ପ୍ରଥମ ଦେଖାରୁ ସମାଜସେବୀଙ୍କୁ ମନ ଦେଇ ବସିଲେ IPS ଅଫିସର, ପ୍ରେମ ନିବେଦନ କରିବା ପରେ କଣ ହେଲା ନିଜେ ବଖାଣିଲେ, ଦେଖନ୍ତୁ ପୁରା ପୋଷ୍ଟ

ସମାଜସେବୀଙ୍କ ସେବା ମନୋବୃତ୍ତି ଆଇପିଏସ ଙ୍କୁ ଆକର୍ଷିତ କଲା ଓ ଶେଷରେ ତାଙ୍କୁ ଦେଇ ବସିଲେ ମନ । ଆଜ୍ଞା ହଁ, ଜଣେ ସମାଜସେବୀଙ୍କୁ ପ୍ରେମ ନିବେଦନ କଲେ ଆଇପିଏସ ଅଫିସର । ପ୍ରେମ କେତେବେଳେ କାହା ସହ ହୋଇଯାଏ କିଛି କହି ହୁଏନି । କେତେବେଳେ କିଏ ପ୍ରଥମ ନଜରରୁ ବି ନିଜର ଲାଗିଯାଏ । ଏମିତି କିଛି ଘଟିଛି ଆଇପିଏସ ଅଫିସର ରଚିତା ଜୁଏଲଙ୍କ ସହ । ଏହି ପ୍ରଶାସନିକ ଅଧିକାରୀ ସମାଜସେବୀଙ୍କ ପ୍ରେମରେ ପଡି ଯାଇଥିଲେ ।

ଏହା ପରଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା ଓ ଶେଷରେ ସମାଜସେବୀଙ୍କୁ ମନର କଥା କହି ଦେଇଥିଲେ ରଚିତା । ସୋସିଆଲ ମିଡିଆରେ ନିଜ ପ୍ରେମ କାହାଣୀ ନିଜେ ଶେୟାର କରିଛନ୍ତି ଏହି ମହିଳା ଆଇପିଏସ ଅଫିସର ଜଣକ । ଆଇପିଏସ ରଚିତା କହିଛନ୍ତି, ମୋ ବାପା ପୋଲିସ ସେବାରେ ଅଛନ୍ତି । ବାପାଙ୍କ ଠାରୁ ପ୍ରେରଣା ନେଇ ମୁଁ ବି ପୋଲିସ ସେବାରେ ଆସିବାକୁ ମନ ବଳାଇଥିଲି । ଅନେକ କଠିନ ପରିଶ୍ରମ ପରେ 2015 ରେ ୟୁପିଏସସି କ୍ଲିୟର କରି ମୁଁ ଆଇପିଏସ ଅଫିସର ହେଲି ।

ସମାଜସେବା ପ୍ରତି ମୋ ରୁଚି ଛୋଟ ବେଳୁ ରହିଥିଲା । ଲୋକଙ୍କ ସେବା କରିବାକୁ ମୁଁ ବି ଚାହୁଁଥିଲି । ସେଥିପାଇଁ ପୋଲିସ ସେବାରେ ଆସିବା ପରେ ବି ମୁଁ ଅନେକ ଏନଜିଓ କୁ ସାହାଯ୍ୟ କରିଛି । କରୋନା ଦ୍ଵିତୀୟ ଲହର ବେଳେ ମୋର ଏମିତି ଜଣେ ସମାଜସେବୀଙ୍କ ସହ ଭେଟ ହୋଇଥିଲା ଯାହାଙ୍କୁ ମୁଁ ପ୍ରଥମ ନଜରରେ ହିଁ ଭଲ ପାଇ ବସିଥିଲି ।

ଯଶସ୍ଵୀଙ୍କ ସହ କିଛିଦିନ କାମ କରିବା ପରେ ଆମର ବନ୍ଧୁତା ହୋଇଥିଲା । ହେଲେ ମୋ ମନ କଥା ପ୍ରକାଶ କରିବା ଏତେ ସହଜ ନଥିଲା । ତଥାପି ଥରେ ସାହାସ କରି ମୁଁ ମନ କଥା କହିଦେଲି । ସେ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ ଓ ଆମେ ବିବାହ କରିଥିଲୁ । ପୋଲିସ ସେବାରେ ଚାକିରି କରିବା ପରେ ମୋ ଜୀବନ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇ ଯାଇଥିଲା ।

ହେଲେ ମୋ ଜୀବନରେ ଯଶସ୍ଵୀ ଆସିବା ପରେ ମୋ ଜୀବନ ରଙ୍ଗରେ ପରିପୂର୍ଣ୍ଣ ହୋଇଯାଇଛି । ଏମିତି କିଛି ଲେଖି ନିଜ ପ୍ରେମ କାହାଣୀ ବର୍ଣ୍ଣନା କରିଛନ୍ତି ଆଇପିଏସ ରଚିତା । ଆପଣଙ୍କୁ ଆଇପିଏସ ରଚିତାଙ୍କର ପ୍ରେମ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।