ପୁଣି ସାମ୍ନାକୁ ଆସିଲା କାଷ୍ଟିଂକାଉଚ ଅଭିଯୋଗ, ଏଥର ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାର… ସେ ଯାହା କହୁଛନ୍ତି ନା, ଟିକେ ଶୁଣନ୍ତୁ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ପ୍ରାୟତଃ ସବୁ ସ୍ଥାନ ମାନଙ୍କରେ ଯାତ୍ରା ଆରମ୍ଭ ହୋଇ ସାରିଛି । ଯାତ୍ରା ରେ ଅଭିନୟ କରୁଥିବା କଳାକାର ମାନେ ସୁନ୍ଦର ଅଭିନୟ ପରିବେଷଣ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରାଉଛନ୍ତି । ଯାତ୍ରା ମଞ୍ଚରେ ଯାହା ବି ଦୃଶ୍ୟ ଦେଖାଯାଏ ତାହା ଆଜିର ସମୟରେ ଘଟୁଥିବା ସତ୍ୟ ଘଟଣାମାନ ହୋଇଥାଏ । ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ ।

ତେବେ ଯାତ୍ରା କୁ ନେଇ ଅନେକ ସମୟରେ ବିବାଦ ମଧ୍ୟ ଦେଖା ଯାଇଥାଏ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଜୋର ଧରିଛି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଜଣେ ନୃତ୍ୟୁ କଳାକାର କିଛି ଅଭିଯୋଗ କରିଛନ୍ତି କୋଣାର୍କ ଗଣନାଟ୍ୟ ର ମ୍ୟାନେଜର ଓ ନୃତ୍ୟୁ ଗୁରୁ ଙ୍କ ନାଁ ରେ ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ।

ପୀଡ଼ିତା ଜଣକ କହିଛନ୍ତି ଯେ ମୁଁ ମୋ ପେଟ ପୋଷିବା ପାଇଁ ଆସିଛି ତା ମାନେ ନୁହେଁ ଯେ ମୁଁ ଖରାପ କାମ କରିବାକୁ ଆସି ନାହି । ମତେ ଖରାପ କରିବାକୁ ବାଧ୍ୟ କରୁଛନ୍ତି । ଏମିତି କିଛି ଅଭିଯୋଗ ଆଣିଛନ୍ତି କୋଣାର୍କ ଗଣନାଟ୍ଯର ଜଣେ ନୃତ୍ୟୁ କଳାକାର । ପ୍ରଥମେ ଚଳଚିତ୍ର ପରେ ଟିଭି ଆଉ ଏବେ ଯାତ୍ରା ରେ କାଷ୍ଟିଙ୍ଗ କାଉଚ ମାମଲା ।

ଯାତ୍ରା ରେ ରହିବାକୁ ହେଲେ ଖରାପ ସମ୍ପର୍କ ରଖିବାକୁ ପଡିବ ନ ହେଲେ ଯାତ୍ରା ପାର୍ଟି ରେ ରହି ପାରିବ ନାହି ବୋଲି ଅଭିଯୋଗ ଆଣିଛନ୍ତି ନୃତ୍ୟୁ କଳାକାର ଜଣକ । କାମ ବଦଳରେ କୋଣାର୍କ ଗଣନାଟ୍ୟ ର ମ୍ୟାନେଜର ଓ ନୃତ୍ୟୁ ଗୁରୁ ଏମିତି ସର୍ତ୍ତ ରଖିଥିଲେ ବୋଲି ପୀ-ଡ଼ି-ତା ଅଭିଯୋଗ କରିଛନ୍ତି । ମ୍ୟାନେଜର ବିଜୟ ବେଦାନ୍ତ ଓ ନୃତ୍ୟୁ ଗୁରୁ ସୋମ୍ୟ ରଞ୍ଜନ ମୋତେ ଟଣା ଓଟରା କରିବା ସହ ବିବାହ କରିବାକୁ ଧ-ମ-କ ଦେଉଛନ୍ତି ବୋଲି ବାସୁଦେବପୁର ଥାନାରେ କଳାକାର ଜଣକ ଅଭିଯୋଗ କରିଛନ୍ତି ।

ଅନ୍ୟ ପଟେ ସେ ସମସ୍ତ ଅଭିଯୋଗକୁ ହନନ କରିଛନ୍ତି ଅଭିଯୁକ୍ତ ମ୍ୟାନେଜର ଓ ନୃତ୍ୟୁ ଗୁରୁ । ବାସୁଦେବପୁର ଥାନା ଅଧୀନ କମାର ଗାଁ କୋଣାର୍କ ଯାତ୍ରା ଚାଲିଥିବା ସମୟରେ ଏଭଳି ଘଟଣା ଘଟିଛି । ଥାନାରେ ଏଭଳି ଅଭିଯୋଗ ପରେ ପୀ-ଡ଼ି-ତା ଜଣକ ଆଣିବା ପରେ ପୁରା ଘଟଣାକୁ ନେଇ ବାସୁଦେବପୁର ପୋଲିସ ତଦନ୍ତ ଚଳାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।