାଣିଥିବେ ମଧ୍ୟ । ଭାରତରେ କାଗଜ ନୋଟ ର ପ୍ରଚଳନ ହୁଏ ବୋଲି ଆମେ ସମସ୍ତେ ଜାଣିଛୁ । ହେଲେ ବାରମ୍ବାର ବ୍ୟବହାର କରିବା ପରେ ଅନେକ ଥର ଦେଖାଯାଏ କି ନୋଟ ଗୁଡିକ ଫାଟିଯାଏ କିମ୍ବା ଏମିତି ମୋଡି ହୋଇଯାଏ ତାହା ବ୍ୟବହାର କରିବା ମୁସ୍କିଲ ହୋଇଯାଏ । ଏଭଳି ନୋଟକୁ ନେବା ପାଇଁ ଲୋକମାନେ ମନା କରିଦିଅନ୍ତି । ହେଲେ ଏଭଳି ନୋଟକୁ ବ୍ଯାଙ୍କରେ ବଦଳାଇବାର ପ୍ରାବଧାନ ରହିଛି ।

ହେଲେ ଆପଣ କେବେ ଭାବିଛନ୍ତି କି ଫଟା ଓ ଚିରା ନୋଟକୁ ନେଇ ବ୍ଯାଙ୍କ କଣ କରେ ? ଆପଣଙ୍କ ପାଖେ ଯଦି ଫଟା ନୋଟ ଅଛି ତେବେ ଆପଣ ଯେକୌଣସି ବ୍ଯାଙ୍କକୁ ଯାଇ ତାହା ବଦଳାଇ ପାରିବେ । ଏପରିକି ସଂପୂର୍ଣ୍ଣ ଭାବେ ଫାଟି ଯାଇଥିବା ବା ଦୁଇଭାଗ ହୋଇ ଯାଇଥିବା ନୋଟକୁ ମଧ୍ୟ ବ୍ଯାଙ୍କରେ ପରିବର୍ତ୍ତନ କରି ଭଲ ନୋଟ ଆଣିପାରିବେ । ଫଟା ନୋଟ ତିନିଭାଗ ହୋଇ ଯାଇଥିଲେ ମଧ୍ୟ ତାହା ବି ବଦଳାଇ ହେବ ।

ହେଲେ ଆପଣ ଜାଣି ରଖିବା ଉଚିତ କି ନୋଟ ର ଅବସ୍ଥା ଯେତେ ଖରାପ ହୋଇଥିବ ସେହି ଅନୁସାରେ ବ୍ଯାଙ୍କରେ ତା’ର ଦାମ୍ ମିଳିବ । ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ 2009 ର ନିୟମରେ ଏହାକୁ ନେଇ ଅନେକ ସୂଚନା ଦିଆଯାଇଛି ।

ଯଦି ଆପଣଙ୍କ ପାଖେ ଥିବା 5, 10, 20, 50 ଟଙ୍କିଆ ନୋଟ ଦୁଇ ଭାଗ ଠାରୁ ବି ଅଧିକ ଖଣ୍ଡ ହୋଇଥିବ ତେବେ ଅତିକମରେ ନୋଟ ର 50 ପ୍ରତିଶତ ଭାଗ ଆପଣଙ୍କ ପାଖରେ ରହିଥିବା ଆବଶ୍ୟକ । ଏମିତିରେ ଆପଣଙ୍କୁ ସଂପୂର୍ଣ୍ଣ ଟଙ୍କା ମାଗଣାରେ ମିଳିବ । ନଚେତ କିଛି ଟଙ୍କା ମିଳିବ ନାହିଁ ।

ଯଦି କେହି ଗୋଟିଏ ଦିନରେ 20ଟିରୁ ଅଧିକ ଫଟା ନୋଟ ବଦଳାଇବାକୁ ଚାହେଁ କିମ୍ବା ଫଟା ନୋଟ ଗୁଡିକର ମୋଟ ମୂଲ୍ୟ 5 ହଜାର ଟଙ୍କାରୁ ହୋଇଥିବ ତେବେ ଏଥିପାଇଁ ଆପଣଙ୍କୁ ଟ୍ରାଞ୍ଜାକ୍ସନ ଫିସ୍ ଦେବକାଉ ହେବ । RBI ସେହିସବୁ ନୋଟ ର ପ୍ରଚଳନକୁ ହଟାଇ ଦିଏ ଯାହା ଫାଟି ଯାଇଥିବ ।

ଏହା ସ୍ଥାନରେ ଏପରି ନୋଟ ଛପିବାର ଅନୁମତି ମଧ୍ୟ ଆରବିଆଇ ପାଖରେ ରହିଛି । ପୁରୁଣା ଯୁଗରେ ଛିଣ୍ଡା ଫଟା ନୋଟ ଗୁଡିକୁ ଜଳାଇ ଦିଆ ଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ନୋଟ ଗୁଡିକୁ ଛୋଟ ଛୋଟ ଖଣ୍ଡ କରି ରିସାଇକେଲ କରା ଯାଇଥାଏ । ସେହି ନୋଟ ସବୁକୁ ରିସାଇକେଲ କରାଯାଇ ସେଥିରୁ ପୁନର୍ବାର କାଗଜ ଜିନିଷ ତିଆରି କରାଯାଏ ଓ ଏହାକୁ ମାର୍କେଟରେ ବିକ୍ରି ମଧ୍ୟ କରାଯାଏ ।

ତେବେ ଆପଣଙ୍କ ପାଖେ ଯଦି କିଛି ଚିରାଫଟା ନୋଟ ରହିଛି ଏବଂ ଆପଣ ଏହାର ବ୍ୟବହାର କରି ପାରୁନାହାନ୍ତି ତେବେ ନିକଟସ୍ଥ ବ୍ଯାଙ୍କକୁ ଯାଇ ଏହା ବଦଳାଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।