ଏମିତି ହୋଇଥିଲା ଶ୍ରୀକୃଷ୍ଣଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଶ୍ରୀରାଧାଙ୍କ ମୃ-ତ୍ୟୁ, ଏହି କରୁଣ କାହାଣୀ ଆପଣଙ୍କ ଆଖି ଭିଜେଇ ଦେବ

ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧାଙ୍କ ଶାଶ୍ଵତ ପ୍ରେମର ନିଦର୍ଶନ ଯୁବ ଯୁଗ ଧରି ଏ ସଂସାରରେ ଅମର ହୋଇ ରହିଛି । ସେମାନଙ୍କ ପ୍ରେମକୁ ଜୀବାତ୍ମା ଓ ପରମାତ୍ମାଙ୍କ ମିଳନ ବୋଲି ବିଶ୍ବାସ କରାଯାଏ । ସେମାନେ ପରସ୍ପରକୁ ବିବାହ କରି ନଥିଲେ ମଧ୍ୟ ସାରା ଜୀବନ ପରସ୍ପର ପ୍ରତି ସମର୍ପିତ ମନୋଭାବ ନେଇ ବଞ୍ଚିଥିଲେ । ବାଲ୍ୟାବସ୍ଥା ଅର୍ଥାତ ମାତ୍ର 8 ବର୍ଷ ବୟସରୁ ହିଁ ରାଧାଙ୍କୁ ପ୍ରେମ କରି ବସିଥିଲେ ଶ୍ରୀକୃଷ୍ଣ । ରାଧା ମଧ୍ୟ ଶ୍ରୀକୃଷ୍ଣଙ୍କ ଅଲୌକିକ ଗୁଣରେ ପ୍ରଭାବିତ ହୋଇ ତାଙ୍କୁ ପ୍ରେମରେ ପଡିଥିଲେ ।

ବଂଶୀ ଏବଂ ଶ୍ରୀରାଧା ଏହି ଦୁଇଟି ଜିନିଷ ଶ୍ରୀକୃଷ୍ଣଙ୍କର ସବୁଠୁ ପ୍ରିୟ ଥିଲା ବୋଲି କୁହାଯାଏ । ଶ୍ରୀକୃଷ୍ଣଙ୍କ ବଂଶୀକୁ କାନଡେରି ରହୁଥିଲେ ରାଧିକା ରାଣୀ ଓ ସେଠାକୁ ଆକର୍ଷିତ ହୋଇ ଚାଲି ଆସୁଥିଲେ । ହେଲେ ମଥୁରାରୁ ମାମୁଁ କଂସଙ୍କ ନିମନ୍ତ୍ରଣ ନେଇ ଗୋପପୁରରୁ ଯେତେବେଳେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ନେବାକୁ ଅକ୍ରୁର ଆସିଥିଲେ ସେତେବେଳେ ରାଧାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଶ୍ରୀକୃଷ୍ଣ । ମଥୁରା ଜୀବ ପୂର୍ବରୁ ଶେଷଥର ପାଇଁ ରାଧାରାଣୀଙ୍କୁ ଭେଟି ଚାଲି ଯାଇଥିଲେ ଶ୍ରୀକୃଷ୍ଣ ।

ଫେରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରାଧାଙ୍କ ପାଖକୁ ଆଉ କେବେବି ସେ ଫେରି ନଥିଲେ । ଶେଷ ସାକ୍ଷାତ ବେଳେ ରାଧା ତାଙ୍କୁ କହିଥିଲେ, ସେ ଯେତେ ଦୂରକୁ ଗଲେ ମଧ୍ୟ ତାଙ୍କ ହୃଦୟରେ ସବୁବେଳେ ରହିବେ । ଅନ୍ୟପରେ ସମୁଦ୍ର ମଧ୍ୟରେ ଦ୍ଵରକା ନଗରି ସ୍ଥାପନ କରିବା ସହ ଅଷ୍ଟ ପାଟବଂଶୀଙ୍କୁ ବିବାହ କରିଥିଲେ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣ ଗୋପପୁର ଛାଡିବା ପରେ ରାଧାଙ୍କ ବିଷୟରେ ଆଉ ଅଧିକ ବର୍ଣ୍ଣନା କରାଯାଇନାହିଁ ।

ଶ୍ରୀକୃଷ୍ଣ ଚାଲିଯିବା ପରେ ଶ୍ରୀରାଧାଙ୍କ ଜୀବନ ସଂପୂର୍ଣ୍ଣ ବଦଳି ଯାଇଥିଲା । ନିଜ ପରିବାର ପ୍ରତି ତାଙ୍କର କର୍ତ୍ତବ୍ୟ ମଧ୍ୟରେ ସେ ମନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ପ୍ରତି ସମର୍ପିତ ଥିଲେ । ଏହାରି ଭିତରେ ତାଙ୍କ ବୟସ ମଧ୍ୟ ବଢି ଚାଲିଥିଲା । ଶେଷରେ ଶ୍ରୀରାଧାଙ୍କ ମନରେ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବାର ଇଚ୍ଛା ଜାଗ୍ରତ ହୋଇ ଉଠିଥିଲା । ସେ ଦ୍ଵାରକା ନଗରୀରେ ପହଞ୍ଚିବା ବେଳେ ରୁକ୍ମିଣୀ ଓ ସତ୍ୟଭାମା ଆଦିଙ୍କ ସହ ଶ୍ରୀକୃଷ୍ଣଙ୍କ ବିବାହ ହୋଇଥିବା ସେ ଜାଣିବାକୁ ପାଇଥିଲେ ।

