ପୁଅ ସାମ୍ନାରେ ବାପାକୁ ଚାପୁଡା ମାରି ଦୋକାନ ଭାଙ୍ଗିଥିଲା ପୋଲିସ, ପ୍ରତିଶୋଧ ନେବା ପାଇଁ ପୁଅ ନିଜେ ହୋଇଗଲା ଜଜ୍, ଜାଣନ୍ତୁ ଏହି ପ୍ରେରଣାଦାୟକ କାହାଣୀ ଆଖିରେ ଲୁହ ଆସିଯିବ

ପୁଅ ସାମ୍ନାରେ ବାପାଙ୍କୁ ଅସମ୍ମାନ କରିଥିଲେ ପୋଲିସ ବାବୁ । ଚାପୁଡା ମାରିବା ସହ ରୋଜଗାରର ଏକମାତ୍ର ମାଧ୍ୟମ ଦୋକାନ ବି ଭାଙ୍ଗି ଦେଇଥିଲେ । ଫଳରେ ଘର ଚଳାଇବା ପାଇଁ ସେ କୁଲି କାମ କରିବା ସହ ରାସ୍ତାକଡରେ ଠେଲାଗାଡିରେ ଖାଦ୍ୟ ବିକ୍ରି କରୁଥିଲେ । ପୁଅ ସାମ୍ନାରେ ଏସବୁ ଘଟିଥିଲେ ବି ସେ କିଛି କରିପାରି ନଥିଲେ । ବାପାଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ସଂକଳ୍ପ ନେଇ ଜଜ୍ ହୋଇଗଲେ ପୁଅ । ଏହି କାହାଣୀଟି ହେଉଛି ବିହାରର ସହର୍ଷା ଜିଲ୍ଲାରେ ରହୁଥିବା କମଲେଶ କୁମାରଙ୍କର ।

ଅଭାବ ଅସୁବିଧା ମଧ୍ୟରେ କଠିନ ପରିଶ୍ରମ କରି ସଫଳତା ହାସଲ କରିଛନ୍ତି କମଲେଶ । ବାପାଙ୍କର ସୁଯୋଗ୍ୟ ସନ୍ତାନ ଭାବେ ବାପାଙ୍କ ସହ ହୋଇଥିବା ଅପମାନର ପ୍ରତିଶୋଧ ନେଇଛନ୍ତି କମଲେଶ । ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥାଇ ମଧ୍ୟ ଦୃଢ ଇଚ୍ଛାଶକ୍ତି ବଳରେ ସେ ଜଜ୍ ହୋଇ ପାରିଛନ୍ତି । ଏହି କୁଲି ବାପାର ଜଜ୍ ପୁଅର ବାଟ ରୋକି ପାରିନାହିଁ ଘରର ଆର୍ଥିକ ଅବସ୍ଥା । କମଲେଶଙ୍କ କହିବା ମୁତାବକ ଘର ଚଳାଇବା ପାଇଁ ତାଙ୍କ ବାପା କେବେ କୁଲି କାମ କରୁଥିଲେ ତ କେବେ ରାସ୍ତାକଡରେ ଛୋଲେ ଭଟୁରେ ବିକ୍ରି କରୁଥିଲେ ।

ରହିବାକୁ ଭଲ ଘରଟିଏ ବି ନଥିଲା, ତେଣୁ ସେମାନେ ଏକ ଚାଳଛପର ଘରେ ରହୁଥିଲେ । ହେଲେ ସେମାନେ ରହୁଥିବା ଘର ଉପରେ ସରକାର ଜବରଦଖଲ ଉଚ୍ଛେଦ ଆଦେଶ ଦେବା ପରେ ତାଙ୍କ ମୁଣ୍ଡ ଉପରୁ ଛାତ ଚାଲି ଯାଇଥିଲା । ପରେ କମଲେଶଙ୍କ ପରିବାର ଭଡାଘରେ ଯାଇ ରହିଥିଲେ । ସେତେବେଳେ କମଲେଶ ମାତ୍ର ଦଶମ ଶ୍ରେଣୀରେ ପଢୁଥିବା ବେଳେ ସେଠାରେ ହିଁ ତାଙ୍କ ବାପା ଛୋଲେ ଭଟୁରେ ବିକିବା ଆରମ୍ଭ କରିଥିଲେ ।

ହେଲେ ଦିନେ ଜଣେ ପୋଲିସ ବାବୁ ଆସି ତାଙ୍କ ବାପାଙ୍କୁ ଚାପୁଡା ମାରିବା ସହ ଦୋକାନ ଘର ଭାଙ୍ଗିବାକୁ କହିଥିଲେ । ଏସବୁ ଦେଖୁଥିଲେ ବି ନିରୁପାୟ ଥିଲେ କମଲେଶ । ଆଖିରେ ଲୁହ ଓ ମନରେ କୋହ ଭରି ବଡ ହେଲେ ଏହାର ପ୍ରତିଶୋଧ ନେବେ ବୋଲି ଦୃଢ ମନସ୍କ ହୋଇଥିଲେ କମଲେଶ । ଏହି ଘଟଣାର କିଛିଦିନ ପରେ କମଲେଶଙ୍କ ବାପା ତାଙ୍କୁ ଜଣାଇଥିଲେ କି ଜଜ୍ ଙ୍କୁ ପୋଲିସମାନେ ଡରନ୍ତି । ସେବେଠାରୁ ଜଜ ହେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ କମଲେଶ ।

ଓକିଲାତି ପାଠପଢା ଶେଷ କରିବା ପରେ ଜଜ୍ ହେବା ପାଇଁ ସେ ପରୀକ୍ଷା ଦେଇଥିଲେ । ଦୁଇରୁ ତିନିଥର ଏଥିରେ ବିଫଳ ହେବ ପରେ 2022 ରେ 31ତମ ବିହାର ନ୍ୟାୟିକ ସେବା ପରୀକ୍ଷାରେ 64ତମ ରାଙ୍କ ହାସଲ କରିଛନ୍ତି । ଆଗକୁ ସେ ଗରିବ ଲୋକଙ୍କ ଉପରେ ପୋଲିସ କରୁଥିବା ଅତ୍ୟାଚାର ବିରୋଧରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।