କୁକୁର ନା ଭାଲୁ ? ଦୁଇ ବର୍ଷ ଧରି କୁକୁର ଭାବି ଘରେ ଭାଲୁ ପାଳିଥିଲେ, ଆଉ ତା’ପରେ ଯାହା ହେଲା ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ !

ଘରେ କୁକୁର ପାଳିବେ ଭାବି ଘରକୁ ଆଣିଥିଲେ ହେଲେ ବଡ ହେଲେ ଜଣାପଡିଲା ତାହା କୁକୁର ନୁହେଁ । ଅଜାଣତରେ ଦୁଇ ବର୍ଷ ଧରି ଘରେ ପୋଷା ମାନି ରହିଥିଲା ହିଂସ୍ର ଭାଲୁ । ଏମିତି ଏକ ଅଜବ ଘଟଣା ଏବେ ଚାରିଆଡେ ଭାଇରାଲ ହେଉଛି ଯାହା ଚାଇନାରୁ ସାମ୍ନାକୁ ଆସିଛି । ସେଠାକାର ଏକ ପରିବାର ଲୋକ ଜାଣିବାକୁ ପାଇଥିଲେ ଯେ ସେମାନେ ଗତ ଦୁଇ ବର୍ଷ ଧରି ପୋଷିଥିବା କୁକୁରଟି ପ୍ରକୃତରେ ଏକ ଅଜବ ପ୍ରଜାତିର ଭାଲୁ ।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଚୀନର ୟୂନାନ ପ୍ରଦେଶ ବାସିନ୍ଦା ସୁ ୟୁନ୍ 2016 ରେ ଛୁଟିରେ ଆସିବା ବେଳେ ଏକ ତିବ୍ବତୀୟ ମାଷ୍ଟିଭ କୁକୁର ଛୁଆଟିଏ ଘରକୁ ଆଣିଥିଲେ । ମାତ୍ର ଦୁଇ ବର୍ଷ ପରେ କୁକୁର ଛୁଆଟିର 114 କିଲୋଗ୍ରାମ ଓଜନ ହୋଇଗଲା ଓ ଦୁଇ ଗୋଡରେ ଚାଲିବା ଆରମ୍ଭ ମଧ୍ୟ କରିଥିଲା । କୁକୁରର ବ୍ୟବହାରରେ ପରିବର୍ତ୍ତନ ଦେଖି ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇ ଥିଲା । ପରେ ସେମାନେ ଜାଣିବାକୁ ପାଇଲେ ଯେ କୁକୁରଟି ପ୍ରକୃତରେ ଏକ ଏସୀୟ କଳା ଭାଲୁ ଅଟେ ।

ତିବ୍ବତୀୟ ମାଷ୍ଟିଭ କୁକୁର ମଧ୍ୟ ବଡ ଓ କଳା ବାଦାମୀ ଲୋମ ସହ ଏସୀୟ କଳା ଭାଲୁ ଭଳି ଦେଖାଯାଏ । ସେହି କୁକୁରଙ୍କ ଓଜନ କିନ୍ତୁ 150 ପାଉଣ୍ଡ ବା 69 କିଲୋଗ୍ରାମ ଓଜନ ଯାଏଁ ହୋଇଥାଏ । ଏନେଇ ସୁ ୟୁନ୍ କହିଛନ୍ତି ତାଙ୍କ କୁକୁରକୁ ଅଧିକାଂଶ ସମୟ ଭୋକ ଲାଗୁଥିଲା ଓ ଯାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ।

କୁକୁରଟି ପ୍ରତି ଦିନ ଫଳ ଭର୍ତ୍ତି ଏକ ବାସ୍କେଟ ଏବଂ ଦୁଇ ବାଲ୍ଟି ନୁଡୁଲ୍ସ ଖାଉଥିଲା । ଆଉ କୁକୁରଟି ବଡ ହେବାରୁ ଧୀରେ ଧୀରେ ଭାଲୁ ଭଳି ଦିଶିବା ଆରମ୍ଭ କଲା । ସେ ତାଙ୍କ ଘରେ କୁକୁରକୁ ଦୁଇ ବର୍ଷ ଧରି ପାଳିବା ପରେ ଏହା ପ୍ରକୃତରେ କୁକୁରକି ନୁହେଁ ତାଙ୍କ ମନରେ ଏହାକୁ ନେଇ ସନ୍ଦେହ ବଢିବାରେ ଲାଗିଲା । ଅଧିକ ରିସର୍ଚ କରିବା ପରେ ସୁ ୟୁନ୍ ଜାଣିବାକୁ ପାଇଲେ ଯେ ଏହା ପ୍ରକୃତରେ ଏକ କଲା ଭାଲୁ ।

ସେ ଏହା ମଧ୍ୟ ହୃଦୟଙ୍ଗମ କଲେ ଯେ ଜଙ୍ଗଲି ଜନ୍ତୁଙ୍କୁ ଘରେ ରଖିବା ବେଆଇନ ଅଟେ । ତେଣୁ ସେ ବନବିଭାଗ କର୍ମଚାରୀଙ୍କ ସହ ପରାମର୍ଶ କରିଥିଲେ ଓ ବନବିଭାଗ ଅଧିକାରୀ ଏହାକୁ ଏକ ଏସୀୟ କଲା ଭାଲୁ ବୋଲି ଚିହ୍ନଟ କରିଥିଲେ । ଏହି ଭାଲୁର ଓଜନ ପ୍ରାୟ 400 ପାଉଣ୍ଡ ଅର୍ଥାତ 182 କିଲୋଗ୍ରାମରୁ ମଧ୍ୟ ଅଧିକ ଥିଲା ।

ଭାଲୁର ଲମ୍ବ ଏକ ମିଟର ବା ତିନି ଫୁଟ୍ ରୁ ଅଧିକ ବୋଲି ମଧ୍ୟ ଜଣାପଡିଛି । ପରିବାର ସଦସ୍ୟ ଏହା ଜାଣିବା ପରେ ଖୁବ ଡରି ଯାଇଥିଲେ । ଭାଲୁକୁ ବନ୍ୟଜନ୍ତୁ ଆଶ୍ରୟସ୍ଥଳୀକୁ ନେବା ପୂର୍ବରୁ ସୁ ୟୁନ୍ ଭାଲୁକୁ ୱାଇଲ୍ଡ ଲାଇଫ ଉଦ୍ଧାର କେନ୍ଦ୍ରକୁ ନେଇଥିଲେ । ସେଠାରେ ଭାଲୁ ଉପରେ ନଜର ରଖା ଯାଇଥିଲା ।

ଏହାକୁ ସଂପୂର୍ଣ୍ଣ ଭାବେ ବୃଦ୍ଧି ହୋଇଥିବା ଏସୀୟ ଭାଲୁ, ହିମାଳୟ ଭାଲୁ ବା ଚନ୍ଦ୍ରମା ଭାଲୁ ମଧ୍ୟ କୁହାଯାଏ । ଏହି ଭାଲୁର ଓଜନ 400 ପାଉଣ୍ଡ ପର୍ଯ୍ୟନ୍ତ ହୋଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।