ଶ୍ରୀଲଙ୍କା ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଲା ବଡ ଚ୍ୟାଲେଞ୍ଜ, ଏହି ଦୁଇ ଖେଳାଳି ବଢାଇଲେ ଚିନ୍ତା, ଫସିଯିବ କି ଟିମ୍ ଇଣ୍ଡିଆ ? IND vs SL 2023

ନୂଆବର୍ଷ 2023 ଆରମ୍ଭରୁ କ୍ରିକେଟ ସିଜିନ ଆରମ୍ଭ କରିବାକୁ ଯାଉଛି ଟିମ୍ ଇଣ୍ଡିଆ । ହେଲେ କିଛି ଦିଗଜ ଖେଳାଳି ନୂଆବର୍ଷ ଠାରୁ ଆଉ ଟିମ୍ ଇଣ୍ଡିଆରେ ଖେଳିବେନି । ଜାନୁୟାରୀରୁ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ଟି2ଓ ଓ ପରେ ଦିନିକିଆ ସିରିଜ ମଧ୍ୟ ଖେଳିବ ଟିମ୍ ଇଣ୍ଡିଆ । ହେଲେ ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ଏହି ସିରିଜର ଅଂଶୀ ହେବେନାହିଁ ବୋଲି ଖବର ସାମ୍ନାକୁ ଆସିଛି । କାରଣ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଉଭୟ ଏହି ସିରିଜରୁ ବାଦ ପଡିବେ ।

ବାଂଲାଦେଶ ବିପକ୍ଷ ମ୍ଯାଚରେ ରୋହିତ ଶର୍ମାଙ୍କ ବୁଢା ଆଙ୍ଗୁଳିରେ ଆଘାତ ଲାଗିଥିଲା, ଯେଉଁଥି ପାଇଁ ସେ ତୃତୀୟ ଦିନିକିଆ ମ୍ଯାଚ ଖେଳି ପାରି ନଥିଲେ । ଟେଷ୍ଟ ସିରିଜରୁ ମଧ୍ୟ ବାଦ ପଡିଥିଲେ । ତେବେ ବର୍ତ୍ତମାନ ଯାଏଁ ସୁଦ୍ଧା ରୋହିତଙ୍କ ଆଙ୍ଗୁଳି ସଂପୂର୍ଣ୍ଣ ଭଲ ହୋଇନାହିଁ । ରୋହିତ ଲଗାତାର ନେଟ ଅଭ୍ଯାସ କରୁଥିବା ଦେଖିବାକୁ ମିଳୁଥିଲେ ମଧ୍ୟ ସେ ସିରିଜରେ ଖେଳିବା ନେଇ ସ୍ପଷ୍ଟ ହୋଇନାହିଁ । ସେହିପରି ସିରିଜ ସମୟସୀମା ମଧ୍ୟରେ ଲୋକେଶ ରାହୁଲଙ୍କ ବିବାହ ହେବାକୁ ଯାଉଛି ।

ସେଥିପାଇଁ ସେ ମଧ୍ୟ ଟିମ୍ ରେ ନଜର ଆସିବେନି । ଲୋକେଶ ରାହୁଲ ଓ ରୋହିତ ଶର୍ମା ଉଭୟ ଓପନର ଅଟନ୍ତି । ତେଣୁ ସେମାନେ ଯଦି ଟିମ୍ ରୁ ବାଦ ପଡିବେ ତେବେ ଦଳ ଯୁବା ଓପନରଙ୍କ ଉପରେ ନିର୍ଭର କରିବ । ଟି20ରେ ଶୁଭମାନ ଗିଲ୍ ଓ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ଅନ୍ୟପଟେ ଏହା ଟିମ୍ ଇଣ୍ଡିଆ ପାଇଁ ଭଲ ହେବ ବୋଲି ଅନେକ କ୍ରିକେଟ ପ୍ରେମୀ କହୁଛନ୍ତି ।

କାରଣ ଗତ କିଛି ବର୍ଷ ଧରି ଲୋକେଶ ରାହୁଲ ଓ ରୋହିତ ଶର୍ମା ଦୁହେଁ ଲଗାତାର ଖରାପ ପ୍ରଦର୍ଶନ କରି ଆସୁଛନ୍ତି । ରୋହିତ ଶର୍ମା 2022 ରେ 29ଟି ଟି20 ମ୍ଯାଚ ଖେଳି ଆଭରେଜ 24.29 ମାତ୍ର 656 ରନ୍ କରିଛନ୍ତି ଏବଂ ଏଥିରେ କେବଳ 3ଟି ଅର୍ଦ୍ଧଶତକ ସାମିଲ ଅଛି । ସେହିପରି 8ଟି ଦିନିକିଆ ମ୍ଯାଚରେ 41.50 ଆଭରେଜରେ 3ଟି ଅର୍ଦ୍ଧଶତକ ସହ ମାତ୍ର 249 ରନ୍ କରିଛନ୍ତି । ସେହିପରି ଲୋକେଶ ରାହୁଲ 16ଟି ଟି20 ମ୍ଯାଚରେ 28.93 ଆଭରେଜ ସହ 6ଟି ଅର୍ଦ୍ଧଶତକରେ ମାତ୍ର 434 ରନ୍ ବନେଇଛନ୍ତି ।

ଆଉ 10ଟି ଦିନିକିଆ ମ୍ଯାଚ ଖେଳି 27.88 ଆଭରେଜ ସହ 2ଟି ଅର୍ଦ୍ଧଶତକକୁ ମିଶାଇ ମାତ୍ର 251 ରନ୍ କରିଛନ୍ତି । ତେବେ ଲୋକେଶ ଏବଂ ରୋହିତଙ୍କ ଅନୁପସ୍ଥିତିରେ ଯୁବ ଓପନର ଟିମ୍ ଇଣ୍ଡିଆ ପାଇଁ ଖେଳିବେ । କେଉଁଠି ନା କେଉଁଠି ଓପନିଂକୁ ନେଇ ଟିମ୍ ଇଣ୍ଡିଆର ଚିନ୍ତା ରହିଛି କହିଲେ ଭୁଲ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।