କାହା ପାଇଁ ଏତେ ବିଳମ୍ବରେ ବିବାହ କଲେ ଓଡିଆ ଅଭିନେତ୍ରୀ Riya Dey ? ସାମ୍ନାକୁ ଆସିଲା ବଡ ଖବର, ଏହା ଥିଲା କାରଣ…

ଓଡିଆ ଅଭିନେତ୍ରୀ ରିୟା ଦେ’ଙ୍କ ବିବାହକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । ବ୍ୟବସାୟୀ ସୁନିଲ କୁମାର ଦଳାଇଙ୍କୁ ବିବାହ କରି ରିୟା ଶାଶୁଘରକୁ ଚାଲି ଯାଇଛନ୍ତି । ଆଉ ରିୟାଙ୍କୁ ଏବେ 31 ବର୍ଷ ବୟସ ହୋଇଛି । ଏମିତିରେ ରିୟା ଏତେ ବିଳମ୍ବରେ କାହିଁକି ବାହା ହେଲେ ଅନେଇ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ରିୟାଙ୍କ ବିବାହ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ “ପ୍ରେମ ଅଢେଇ ଅକ୍ଷର” ରୁ ନିଜ ଓଲିଉଡ କ୍ଯାରିୟର ଆରମ୍ଭ କରିଥିଲେ ଓଡିଆ ଇଣ୍ଡଷ୍ଟ୍ରିର ଏହି ଚୁଲବୁଲି ଅଭିନେତ୍ରୀ ।

ଏହାପରେ ସେ ଲଗାତର କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମେ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଗୋଲାପି ଗୋଲାପି, ରଘୁ ରାଘବ ରାଜାରାମ, କଳକୀ, ଦିୱାନା ହେଲି ତୋ ପାଇଁ ଓ ମହାଭାରତ ଭଳି ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି । ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏତେ ସମୟ ବିତି ଯାଇଥିଲେ ମଧ୍ୟ ରିୟାଙ୍କ ବିଷୟରେ ଜଣା ପଡି ନଥିଲା କି ସେ କାହାସହ ପ୍ରେମ ସମ୍ପର୍କରେ ଅଛନ୍ତି କି ନାହିଁ ।

ରିୟା କାହାସହ ରିଲେସନସିପରେ ଅଛନ୍ତି, ତାଙ୍କ ବୟଫ୍ରେଣ୍ଡ କିଏ ବା କାହାକୁ ରିୟା ଡେଟ୍ କରୁଛନ୍ତି ସେନେଇ କାହା ପାଖରେ ବି କୌଣସି ସୂଚନା ନଥିଲା । ଆଉ ଏବେ କଥା ଉଠୁଛି କି ରିୟା ଏତେ ବିଳମ୍ବ କାହିଁକି କଲେ ବାହା ହେବା ପାଇଁ । ବାହାଘରକୁ ଜୀବନର ସବୁଠୁ ବଡ ନିଷ୍ପତ୍ତି ବୋଲି କୁହାଯାଏ ।

ତେଣୁ ବିବାହ ପାଇଁ ଏହିଭଳି ସାଥି ଆବଶ୍ୟକ ଯିଏ ତୁମର ଯତ୍ନ ନେବାସହ ଆଗାମୀ ଭବିଷ୍ୟତରେ ମଧ୍ୟ ହାତ ଧରିଚାଲିବ । ଏଭଳି ମଣିଷଟିଏ ଦୁନିଆରେ ମିଳିବା ଓ ବିଶ୍ବାସ ହେବା ବହୁତ କଷ୍ଟ । ସେଥିପାଇଁ ହୁଏତ ରିୟା ବିବାହ କରିବାକୁ ଇଚ୍ଛା କରୁ ନଥିଲେ । ଆଉ ସୁନିଲ ଆସିବା ପରେ ରିୟାଙ୍କ ଜୀବନରେ ସବୁକିଛି ବଦଳିଗଲା ।

ଦୁହେଁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ବିବାହ ପଛେ ବିଳମ୍ବରେ କରନ୍ତୁ କିନ୍ତୁ ରିୟା ଠିକ ନିଷ୍ପତ୍ତି ନେଇଛନ୍ତି । ରିୟାଙ୍କ ମୁହଁର ହସ ଦେଖି ସେ ଏହି ବାହାଘରରେ କେତେ ଖୁସି ଅଛନ୍ତି ଯେକେହି ବି କହି ଦେଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।