ପ୍ରେମ ଆଗରେ ଫିକା ପଡିଲା ମମତା, କେଇ ମାସର ଛୁଆକୁ ପର କରି ପ୍ରେମିକ ସହ ଫେରାର ଦେଲା ମା’, ଦେଖନ୍ତୁ କଣ କହୁଛନ୍ତି ପରିବାର, ଦେଖନ୍ତୁ video

ସରକାର ଛୋଟ ଝିଅକୁ ନେଇ ତା’ର ଚିକିତ୍ସା କର ଓ ତାକୁ ପାଳି ପୋଷି ବଡ ମଣିଷଟିଏ କର ବୋଲି ଗୁହାରି କରିଛନ୍ତି ଗଜପତି ମୋହନାର ଏହି ବ୍ୟକ୍ତିଜଣକ । କାରଣ କଅଁଳ ଛୁଆକୁ ପର କରି ତା’ ମାଆ ପର ପୁରୁଷ ସହ ଚାଲି ଯାଇଥିବା ବେଳେ ସେ ପିଲାଟିର ଭଲରେ ଯତ୍ନ ନେଇ ପାରୁନାହାନ୍ତି । ଏହି ବ୍ୟକ୍ତିଜଣକ ହେଉଛନ୍ତି ସତ୍ୟବାନ ନାୟକ, ଯିଏକି ବେଙ୍ଗାଲୁରୁରେ ରହି କୁଲି ମଜୁରି କାମ କରୁଥିଲେ । ଘରେ ତାଙ୍କ ସ୍ତ୍ରୀ, ଛୋଟ ଝିଅ ଓ ମାଆ ଥିଲେ ।

ସେଠାରେ କିଛି ମାସ ରହିବା ପରେ ସେ ଶୁଣିବାକୁ ପାଇଲେ କି ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷ ସହ ବିବାହ କରୁଛନ୍ତି । ତା’ ପୁଣି ନିଜ କୋମଳ ଛୁଆଟିକୁ ଛାଡି । ତାଙ୍କ କାନରେ ଏ ଖବର ପଡିବା ମାତ୍ରେ ସେ ବେଙ୍ଗାଲୁରୁରୁ ଆସିଥିଲେ ଏବଂ ମୋହନା ଥାନାର ଦ୍ଵାରସ୍ଥ ହୋଇଥିଲେ । ସେଠାରେ କଥା ହୋଇଥିଲେ ମଧ୍ୟ କିଛି ସମାଧାନ ହୋଇ ପାରିନାହିଁ । ସାନ ଝିଅଟି ତାଙ୍କ ପାଖରେ ଅଛି ଏବଂ ସେ ପାରୁ ପର୍ଯ୍ୟନ୍ତ ତା’ର ଯତ୍ନ ନେଉଛନ୍ତି । ସବୁଠୁ ଦୁଃଖଦ କଥା ହେଲା, ମା’ ଥାନାରେ ନିଜ ଝିଅକୁ ମୋ ଛୁଆ ନୁହେଁ କହି ଧିକାର କଲା ।

ମାତ୍ର କେଇ ମାସର ଛୁଆକୁ ପର ପୁରୁଷ ପାଇଁ ଛାଡି ଚାଲିଗଲା ମା’ । ପ୍ରେମିକର ପ୍ରେମଆଗରେ ଫିକା ପଡିଗଲା ଜନ୍ମ କଲା ମା’ ର ମମତା । ଏତେ ସାନ ଛୁଆଟିର କିଭଳି ଯତ୍ନ ନେବେ ଏନେଇ ଅସହାୟ ହୋଇ ପଡିଛନ୍ତି ପରିବାର ଲୋକେ । ଶାଶୁ ପଡିଶା ଘରକୁ ଯାଇଥିବା ବେଳେ ବୋହୂ ସାନ ଛୁଆକୁ ଘରେ ଶୁଆଇ ପ୍ରେମିକ ସହ ଫେରାର ହୋଇଗଲା । ଏବେ ଛୁଆଟିର ମା’ ଚନ୍ଦ୍ରପୁରରେ ଥିବା ଜଣାପଡିଛି ।

ହେଲେ ସେ ନିଜ ଛୁଆକୁ ଆପଣେଇବା ପାଇଁ ସିଧା ମନା କରି ଦେଇଛନ୍ତି । ବୁଢୀ ମା’ ଜଣକ ରୁଟି, କ୍ଷୀର ଆଦି ଖୁଆଇ ଝିଅକୁ ରଖିଛନ୍ତି । ବୟସ ହୋଇ ଯାଇଥିବାରୁ ସେ ନିଜେ ଭଲରେ ବସି ଉଠି ପାରୁନାହାନ୍ତି ତେଣୁ ଛୁଆଟିର ଯତ୍ନ ନେବା ତାଙ୍କ ପାଇଁ ମୁସ୍କିଲ ହେଉଛି । ସେମାନେ ଝିଅଆଇଟି ଭଲଭାବେ ଯତ୍ନ ନେଇ ପାରୁ ନଥିବାରୁ ସରକାର ଯଦି ତାକୁ କେଉଁଠି ନେଇ ରଖନ୍ତି ତେବେ ସେମାନେ ତା’ର ଭଲରେ ଯତ୍ନ ନେବେ ବୋଲି ଆଶା ବାନ୍ଧିଛନ୍ତି ଝିଅଟିର ଜେଜେମା’ ଏବଂ ବାପା ।

ଏଭଳି କରୁଣ ପରିସ୍ଥିତି ଦେଖିଲେ ଯେକୌଣସି ସହୃଦୟ ବ୍ୟକ୍ତିଙ୍କ ଆଖି ଭିଜିଯିବ । ତେବେ ଦେଖାଯାଉ ସରକାର ଏହି ଛୁଆଟି ପାଇଁ କିଛି ପଦକ୍ଷେପ ନେଉଛନ୍ତି ନା ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।