ବର୍ଷିୟାନ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ମରଶରୀର ହାଇଦ୍ରାବାଦରୁ ଆସି ତାଙ୍କ ବାସଭବନରେ ପହଞ୍ଚିଛି । ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ ଖବରରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ଭୁବନେଶ୍ବରରେ ପ୍ରାଥମିକ ଚିକିତ୍ସା ପରେ ପିଣ୍ଟୁ ନନ୍ଦ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀ ଯିବା ବେଳକୁ ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିଲା ଏବଂ ଯେତେ ଶୀଘ୍ର ଡୋନର ମିଳିବେ ସେ ସେତେ ଶୀଘ୍ର ସୁସ୍ଥ ହୋଇ ଫେରିଆସିବେ ବୋଲି ଚର୍ଚ୍ଚା ହେଉଥିଲା ।
ଏନେଇ ପିଣ୍ଟୁ ନନ୍ଦଙ୍କ ସମେତ ତାଙ୍କ ଆତ୍ମୀୟ ଓ ବନ୍ଧୁମାନେ ବେଶ ଆଶାବାଦୀ ଥିଲେ । ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଓଲିଉଡର ଅନେକ କଳାକାର ମାନେ ଯଥାସମ୍ଭବ ସାହାଯ୍ୟର ହାତ ମଧ୍ୟ ବଢାଇଥିଲେ । ହେଲେ ଦିନ ଗାଡି ଚାଲିଥିଲା ଏବଂ ପିଣ୍ଟୁଙ୍କୁ ଡୋନର ମିଳିବାରେ ଡେରି ହେଉଥିଲା । ଏହା ମଧ୍ୟରେ ପିଣ୍ଟୁଙ୍କ ସ୍ଵାସ୍ଥ୍ୟାବସ୍ଥା ମଧ୍ୟ ଦିନକୁ ଦିନ ବିଗିଡିବାରେ ଲାଗିଥିଲା । ଏହାରି ମଧ୍ୟରେ ପ୍ରାୟ ଏକ ମାସ ହେବାକୁ ବସିଲାଣି ।
ହେଲେ ପିଣ୍ଟୁ ନନ୍ଦଙ୍କୁ ଡୋନର ମିଳିପାରିଲେ ନାହିଁ । ଉଚିତ ସମୟରେ ତାଙ୍କୁ ଯଦି ଡୋନର ମିଳି ଯାଇଥାନ୍ତେ ତେବେ ହୁଏତ ଆଜି ପରିସ୍ଥିତି କିଛି ଅଲଗା ଥାଆନ୍ତା । କିନ୍ତୁ ବିଧିର ବିଧାନକୁ କିଏ ବା ଟାଳି ପାରେ ! ଡୋନର ତ ମିଳିଲାନି ଓଲଟା ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହୋଇ ଚାଲିଥିଲା । ଶେଷରେ ଦିଲ୍ଲୀ ଡାକ୍ତର ମଧ୍ୟ ତାଙ୍କୁ ଫେରାଇ ଦେଲେ ଓ ହାଇଦ୍ରାବାଦ ଯିବା ପାଇଁ ପରାମଶ ଦେଲେ ।
ସେଠାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ପିଣ୍ଟୁ ନନ୍ଦ । ତାଙ୍କ ମୃ-ତ୍ୟୁ-ରେ ଆଜି ତାଙ୍କ ପରିବାର ସମେତ ସାରା ଓଲିଉଡ କାନ୍ଦୁଛି । ପିଣ୍ଟୁ ନନ୍ଦଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ହରେଇବା ଓଲିଉଡ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି । ପିଣ୍ଟୁ ନନ୍ଦଙ୍କ ମରଶରୀର ପହଞ୍ଚୁ ପହଞ୍ଚୁ ତାଙ୍କ ଭଉଣୀ ଭାଇକୁ ହରେଇ ଅସମ୍ଭାଳ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି । ଯାହା ଦେଖିଲେ ଯେକେହି ମଧ୍ୟ କାନ୍ଦି ପକାଇବେ ।
ବାପାଙ୍କୁ ଶେଷଠାର ପାଇଁ ଦେଖିବାକୁ ତାଙ୍କର ଦୁଇ ପୁଅ ମଧ୍ୟ ସେଠାରେ ଥିବା ଦେଖିବାକୁ ମିଳୁଛି । ପିଣ୍ଟୁ ନନ୍ଦଙ୍କ ବଡ ପୁଅ ପିଇସୀଙ୍କୁ ଧରି କାନ୍ଦୁଥିବା ବେଳେ ସାନ ପୁଅ ହୁଏତ ଏବେବି କିଛି ବୁଝି ପାରୁନି, ଖାଲି ବାପାକୁ ଚାହିଁ ରହୁଛି । ଏମିତି ଦୃଶ୍ୟ ଦେଖିଲେ ଯେକୌଣସି ବ୍ୟକ୍ତିଙ୍କ ହୃଦୟ ଫାଟି ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।