ଡ୍ରାଇଭର ମହାସଂଘ ଆନ୍ଦୋଳନର ଦ୍ଵିତୀୟ ଦିନ ! କେମିତି ରହିଛି ରାଜ୍ୟ ରାଜପଥର ପରିସ୍ଥିତି ? ଦେଖନ୍ତୁ ଦୃଶ୍ୟ !

ରାଜ୍ୟ ଡ୍ରାଇଭର ମହାସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ଡ୍ରାଇଭରମାନେ ପୋଷ୍ଟର, ବ୍ୟାନର ଏବଂ ବିଭିନ୍ନ ପ୍ଲା’ କାର୍ଡ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ଡ୍ରାଇଭରଙ୍କୁ ଉଚିତ ଦରମା, ବୀମା ସୁବିଧା, 60 ବର୍ଷ ପରେ ଡ୍ରାଇଭରଙ୍କୁ ଆର୍ଥିକ ସୁରକ୍ଷା, ସ୍ଥାନେ ସ୍ଥାନେ ବିଶ୍ରାମଗାର ଓ ଶୌଚାଳୟ ଆଦି 10ଟି ଦଫା ଦାବିରେ ଡ୍ରାଇଭର ଏକଟା ମଞ୍ଚ ଧାରଣା ଦେଇଛି । ଏସବୁ ଦାବିରେ ଗାଡି ଚଳାଚଳ ବନ୍ଦ ରଖିବା ସହ ରାଜ୍ୟ ଜାରୀୟ ରାଜପଥରେ ଶହ ଶହ ଡ୍ରାଇଭର ପ୍ରତିବାଦର ସ୍ଵର ଉତ୍ତୋଳନ କରିଛନ୍ତି ।

ଏପରି ସ୍ଥଳେ ସାଧାରଣ ପରିବହନ ବ୍ୟବସ୍ଥା ଏକଦମ ଠପ୍ ହୋଇଯାଇଛି । ଗତକାଲି ପ୍ରଥମ ଦିନରୁ ହିଁ ଏହି ଆନ୍ଦୋଳନର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ରାଜପଥରେ ବିଭିନ୍ନ ସ୍ଥାନରେ ଶହ ଶହ ବସ୍ ଏବଂ ଟ୍ରକ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଏପରିକି ମାଲ ପରିବହନ ମଧ୍ୟ ପ୍ରଭାବିତ ହୋଇଥିଲା । ହେଲେ ସହର ଭିତରେ ଗମନାଗମନ ବିଶେଷ ଭାବେ ପ୍ରଭାବିତ ହୋଇ ନଥିବାର ଦେଖାଯାଇଛି । ଗତକାଲି ଆନ୍ଦୋଳନ କରୁଥିବା ଡ୍ରାଇଭର ମାନେ ହଳଦିଆ ରଙ୍ଗର ନମ୍ବରପ୍ଳେଟ ଥିବା ଗାଡି ଗୁଡିକୁ ଅଟକାଇ ଥିଲେ ।

ହେଲେ ଧଳା ରଙ୍ଗ ନମ୍ବରପ୍ଳେଟ ବିଶିଷ୍ଟ ବସ୍, ଟ୍ରକ ଏବଂ ବାଇକ ଚାଳକଙ୍କୁ ଛାଡି ଦେଇଥିଲେ । ତେବେ ଆନ୍ଦୋଳନ ବେଳେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ, ସ୍କୁଲ ବସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡିକୁ ବାଦ୍ ଦେଇଛି ସଂଘ । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ସ୍ଵାଭାବିକ ନଥିବାରୁ ବହୁ ଯାତ୍ରୀ ଅସୁବିଧାର ସମୁଖୀନ ହେବା ଦେଖିବାକୁ ମିଳୁଛି । ଆଜି ବି ଜାରି ରହିଛି ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ ।

ବ୍ରହ୍ମପୁର ସହରରେ ଆଜି ମଧ୍ୟ ଗାଡି ଚଳଚଳ ବନ୍ଦ ଥିବାବେଳେ ସହରର ପ୍ରବେଶ ପଟରେ ରାଜ୍ୟ ଡ୍ରାଇଭର ସଂଘର ସଦସ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସେହିପରି ରାଜଧାନୀ ଭୁବନେଶ୍ବର, କଟକ ଓ ଜଗତସିଂପୁର ଭଳି ଜିଲ୍ଲା ମାନଙ୍କରେ ମଧ୍ୟ ରାଜପଥ ଗୁଡିକରେ ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ପ୍ରଭାବିତ ହେଉଛି । ଅନେକ ସ୍ଥାନରେ ଗାଡି ଚଳାଉଥିବା ସାଥି ଡ୍ରାଇଭର ଭାଇଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଦେଖାଯାଉ ସଂଘ କେତେ ଦିନ ଯାଏଁ ଏହି ଆନ୍ଦୋଳନ ଜାରି ରଖୁଛି ଓ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁଛନ୍ତି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।