ଏହି ଗାଁରେ ଘରେ ଘରେ ରହିଛି ବିମାନ, କାର କିଣିବା ଭଳି ବିମାନ କିଣିବା ଏଠାରେ ସାଧାରଣ କଥା, ଦୃଶ୍ୟ ଦେଖିଲେ ଆଖିକୁ ବିଶ୍ବାସ ହେବନି !

ଦୁନିଆର ଏଭଳି ଏକ ଗାଁ ଅଛି ଯେଉଁଠି ଘରେ ଘରେ ରହିଛି ବିମାନ । କାର୍ ରଖିବା ଭଳି ଏଠି ଘରେ ଘରେ ବିମାନ ରଖିଛନ୍ତି ଲୋକେ । ଆମ ଦେଶ ଭାରତରେ ଆଜି ବି ଆକାଶରେ ବିମାନ ଉଡୁଥିବାର ଦେଖିଲେ ଏହାକୁ ଦେଖିବାକୁ ପାଇଁ ପିଲାଏ ଘର ବାହାରକୁ ଦୌଡି ଆସନ୍ତି । ବିମାନରେ ବସିବା ଏବେବି ଭାରତର ଅନେକ ଲୋକଙ୍କ ପାଇଁ ଏକ ସ୍ଵପ୍ନ । ଦେଶର ଜନସଂଖ୍ୟାର ଅଧିକାଂଶ ଲୋକେ ଆଜି ପର୍ଯ୍ୟନ୍ତ ବିମାନରେ ବସି ନାହାନ୍ତି ।

ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଦୁନିଆରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ବିମାନରେ ବସି ଯାତ୍ରା କରିବା ଅତି ସାଧାରଣ । ଫଳସ୍ଵରୂପ ଆପଣ ସେଠାରେ ପ୍ରତିଟି ଲୋକଙ୍କ ଘରେ ବିମାନ ଦେଖିବାକୁ ପାଇବେ । ଏହା ବିଶ୍ବାସ ନହେଲେ ମଧ୍ୟ ନିରାଟ ସତ । ଦୁନିଆର ଏହି ଗାଁରେ ଅଧିକାଂଶ ଲୋକଙ୍କ ଘରେ ବିମାନ ଅଛି । ଏଠାକାର ଲୋକମାନେ ବିମାନରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରନ୍ତି ଓ ଘର ବାହାରେ କାର୍ ଭଳି ଛିଡା ହୋଇଥାଏ ବିମାନ ।

ଏଠାରେ ପ୍ରତ୍ଯେକ ଘର ଆଗରେ ବିମାନ ପାର୍କ ହୋଇଥାଏ । ଏଠାରେ ବିମାନ କିଣିବା କାର୍ କିଣିବା ଭଳି ସାଧାରଣ ଅଟେ । ସେଥିପାଇଁ ଏଠାରେ ନିର୍ମିତ ଘର ଗୁଡିକ ମଧ୍ୟ ଏଭଳି ଭାବେ ଡିଜାଇନ ହୋଇଛି ଯେପରି ବିମାନ ସହଜରେ ପାର୍କିଂ ହୋଇପାରିବ । ବିମାନ ଚଳାଚଳ ପାଇଁ ସେଠାରେ ରାସ୍ତା ଗୁଡିକ ମଧ୍ୟ ସ୍ଵତନ୍ତ୍ର ଭାବେ ନିର୍ମାଣ କରାଯାଇଛି ।

ଏଥିରୁ ଆପଣ ଅନୁମାନ କରି ପାରୁଥିବେ କି ସେହି ଗାଁର ପରିବେଶ କିଭଳି ହୋଇଥିବ । ଏହି ଗାଁଟିର ନାଁ ହେଉଛି “ସ୍ପୃଶ କ୍ରିଗ” ଯାହାକି ଫ୍ଲୋରିଡାରେ ଅବସ୍ଥିତ । ଏହି ଗାଁକୁ ଆବାସିକ ବିମାନ ପାର୍କ ବୋଲି ମଧ୍ୟ କୁହାଯାଏ । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଗାଁରେ ପ୍ରାୟ 5 ହଜାର ଲୋକ ବସବାସ କରନ୍ତି ଓ ସେଠାରେ 1300ଟି ଘର ରହିଛି । ଏହି ଗାଁର ପ୍ରାୟ 700 ଟି ଘରେ ହ୍ୟାଙ୍ଗର ଅର୍ଥାତ ବିମାନ ରଖାଯିବା ସ୍ଥାନ ରହିଛି ।

ଏହି ଗାଁର ଲୋକମାନେ କାର ପାଇଁ ଗ୍ଯାରେଜ ତିଆରି କରିବା ବଦଳରେ ବିମାନ ରଖିବା ପାଇଁ ହ୍ୟାଙ୍ଗର ତିଆରି କରନ୍ତି । ବିମାନ ଉଡାଣ ଭରିବା ପାଇଁ ଗାଁରୁ ଅଳ୍ପ ଦୂରରେ ଏକ ରନୱେ ରହିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ଏଠାକାର ଲୋକମାନେ ଜଳଖିଆ ପାଇଁ ମଧ୍ୟ ବିମାନରେ ଯିବା ଆସିବା କରନ୍ତି ।

ଗାଁରେ ରହୁଥିବା ଅଧିକାଂଶ ଲୋକ ବୃତ୍ତିଗତ ଭାବେ ପାଇଲଟ ଅଟନ୍ତି । ଏହା ବ୍ଯତୀତ ଗାଁରେ ଡାକ୍ତର ଓ ଓକିଲ ଆଦି ମଧ୍ୟ ଅଛନ୍ତି ଯେଉଁମାନେ ବିମାନ ରଖିବାକୁ ଭଲପାଆନ୍ତି । ଏଠାକାର ଲୋକମାନେ ବିମାନକୁ ଏତେ ଭଲପାଆନ୍ତି ଯେ ପ୍ରତି ଶନିବାର ସକାଳେ ରନୱେରେ ଏକାଠି ହୋଇ ସ୍ଥାନୀୟ ବିମାନବନ୍ଦରକୁ ଯାଇ ଜଳଖିଆ ଖାଆନ୍ତି । ଯାହାକୁ ସେମାନେ “ସଟରଡେ ମର୍ଣ୍ଣିଂ ଗ୍ୟାଗଲ” ବୋଲି କୁହନ୍ତି ।

ଏହି ଗାଁ ବ୍ଯତୀତ ଆମେରିକାର ଆରିଜୋନା, କଲରାଡୋ, ଫ୍ଲୋରିଡା, ଟେକ୍ସାସ, ୱାଶିଙ୍ଗଟନ ଏବଂ କାଲିଫର୍ଣ୍ଣିଆରେ ମଧ୍ୟ ଏଭଳି ଅନେକ ଗାଁ ଓ ସଂପ୍ରଦାୟ ରହିଛି ଯେଉଁଠାରେ ଲୋକଙ୍କର ନିଜସ୍ଵ ବିମାନ ରହିଛି । ସେଠାରେ ଥିବା ଫ୍ଲାଇଙ୍ଗ ସମ୍ପ୍ରଦାୟ ମଧ୍ୟରୁ ସ୍ପୃଶ କ୍ରିଗ ହେଉଛି ସର୍ବ ବୃହତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।