ସ୍ଵର୍ଗଦ୍ଵାରରେ ପ୍ରତିଦିନ ହଜାର ହଜାର ଶବ ଦାହ ହୋଇଥାଏ । ଆଉ ବିଶ୍ବାସ ରହିଛି କି ସେଠାରେ ଅନ୍ତିମ ସଂସ୍କାର କଲେ ଆତ୍ମାକୁ ଶୀଘ୍ର ଶାନ୍ତି ମିଳିଥାଏ । ଆଉ ଆଜି ସେହି ହଜାର ହଜାର ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପିଣ୍ଟୁ ନନ୍ଦ ଯିଏକି ସ୍ଵର୍ଗଦ୍ଵାରରେ ଦାହ ହେବେ । ଗତକାଲି ତାଙ୍କୁ ହାଇଦ୍ରାବାଦରୁ ଅଣାଯିବା ପରେ ଆଜି ତାଙ୍କର ଶେଷଯାତ୍ରା ହେବ ସ୍ଵର୍ଗଦ୍ଵାରକୁ । ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗରେ ସମଗ୍ର ଓଡିଶା ଦୁଃଖ କରୁଛି ଆଉ ତାଙ୍କ ପାଇଁ ଲୁହ ଝରାଉଛି ।
ପରକୁ ପର ଓଲିଉଡର ଦିଗଜ ଅଭିନେତା ମାନେ ସତେ ଯେମିତି ଡକାଡକି ହୋଇ ଚାଲି ଯାଉଛନ୍ତି । ପିଣ୍ଟୁ ନନ୍ଦ ଆଲବମ ଠାରୁ ଆରମ୍ଭ କରି ଓଡିଆ ଧାରାବାହିକ ଓ ଚଳଚ୍ଚିତ୍ର ସବୁଥିରେ ନିଜର ନିଖୁଣ ଅଭିନୟ ବଳରେ ଲୋକଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି । ହେଲେ ତାଙ୍କ ବଦଭ୍ୟାସ ଆଜି ତାଙ୍କ ପାଇଁ କାଳ ସାଜିଛି ବୋଲି ଲୋକେ କହୁଛନ୍ତି । ନିଜେ ସିନା ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ହେଲେ ଲକ୍ଷ ଲକ୍ଷ ଲୋକଙ୍କ ଆଖିରେ ଲୁହ ଦେଇ ଯାଇଛନ୍ତି ।
ଆଜି ତାଙ୍କୁ ଧଳା କପଡାରେ ଘୋଡା ହୋଇ ପାଳଦଉଡିରେ ବନ୍ଧା କୋକେଇରେ ସ୍ଵର୍ଗଦ୍ଵାର ନିଆଯିବ । ତାଙ୍କ ଦେହସାରା ଫଗୁ ପଡିଥିବ ଆଉ ମଥା ପାଖରେ ଜଳୁଥିବ ଧୂପକାଠି । ଶେଷଥର ପାଇଁ ପିଣ୍ଟୁ ନନ୍ଦଙ୍କ ପ୍ରିୟଜନ ତାଙ୍କୁ କାନ୍ଧେଇ ନେବେ । ହାଇଦ୍ରାବାଦରୁ ଓଡିଶା ଅଣାଯିବା ପରେ ପିଣ୍ଟୁ ନନ୍ଦଙ୍କ ମରଶରୀରକୁ ପ୍ରଥମେ ତାଙ୍କ ଘରକୁ ନିଆ ଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକଙ୍କ ସମେତ ଓଲିଉଡର କଳାକାର ମାନେ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିବାକୁ ପହଞ୍ଚିବେ ।
ଆଉ ଏହାପରେ ତାଙ୍କ ମରଶରୀରକୁ ସର୍ଗଦ୍ଵାରରେ ଦାହ କରାଯିବ ବୋଲି ବନ୍ଦୋବସ୍ତ କରାଯାଇଛି । ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ଶେଷ ଦର୍ଶନ କରିବା ପରେ ମହାପରାୟଣ ଗାଡିରେ ତାଙ୍କୁ ସ୍ଵର୍ଗଦ୍ଵାର ନିଆଯିବ । ମାତ୍ର 47 ବର୍ଷ ବୟସରେ ବୁଧବାର ରାତି ସାଢେ 11ଟା ସମୟରେ ଲିଭର ସିରୋସିସ ରୋଗରେ ପୀଡିତ ଥିବା ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ହୋଇଯାଇଛି । ବହୁତ ଆଶା ନେଇ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବାକୁ ଦିଲ୍ଲୀ ଯାଇଥିଲେ ହେଲେ ମ୍ଯାଚ କରୁଥିବା ଲିଭର ନ ମିଳିବାରୁ ଦିଲ୍ଲୀ ଡାକ୍ତର ତାଙ୍କୁ ମନା କରି ଦେଇଥିଲେ ।
ସେଠାରୁ ହାଇଦ୍ରାବାଦ ଆସିବା ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇ ପଡିଥିଲା । ଆଉ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସମସ୍ତଙ୍କ ମନରେ ରାଜ୍ କରୁଥିବା ଏହି ପ୍ରତିଭାବାନ ଅଭିନେତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।