ଜେଲ ରହଣି ଭିତରେ ସମସ୍ତଙ୍କୁ ତାଜୁବ କରୁଛି Gopal ର ହରକତ, ମାନସିକ ଅବସ୍ଥା ସ୍ଵାଭାବିକ ନଥିବା ଗୋପାଳ ଏମିତି ରହୁଛି ଜେଲରେ !

ଗତ ଫେବୃୟାରୀ 14 ତାରିଖ ଠାରୁ କଟକ ଚୌଦ୍ବାର ଜେଲରେ ଦିନ କାଟୁଛି ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ଅଭିଯୁକ୍ତ ଗୋପାଳ ଦାସ । ସେଠାରେ ତା’ର ଅନ୍ତେବାସକୁ ପ୍ରାୟ ଏକ ସପ୍ତାହ ପୁରି ସାରିଥିଲେ ମଧ୍ୟ ଗୋପାଳର ସ୍ଵଭାବରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଜେଲର ୱାର୍ଡର ତଥା ଜେଲ କତ୍ତୃପକ୍ଷ ଗୋପାଳର ପ୍ରତିଟି ହାବଭାବ ଓ ଗତିବିଧି ଉପରେ ନଜର ରଖିଛନ୍ତି ।

ଗୋଟିଏ ପଟେ ଏହି ମାମଲାକୁ ନେଇ କ୍ରା-ଇ-ମ-ବ୍ରା-ଞ୍ଚ-ର ତଦନ୍ତ ସରିଥିବା ବେଳେ ମିଳିଥିବା ତଥ୍ୟକୁ ବର୍ତମାନ ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ଚୌଦ୍ବାର ଜେଲ ର ତିନି ନମ୍ବର ସେଲରେ ଗୋପାଳର ନୂଆ ଠିକଣା ପାଲଟିଛି । ଜେଲ ରହଣିକୁ ସପ୍ତାହେ ବିତି ସାରିଥିଲେ ସୁଦ୍ଧା ଗୋପାଳର ବ୍ୟବହାରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ଜେଲ ଭିତରେ ଗୋପାଳ ଏକଦମ ଅବିଚଳିତ ଏବଂ ନିର୍ବିକାର ଭାବେ ଦିନ କାଟୁଛି ।

ଜେଲର ସମସ୍ତ ମାନୁଆଲ ପାଳନ କରିବା ସହ ବେଶ ଆରାମରେ ରହୁଛି ଗୋପାଳ । ଗୋପାଳ ପ୍ରତିଦିନ ଖବରକାଗଜ ପଢିବା ସହ ଭଗବାନ ଗୀତା ମଧ୍ୟ ପଢୁଛି । ଆଉ ସମୟ ସମୟରେ ଗୋପାଳ ଗୁଣୁଗୁଣୁ ହୋଇ ଗୀତ ମଧ୍ୟ ଗାଉଥିବାର ଦେଖିବାକୁ ମିଳୁଛି । ଜେଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅନ୍ୟ କଏଦୀ ମାନଙ୍କ ଭଳି ଗୋପାଳ ଜେଲ ମାନୁଆଲକୁ ଭଲ ଭାବେ ମାନି ଚଳୁଛି । ସକାଳ ନିତ୍ୟକର୍ମ ଠାରୁ ଆରମ୍ଭ କରି ରାତିର ବିଶ୍ରାମ ପର୍ଯ୍ୟନ୍ତ ଗୋଟି ଗୋଟି କରି ଜେଲର ସବୁ ନିୟମ ମାନୁଛି ଗୋପାଳ ।

ହେଲେ ତା’ର ମା-ନ-ସି-କ ଅବସ୍ଥା ସ୍ଵାଭାବିକ ନଥିବା କୁହା ଯାଉଥିବା ବେଳେ ତା’ର ବ୍ୟବହାରରେ ସେଭଳି କିଛି ବ୍ୟତିକ୍ରମ ଦେଖିବାକୁ ମିଳୁନି ବୋଲି ଜେଲ କତ୍ତୃପକ୍ଷ କହିଛନ୍ତି । ଜେଲ କର୍ମଚାରୀ ଗୋପାଳ ବିଷୟରେ ଯେତେ କଥା ଶୁଣିଥିଲେ ତା’ର ସାତ ଦିନ ରହଣି ମଧ୍ୟରେ ଗୋପାଳକୁ ଭଲ ଭାବେ ଜାଣି ସାରିଲେଣି । ହେଲେ ଗୋପାଳର ଜେଲ ଭିତରେ ଆଚାର ବ୍ୟବହାର ଏମାନଙ୍କୁ ଯେତିକି ଆଶ୍ଚର୍ଯ୍ୟ ଚକିତ କରୁଛି ତା’ର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସେତିକି ଆଶ୍ଚର୍ଯ୍ୟ କରୁଛି ।

ସର୍ବ ସମୁଖରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଭଳି ବ୍ୟକ୍ତିଙ୍କୁ gulee କରିଥିବା ଗୋପାଳ ଜେଲର ସେଲ ଭିତରେ କିଛି ବି କା-ଣ୍ଡ ଭିଆଇ ପାରେ ଏହି ଆଶଙ୍କା ଜେଲ କତ୍ତୃପକ୍ଷଙ୍କୁ ଘାରିବାରେ ଲାଗିଛି । ତେବେ ଗୋପାଳର ଏଭଳି ହରକତ ସମସ୍ତଙ୍କୁ ଏବେ ତାଜୁବ କରିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।