ହେଲେ ବି ଦୁଃଖିତ ହୋଇ ନଥିଲେ । ଶ୍ରୀକୃଷ୍ଣଙ୍କ ସହ ସାକ୍ଷାତ ହେବାପରେ ସେମାନେ ଆଖି ଆଖିରେ ଅନେକ କଥା ହୋଇଥିଲେ । ଦ୍ଵାରକା ନଗରୀରେ ରାଧାକୁ କେହି ଚିହ୍ନି ନଥିଲେ ତେଣୁ ରାଧାଙ୍କ ଅନୁରୋଧ କ୍ରମେ ରାଜପ୍ରସାଦରେ ପରିଚାରିକା ମଧ୍ୟରେ ନିଯୁକ୍ତି ଦେଇଥିଲେ । ସବୁ କର୍ତ୍ତବ୍ୟ କରେ ରାଧା ନିଜ ପ୍ରିୟା ପୁରୁଷ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କରୁଥିଲେ ।

ହେଲେ ସେଠାରେ ପୂର୍ବ ଭଳି ଆଧ୍ୟାତ୍ମିକତାର ଅନୁଭବ ନ ହେବାରୁ ରାଜପ୍ରସାଦ ତ୍ୟାଗ କରିବାକୁ ସେ ନିର୍ଣ୍ଣୟ ନେଇଥିଲେ । ଦୂରକୁ ଯାଇ ଶ୍ରୀକୃଷ୍ଣଙ୍କ ସହ ଗଭୀର ଆତ୍ମିକ ସମ୍ପର୍କ ସ୍ଥାପନ କରିପାରିବେ ବୋଲି ସେ ଭାବିଥିଲେ । ସମୟ ବିତିବା ସହ ରାଧା ସଂପୂର୍ଣ୍ଣ ଦୁର୍ବଳ ଓ ଏକାକୀ ହୋଇ ପଡିଥିଲେ । ରାଧାଙ୍କ ଶେଷ ସମୟ ଆସିଛି ଜାଣି ଶ୍ରୀକୃଷ୍ଣ ରାଧାଙ୍କ ପାଖେ ଯାଇ ପହଞ୍ଚିଥିଲେ ଆଉ ରାଧାଙ୍କୁ କିଛି ମାଗିବାକୁ କହିଥିଲେ । ହେଲେ ରାଧା ମନା କରି ଦେଇଥିଲେ ।

କିନ୍ତୁ ଶ୍ରୀକୃଷ୍ଣ ବାରମ୍ବାର ଅନୁରୋଧ କରିବା ପରେ ରାଧା ତାଙ୍କୁ ବଂଶୀବାଦନ କରିବାର ଦେଖିବାକୁ ଚାହୁଁଥିବା କହିଥିଲେ । ତାଙ୍କର ଶେଷ ଅନୁରୋଧ ରକ୍ଷା କରି ଶ୍ରୀକୃଷ୍ଣ ଅତି ସୁନ୍ଦର ବଂଶୀବାଦନ କଲେ ଓ ଏହା ଶୁଣି ଆଧ୍ୟାତ୍ମିକତାରେ ଲୀନ ହୋଇ ଯାଉଥିଲେ ଶ୍ରୀରାଧା । ଏହା ଥିଲା ଉଭୟଙ୍କ ଆତ୍ମିକ ମିଳନ ।

ଶେଷରେ ନିଜ ପ୍ରିୟତମଙ୍କ ବଂଶୀଧ୍ୱନି ଶୁଣିବା ଅବସ୍ଥାରେ ଦେହତ୍ୟାଗ କରିଥିଲେ ଶ୍ରୀରାଧା । ମାନବୀୟ ଲୀଳାରେ ରାଧାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପରି ନଥିଲେ ଶ୍ରୀକୃଷ୍ଣ । ତେଣୁ ଦୁଃଖରେ ଭାଙ୍ଗିଯାଇ ସେ ନିଜ ବଂଶୀ ଭାଙ୍ଗି ଦେଇଥିଲେ ଏବଂ ଏହାପରେ ସେ କେବେବି ବଂଶୀବାଦନ କରିଥିଲେ ।

କୁହାଯାଏ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ନାରାୟଣଙ୍କ ଅବତାର ନେବା ପରେ ଶ୍ରୀରାଧା ମଧ୍ୟ ଲକ୍ଷ୍ମୀଙ୍କ ରୂପରେ ଜନ୍ମ ନେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।