ଚିହ୍ନିଲ ଦେଖି ! ସ୍କୁଲ ୟୁନିଫର୍ମରେ ପଛରେ ଠିଆ ହୋଇଥିବା ବଲିଉଡ ଅଭିନେତ୍ରୀ ଜଣକ କିଏ ? ବଲିଉଡର ସବୁ ସୁପରଷ୍ଟାରଙ୍କ ସହ ନଜର ଆସି ସାରିଛନ୍ତି

ବଲିଉଡ ସହ ଜଡିତ କଥା ଜାଣିବା ପାଇଁ ଫ୍ୟାନ୍ସ ମାନେ ସବୁବେଳେ ଆଗ୍ରହୀ ରହିଥାନ୍ତି । କୌଣସି ଅଭିନେତା ବା ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ ହେଉ କି ବ୍ୟକ୍ତିଗତ ଜୀବନ ସହ ଜଡିତ କୌଣସି କଥା, ଫ୍ୟାନ୍ସ ସବୁ ଜାଣିବାକୁ ଉତ୍ସୁକ ରହିଥାନ୍ତି । ଆଜିକାଲି ସୋସିଆଲ ମିଡିଆରେ ବଲିଉଡ କଳାକାରଙ୍କ ପିଲାବେଳର ଫଟୋକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଅନେକ ସେଲିବ୍ରିଟିଙ୍କ ପିଲାଦିନର ଫଟୋ ସାମ୍ନାକୁ ଆସିଛି, ଯାହା ଦେଖିବା ପରେ ଲୋକଙ୍କୁ ଅନ୍ଦାଜା ଲଗେଇବା ମୁସ୍କିଲ ହୋଇଯାଉଛି ।

ତାଙ୍କ ପ୍ରିୟ ସେଲିବ୍ରିଟି ପିଲାଦିନେ ଏମିତି ଦିଶୁଥିଲେ ଏକଥା କେହି ବିଶ୍ବାସ କରି ପାରୁନାହାନ୍ତି । ଏହି କ୍ରମରେ ବର୍ତ୍ତମାନ ଏଭଳି ଜଣେ ଅଭିନେତ୍ରୀଙ୍କ ପିଲାଦିନ ଫଟୋ ସାମ୍ନାକୁ ଆସିଛି ଯାହା ଦେଖି ସେ କିଏ ବୋଲି ଲୋକେ ଅଡୁଆରେ ପଡି ଯାଉଛନ୍ତି । ଫଟୋରେ ଆପଣ ଦେଖିବାକୁ ପାଇବେ କି ସମସ୍ତ ଝିଅମାନେ ସ୍କୁଲ ୟୁନିଫର୍ମରେ ଠିଆ ହୋଇଛନ୍ତି ।

ଆଉ ପରେ ସେମାନଙ୍କ ମଧ୍ୟରୁ ହିଁ ଜଣେ ଝିଅ ବଲିଉଡର ସୁପରଷ୍ଟାର ବନିଛନ୍ତି । ବଲିଉଡ ସମସ୍ତ ବଡ ହିରୋଙ୍କ ହିରୋଇନ ଭାବେ କାମ କରିଛନ୍ତି ଏହି ବାଳିକା । ସାଉଥରୁ ଆସିଥିବା ଏହି ଝିଅ ସାଧାରଣ ଚେହେରା ସତ୍ତ୍ୱେ ମଧ୍ୟ ଫିଲ୍ମ ଦୁନିଆରେ ନିଜକୁ ଟପ୍ ଷ୍ଟାର ଭାବେ ଗଢି ତୋଳି ପାରିଛନ୍ତି । କାରଣ ସେ ନିଜ ଲୁକ୍ ଏବଂ ଅଭିନୟ ଉପରେ ବହୁତ ମେହନତ କରିଛନ୍ତି ।

ଆଉ ଆଜି 40 ବର୍ଷ ପାର୍ ହେବା ପରେ ମଧ୍ୟ ବଲିଉଡର ଗ୍ଲାମରସ ଅଭିନେତ୍ରୀଙ୍କ ଭିତରେ ସେ ଗଣିତ ହେଉଛନ୍ତି । ଏବେ ଆପଣ ଅନ୍ଦାଜା ଲଗେଇ ପାରୁଥିବେ ସେହି ଝିଅଜଣକ କିଏ । ସେହି ଫଟୋଟି ଆଉ କାହାର ନୁହେଁ ବରଂ ସୁପରଷ୍ଟାର ଶିଳ୍ପା ସେଟ୍ଟୀଙ୍କ ପିଲାଦିନର ଫଟୋ ଅଟେ ।

ଆପଣ ତ ଜାଣିଥିବେ ଶିଳ୍ପା ସେଟ୍ଟୀ ଜଣେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ । ଶିଳ୍ପା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଗୋଟେ ପୁଅ ଏବଂ ଝିଅ ମଧ୍ୟ ଅଛନ୍ତି । 1993 ରେ ପ୍ରଥମ ଥର କରି “ବାଜିଗର” ଫିଲ୍ମରେ ଶାହରୁଖ ଖାନଙ୍କ ସହ ନଜର ଆସିଥିଲେ ଶିଳ୍ପା । ଶାହରୁଖଙ୍କ ସହ ତାଙ୍କ ଯୋଡିକୁ ସମସ୍ତେ ବେଶ ପସନ୍ଦ କରିଥିଲେ ।

ବାଜିଗର ଫିଲ୍ମରୁ ହିଁ ନିଜ ଫିଲ୍ମ କ୍ଯାରିୟର ଆରମ୍ଭ କରିଥିବା ଶିଳ୍ପା ସେଟ୍ଟୀ ଏହାପରେ ଆଉ ପଛକୁ ଫେରି ନଥିଲେ । ଅନେକ ଦିନ ଧରି ବଲିଉଡରେ ରାଜ୍ କରିଥିଲେ ଶିଳ୍ପା । ଶିଳ୍ପା ବଲିଉଡ ବ୍ଯତୀତ ତେଲୁଗୁ ଏବଂ କନ୍ନଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଓ ନିଜ କ୍ଯାରିୟର ମଧ୍ୟରେ ପ୍ରାୟ 40ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

ଶିଳ୍ପାଙ୍କ ଜଲୱା ଆଜି ବି କମ୍ ହେଇନି ଏବଂ ତାଙ୍କ ଲୋକପ୍ରିୟତା ଆଜି ବି କିଛି କମ୍ ନୁହେଁ । ଶିଳ୍ପା ସେଟ୍ଟୀ ଫିଲ୍ମ ବ୍ଯତୀତ ଅନେକ ରିୟାଲିଟି ଶୋ’ରେ ନଜର ଆସୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।