ଏହି 1 ପକ୍ଷୀ ଘରକୁ ଆସୁଥିଲେ ତୁରନ୍ତ ଘଉଡାଇ ଦିଅନ୍ତୁ, କିନ୍ତୁ ଏହି 3 ପକ୍ଷୀ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ, କେଉଁ ପକ୍ଷୀ କେଉଁ ସଙ୍କେତ ଦେଇଥାଏ ?

ନମସ୍କାର ବନ୍ଧୁଗଣ, ପକ୍ଷୀ ମାନେ ସାଧରଣତଃ ଆମକୁ ବହୁତ ଭଲ ଲାଗିଥାନ୍ତି । ସେମାନଙ୍କ ସ୍ଵାଭାବ ବହୁତ ଶାନ୍ତ ହୋଇଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଏହି ସାଧାରଣ ପକ୍ଷୀ ଆମ ମଣିଷ ମାନଙ୍କୁ ଭଲ ମନ୍ଦ ସମୟ ଆସିବାର ସୂଚନା ପ୍ରଦାନ କରିବାର କ୍ଷମତା ରଖନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହି ପକ୍ଷୀ ମାନଙ୍କ ସମ୍ପର୍କରେ ଯେଉଁମାନେ ଆମକୁ ଶୁଭ ସମୟ ଆସିବାର ସଙ୍କେତ ଦେଇଥାନ୍ତି ତାଙ୍କ ଆଗମନ ସାହାର୍ଯ୍ୟରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପାରା: ପାରାକୁ ଶୁଭ ପକ୍ଷୀ ରୂପରେ ବିବେଚିତ କରାଯାଏ । ଶୁକ୍ରବାର ଦିନ ଯଦି ପାରା ଆପଣଙ୍କ ଘରର ମୁଖ୍ୟ ଦ୍ଵାର କିମ୍ବା ଝରକା ପାଖରେ ଆସି ବସିଯାଏ ତେବେ ଏହା ଧନ ଲାଭ ହେବାର ସଙ୍କେତ ଦେଇଥାଏ । ମୟୁର: ଯଦି ଶୁକ୍ରବାର ଦିନ ଆପଣଙ୍କ ଘରେ କେଉଁଠାରୁ ମୟୂର ଆସି ବସିଯାଏ ତେବ ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଶୁକ୍ରବାର ଦିନ ଘରକୁ ମୟୂର ଆସିବାର ସଂକେତ ହୋଇଥାଏ ଆପଣଙ୍କ ଘରେ ବିକାଶ ହେବାକୁ ଯାଉଛି । ସେହିଘରର ଶତ୍ରୁ ମାନଙ୍କ ବିନାଶ ହୋଇଥାଏ ।

ଚଢେଇ: ଶୁକ୍ରବାର ଦିନ ଆପଣଙ୍କ ଘରକୁ ଚଢେଇ ଆସିବାର ଅର୍ଥ ହୋଇଥାଏ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ଯେଉଁ ଘରେ ଚଢେଇ ନିଜର ବସା ତିଆରି କରିଥାଏ ସେହି ଘରେ ସବୁବେଳେ ଖୁସିର ମାହୋଲ ଲାଗିରହିଥାଏ ।

ପେଚା: ଶୁକ୍ରବାର ଦିନ ପେଚା ଦେଖିବା ବା ତା ଧ୍ୱନି ଶୁଣିବା ବହୁତ ଶୁଭ ହୋଇଥାଏ । ଯଦି ଗର୍ଭବତୀ ମହିଳା ପେଚା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଆଉ ଯଦି ପେଚା ତାଙ୍କୁ ସ୍ପର୍ଶ କରିଦିଏ ତେବେ ତାଙ୍କ ଗର୍ଭରେ ଥିବା ସନ୍ତାନ ବହୁତ ଭାଗ୍ୟଶାଳୀ ଅଟେ । ସେହିପରି ପେଚା ଯଦି କୌଣସି ରୋଗଗ୍ରସ୍ତ ଥିବା ବ୍ୟକ୍ତିଙ୍କୁ ଛୁଇଁ ଚାଲିଯାଏ ତେବେ ସେହି ବ୍ୟକ୍ତି ବଡ ବଡ ରୋଗରୁ ମଧ୍ୟ ମୁକ୍ତି ପାଇଯାନ୍ତି ।

ଯଦି ଆପଣ କୌଣସି ପରୀକ୍ଷା ଦେବା ପାଇଁ ଯାଉଛନ୍ତି ଏବଂ ଯିବା ବାଟରେ  ପେଚା ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ସକାଳୁ ସକାଳୁ ଯଦି ଆପଣ ପେଚା ଦେଖନ୍ତି ବା ପେଚାର ଶବ୍ଦ ଶୁଣନ୍ତି ତେବେ ଏହା ମଧ୍ୟ ଶୁଭ ହୋଇଥାଏ । ପେଚା ଯଦି କୌଣସି ଘର ଉପରେ ବାରମ୍ବାର ବସି କାନ୍ଦିବାକୁ ଲାଗେ ତେବେ ଏହା ସେହି ଘର ପାଇଁ ବହୁତ ବଡ ଅଶୁଭ ସଙ୍କେତ ହୋଇଥାଏ ।

ସେହିଘରେ ଘରେ ଧନ ହାନି ହେବା ସହ ଜୀବନ ଉପରେ ବିପଦ ଆସିବା ଭଳି ସଙ୍କଟ ଉପୁଜି ଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।