ଆଉ କେଇଟା ଦିନରେ ଶେଷ ହୋଇଯିବ ବର୍ଷ 2022 ଆଉ ଆରମ୍ଭ ହେଇଯିବ ଆଉ ଏକ ନୂଆବର୍ଷ 2023 । ନୂଆବର୍ଷକୁ ସ୍ଵାଗତ କରିବା ପାଇଁ ଚାରିଆଡେ ଖୁସିର ମାହୋଲ । ଏହିଦିନକୁ ଭଲରେ କଟାଇବା ପାଇଁ ସମସ୍ତେ ଚାହିଁଥାନ୍ତି ଓ ପୂର୍ବରୁ ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦିଅନ୍ତି । ଗତ ଅଢେଇ ବର୍ଷ ହେଲା ବିଶ୍ଵକୁ କରୋନା ମହାମାରୀ ଭୟ ଘାରିଥିବା ବେଳେ ନୂଆବର୍ଷ 2023 ଭଲରେ ବିତୁ ବୋଲି ସମସ୍ତଙ୍କର ଇଛା ।
ହେଲେ 2023 ରେ କେଉଁ ସବୁ ଘଟଣା ଘଟିବ ଏନେଇ ପୂର୍ବରୁ ଭବିଷ୍ୟବାଣୀ କରି ସାରିଛନ୍ତି ବେଲଜିୟମର ପ୍ରସିଦ୍ଧ ଭବିଷଦବକ୍ତା ବାବା ଭେଙ୍ଗା । ବାବା ଭେଙ୍ଗାଙ୍କ ଦ୍ଵାରା ହୋଇଥିବା ଅନେକ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇ ସାରିଛି । ତେବେ ଏମିତିରେ ବର୍ଷ 2023 ପାଇଁ ସେ ଯାହା ଭବିଷ୍ୟବାଣୀ କରି ଯାଇଛନ୍ତି ତାହା ଜାଣିଲେ ଯେ କେହି ଭୟଭୀତ ହେବେ । ନୂଆବର୍ଷ ନୂଆ ଆଶା ଓ ଉଦ୍ଦୀପନା ନେଇ ଆସେ । ହେଲେ ନୂଆବର୍ଷରେ କଣ ସବୁ ଘଟିବାକୁ ଯାଉଛି ଆସନ୍ତୁ ଜାଣିବା ।
2022 ମସିହା ପାଇଁ ବାବା ଭେଙ୍ଗା କରିଥିବା ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇ ସାରିଛି । ତେବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ 2023 ରେ ବିଶ୍ବରେ ଏକ ସୌର ଝଡ ବା ସୁନାମୀ ହେବ । ଯେଉଁଥି ପାଇଁ ବିଶ୍ଵବାସୀଙ୍କର ଅନେକ କ୍ଷତି ହେବ । ଅର୍ଥାତ ବହୁତ ଲୋକଙ୍କ ଜୀବନ ଚାଲିଯିବ, ସାଟେଲାଇଟ ସିଷ୍ଟମ ଭୟଙ୍କର ଭାବେ ପ୍ରଭାବିତ ହେବ ଓ ସାଟେଲାଇଟ ଚାଳିତ ସବୁ ଜନ୍ତ୍ର ତଥା ମୋବାଇଲ, କମ୍ପ୍ୟୁଟର ଆଦି ଖେଳଣା ପାଲଟିଯିବ ।
ଅନେକ ଦିନ ଧରି ବିଶ୍ଵବାସୀ ଅନ୍ଧକାରରେ ରହିବେ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି । ଅନ୍ୟପଟେ ଏସିଆ ମହାଦେଶରେ ଥିବା ଆଣବିକ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ଘଟିବ ଓ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବ । ବାବା ଭେଙ୍ଗାଙ୍କ କହିବା ଅନୁଯାୟୀ, 2023 ରେ ଏକ ଭୟଙ୍କର ସୌର ଝଡ ଆସିବ ଯାହା ସୂର୍ଯ୍ୟଙ୍କ ଠାରୁ ଉତ୍ପନ୍ନ ଶକ୍ତି ବିସ୍ଫୋରଣରୁ ପୃଥିବୀ ଉପରେ ବିପଦଜନକ ବିକିରଣ ପୋଡିବ । ଯାହା କୋଟି କୋଟି ପରମାଣୁ ବୋମା ସଦୃଶ ବିନାଶକାରୀ ସାବ୍ୟସ୍ତ ହେବ ।
ପୃଥିବୀରେ ଘଟିବାକୁ ଯାଉଥିବା ଏହି ଭୟଙ୍କର ଜ୍ୟୋତିର୍ବିଦ ଘଟଣା ଯୋଗୁଁ ପୃଥିବୀର କକ୍ଷ ପଥରେ ପରିବର୍ତ୍ତନ ହେବ ଓ ଏହାର ପ୍ରଭାବ ଅତ୍ୟନ୍ତ ବିପଦଜନକ ହେବ । ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ମଧ୍ୟ ହରାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।