IPL 2023 Mini Auction: ରିଲିଜ ହୋଇଥିବା ଖେଳାଳିଙ୍କ ହୃଦ ସ୍ପନ୍ଦନ ବଢାଉଛି IPL ନିଲାମୀ, କେଉଁ ଦଳ ପର୍ସରେ ରହିଛି ସର୍ବାଧିକ ଟଙ୍କା ?

IPL 2023 ର ମିନି ନିଲାମୀ ପାଇଁ ବାଜି ସାରିଲାଣି ବିଗୁଲ୍ । ତେବେ ନିଲାମୀ ପୂର୍ବରୁ ପ୍ରାୟ ସବୁ ପ୍ରାଞ୍ଚାଇଜି କିଛି ଖେଳାଳିଙ୍କୁ ରିଟେନ ରଖିଥିବା ବେଳେ ଆଉ କିଛିଙ୍କୁ ରିଲିଜ ମଧ୍ୟ କରିଛନ୍ତି । 10ଟି ଫ୍ରାଞ୍ଚାଇଜି ସମୁଦାୟ 77ଜଣ ଖେଳାଳିଙ୍କୁ ରିଲିଜ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳିଙ୍କୁ ନିଲାମୀରେ ଦେଖିବାକୁ ମିଳିବ । ତେବେ ଏହା ପୂର୍ବରୁ IPL ରୁ ସନ୍ୟାସ ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କିରନ ପୋଲାର୍ଡ । ସେହିପରି ପଞ୍ଜାବ ଓ ହାଇଦ୍ରାବାଦ ନିଜ ଦଳର ଅଧିନାୟକଙ୍କୁ ରିଲିଜ କରିଛନ୍ତି ।

ଚେନ୍ନାଇ ବଡ ଚେହେରା ଭାବେ ଡ୍ୱେନ ବ୍ରାଭୋଙ୍କୁ ରିଲିଜ କରିଥିବା ବେଳେ କଲିକତାର ତିନି ବିଦେଶୀ ତାରକା ଖେଳାଳି ଆଲେକ୍ସ ହେଲ୍ସ, ସାମ ବିଲିଙ୍ଗସ୍ ଓ ପ୍ୟାଟ କୁମିନ୍ସ ଏଥର IPL ରୁ ଓହରି ଯାଇଛନ୍ତି । ତେବେ ଏହାରି ମଧ୍ୟରେ ଖେଳାଳିଙ୍କୁ ରିଟେନ ରଖିବା ପରେ ନିଲାମୀ ପାଇଁ କେଉଁ ଟିମ୍ ପର୍ସରେ ଆଉ କେତେ ଟଙ୍କା ରହିଲା ଓ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ବିବରଣୀ ଏବେ ସାମ୍ନାକୁ ଆସିଛି । ତେବେ ସନରାଇଜର୍ସ ହାଇଦ୍ରାବାଦ ପାଖରେ ସର୍ବାଧିକ 42ଲୋଟି 25ଲକ୍ଷ ଟଙ୍କା ରହିଛି ।

କାରଣ ଅଧିନାୟକ କେନ ୱିଲିୟାମସନ ଓ ନିକୋଲାସ ପୁରନଙ୍କ ଭଳି ଦୁଇ ଦାମୀ ଖେଳାଳିଙ୍କୁ ରିଲିଜ କରିଛି ହାଇଦ୍ରାବାଦ । ଗତ ବର୍ଷ କେନ ୱିଲିୟାମସନଙ୍କୁ 14କୋଟି ରିଟେନ ରଖିଥିବା ବେଳେ 10.75କୋଟିରେ ଦଳ ନିଲାମରେ କିଣିଥିଲା । ଏହାପରେ ପଞ୍ଜାବ କିଙ୍ଗସ୍ ପାଖେ ରହିଛି ସବୁଠୁ ଅଧିକ ଟଙ୍କା । ପଞ୍ଜାବ ମଧ୍ୟ ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ଓଡେନ ସ୍ମିଥଙ୍କ ଭଳି ଦାମୀ ଷ୍ଟାର ଖେଳାଳିଙ୍କୁ ଦଳ ରିଲିଜ କରିଛି । ଯାହାଫଳରେ ନିଲାମୀ ପୂର୍ବରୁ 32କୋଟି 20ଲକ୍ଷ ଟଙ୍କା ଦଳ ନିଜ ପର୍ସରେ ରଖିଛି ।

ସେହିପରି ଲକ୍ଷ୍ନୌ ସୁପର ଜାୟାଣ୍ଟଶ୍ 23କୋଟି 35ଲକ୍ଷ ଟଙ୍କା ରଖି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ନିଲାମୀ ପୂର୍ବରୁ ପ୍ରାୟ 13ଜଣ ଖେଳାଳିଙ୍କୁ ରିଲିଜ କରି ନିଜ ପର୍ସରେ ଚତୁର୍ଥ ସର୍ବାଧିକ 20କୋଟି 55ଲକ୍ଷ ଟଙ୍କା ରଖିଛି । ତାଲିକାର ପଞ୍ଚମ ସ୍ଥାନରେ ଥିବା ଚେନ୍ନାଇ ସୁପର କିଙ୍ଗସ୍ ପାଖେ ରହିଛି 20କୋଟି 45ଲକ୍ଷ ଟଙ୍କା । ସେହିପରି 19କୋଟି 45ଲକ୍ଷ ସହ ଦିଲ୍ଲୀ କ୍ୟାପିଟାଲ ଷଷ୍ଠ ସ୍ଥାନରେ ଥିବାବେଳେ ଗୁଜୁରାଟ ଟାଇଟନ୍ସ 19କୋଟି 25 ଲକ୍ଷ ସହ ସପ୍ତମ ସ୍ଥାନରେ ରହିଛି ।

ରାଜସ୍ଥାନ ପର୍ସରେ ଆଉ ମାତ୍ର 13କୋଟି 20ଲକ୍ଷ ଟଙ୍କା, ଆରସିବି ପାଖରେ 8କୋଟି 75ଲକ୍ଷ ଏବଂ କଲିକତା ପାଖରେ 7କୋଟି 50 ଲକ୍ଷ ସହ ଏମାନେ ଯଥାକ୍ରମେ ତାଲିକାର ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି । ତେବେ ନିଲାମୀ ବେଳେ ପ୍ରତି ଫ୍ରାଞ୍ଚାଇଜି ଖାତାରେ 5କୋଟି ଅଧିକ ଯୋଡାଯିବ । ଏବେ ପର୍ଯ୍ୟନ୍ତ ଟିମ୍ ଗୁଡିକ 90କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଣିକି ନିଲାମୀରେ 95କୋଟି ଖର୍ଚ୍ଚ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।