ଯେଉଁ ଦିନ Anubhav Mohanty ସିନ୍ଦୂର Rani Panda ମଥାରେ ଲାଗିବ ସେଇଦିନ ଜାନୁ ଚମକିବ, ଇଏ କଣ କହିଦେଲେ ରାଣୀ ! ଦେଖନ୍ତୁ video

ସବୁବେଳେ କିଛି ନ କିଛି ମାମଲାକୁ ନେଇ ରାଣୀ ପଣ୍ଡା ଚର୍ଚ୍ଚାରେ ରହି ଆସିଛନ୍ତି । କେତେବେଳେ ସୋସିଆଲ ମିଡିଆରେ କାହାକୁ ଅଶ୍ଳୀଳ ଭାଷାରେ ଗାଳି ଦେଇ ବିବାଦରେ ଚଣ୍ଡୀ ହୁଅନ୍ତି ତ ଆଉ କେତେବେଳେ ମଞ୍ଚ ଉପରେ ସଙ୍ଗୀନ ହରକତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରୁହନ୍ତି । ଆଉ ଅନେକ ସମୟରେ ବିଭିନ୍ନ ମାମଲା ଉପରେ ଟିପ୍ପଣୀ ଦେଇ ମଧ୍ୟ ରାଣୀ ପଣ୍ଡା ବେଶ ଲାଇମ ଲାଇଟ ସାଉଁଟନ୍ତି । ତେବେ ରାଣୀ ଏ ପର୍ଯ୍ୟନ୍ତ ଅବିବାହିତା ଥିବାବେଳେ ସମୟ ସମୟରେ ତାଙ୍କ ବାହାଘର କଥାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରେ ।

କେତେବେଳେ ଦିବଙ୍ଗତ ରାଜନେତା ପ୍ରଦୀପ ମହାରଥୀ ତ ଆଉ କେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାହା ହେବା ପାଇଁ ସର୍ବ ସମୁଖରେ କହି ଦିଅନ୍ତି । ଆଉ ଏବେ ପୁଣି ଥରେ ସୁପରଷ୍ଟାର ଅନୁଭବଙ୍କୁ ବିବାହ ପ୍ରସ୍ତାବ ଦେଇ ରାଣୀ ପଣ୍ଡା ଚର୍ଚ୍ଚା ରହିଛନ୍ତି । ଏନେଇ ପ୍ରଥମେ ଏକ ଭିଡିଓ ଜାରି କରି କହିଥିବା ବେଳେ ଏବେ ଗଣମାଧ୍ୟମରେ ମଧ୍ୟ ଅନୁଭବଙ୍କୁ ବାହା ହେବାକୁ ଚାହାନ୍ତି ବୋଲି ଖୁଲମଖୁଲା କହୁଛନ୍ତି ।

ଅନୁଭବ ଗତ ଅଢେଇ ବର୍ଷ ଧରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଛାଡପତ୍ର ନେଇ ବିବାଦରେ ବାନ୍ଧି ହୋଇ ରହିଛନ୍ତି । ଏମିତିରେ ରାଣୀ ପଣ୍ଡା କହିଛନ୍ତି କି, ଅନୁଭବ ତୁମର ଡିଭୋର୍ସ ହେଲା ପରେ ମତେ ବାହା ହେଇଯାଅ ମୁଁ ତୁମକୁ ବହୁତ ଖୁସିରେ ରଖିବି । ଅନୁଭବଙ୍କ ବ୍ୟକ୍ତିଗତ ମାମଲାକୁ ନେଇ ଅନେକ କଥା କହିଛନ୍ତି ରାଣୀ ପଣ୍ଡା ।

ବର୍ଷା ଯଦି ଅନୁଭବଙ୍କୁ ନେଉଛ ନିଅ ଆଉ ଯଦି ନ’ ନେଉଛ ତେବେ ଛାଡିଦିଅ ଆମେ ନେଇଯିବା ବୋଲି ସିଧା କହିଛନ୍ତି । ଯଦି ଅନୁଭବ ରାଜି ହୁଅନ୍ତି ତେବେ ବାଲିଯାତ୍ରା ପଡିଆ ବୁକ୍ ହେବ ଆଉ ତିନିଦିନ କାଳ ଭୋଜି ହେବ ।

ଅନ୍ନଛତ୍ର ଲାଗିବ ଅରୁଆ ଡାଲମା ହେବ ଆଉ ଯେତେ ଗରିବ ଲୋକ ସମସ୍ତେ ବାହାଘରକୁ ଆସି ଖାଇବେ ବୋଲି ରାଣୀ ପଣ୍ଡା କହିଛନ୍ତି । ଯେବେ ଅନୁଭବଙ୍କ ସିନ୍ଦୂର ରାଣୀ ପଣ୍ଡା ମଥାରେ ଲାଗିବ ସେବେ ଜାନୁ ଚମକିବ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।