ମାଲ୍ ପିଇ ରାସ୍ତାକଡରେ ଗଡୁଥିଲେ ମାତାଲ୍ ଶିକ୍ଷକ, କ୍ୟାମେରା ଦେଖି କେମିତି ପ୍ରତିକ୍ରିୟା ଦେଲେ ଥରେ ଦେଖନ୍ତୁ video

ରାସ୍ତାକଡରେ ମଦ ପିଇ ଗଡୁଥିବା ଜଣେ ଶିକ୍ଷକଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ପାଟଣାଗଡର ବୋଲି ଜଣାପଡିଛି । ସେଠାକାର ସ୍ଥାନୀୟ ସ୍କୁଲର ଜଣେ ଶିକ୍ଷକ ମଦ୍ୟପାନ କରି ନିଶାରେ ରାସ୍ତାକଡରେ ପଡି ରହିଥିବା ଦେଖିବାକୁ ମିଳିଛି । ପାଖରେ ତାଙ୍କ ବାଇକ ଥିଲେ ମଧ୍ୟ ସେ ନିଜେ ଉଠିବାକୁ ସକ୍ଷମ ହୋଇ ପାରୁନାହାନ୍ତି । ଏତେ ମଦ୍ୟପାନ କରିଛନ୍ତି ଯେ ଉଠିବାକୁ ଚେଷ୍ଟା କରିବା ବେଳେ ଓଲଟା ଆହୁରି ଭିତରକୁ ଗାଡି ପଡ଼ୁଛନ୍ତି । ଏତିକି ବେଳେ କିଛି ଲୋକ ତାଙ୍କୁ ଚିହ୍ନି ପାରିଥିଲେ ।

ସେମାନେ ଭିଡିଓ କରିବା ସହ ଶିକ୍ଷକଙ୍କୁ ତାଗିଦ ମଧ୍ୟ କରିଥିଲେ । ଜଣେ ଶିକ୍ଷକ ଯିଏ କି ଛୋଟ ପିଲାଙ୍କୁ ରୀତିନୀତି ଓ ଆଚରଣ ବିଷୟରେ ଶିକ୍ଷା ଦିଅନ୍ତି ଓ ଯାହାଙ୍କୁ ପିଲାମାନେ ଆଦର୍ଶ ରୂପେ ମାନ୍ୟ କରନ୍ତି ସେହି ଶିକ୍ଷକଙ୍କର ଏଭଳି ଆଚରଣ ସତରେ ସମାଜ ପାଇଁ ଏବଂ ପିଲାଙ୍କ ଭବିଷ୍ୟତ ପାଇଁ ଏକ କୁପ୍ରଭାବ । ଏକଥା କେହି ଜଣେ ବ୍ୟକ୍ତି ମାତାଲ ଶିକ୍ଷକଙ୍କୁ କହୁଥିବାର ସେହି ଭିଡିଓରେ ଶୁଣିବାକୁ ମିଳୁଛି । ଶିକ୍ଷକ ଏବଂ ଶିକ୍ଷୟତ୍ରୀ ପିଲାଙ୍କୁ ଏବଂ ତାଙ୍କ ଭବିଷ୍ୟତକୁ ଗଢି ତୋଳନ୍ତି ।

ସେମାନଙ୍କ ଆଚରଣ ଓ ଶିକ୍ଷାରେ ପିଲାମାନେ ସମାଜରେ ରହଣି ଚଳଣି, ଆଚାର ବ୍ୟବହାର ଓ ନୈତିକତା ଶିକ୍ଷା କରନ୍ତି । ପିଲାଙ୍କ କୋମଳମତି ମନରେ ଯେପରି କୌଣସି କୁପ୍ରଭାବ ନପଡିବ ଏଥିପାଇଁ ଶିକ୍ଷକମାନେ ସଜାଗ ରୁହନ୍ତି । ଏହି କାରଣରୁ ଜଣେ ଶିକ୍ଷକଙ୍କୁ ନିଜ ଚରିତ୍ର ଏବଂ ଆଚାର ବ୍ୟବହାରକୁ ମଧ୍ୟ ମାର୍ଜିତ ରଖିବାକୁ ପଡେ ।

କିନ୍ତୁ ଏଠାରେ ଏହାର ଏକଦମ ଓଲଟା ଦେଖିବାକୁ ମିଳିଛି । ଶିକ୍ଷକ ଜଣକ ସବୁକିଛି ଭୁଲି ଜଣେ ଅସମାଜିକ ମାତାଲ ଭଳି ରାସ୍ତାକଡ଼ରେ ପଡି ରହିଛନ୍ତି । ଶିକ୍ଷକ ଜଣକ ଉଠି ପାରୁ ନାହାନ୍ତି କି ଭଲରେ ଦି’ପଦ କଥା ବି କହି ପାରୁନାହାନ୍ତି । ତୁମେ ପରା ଜଣେ ଶିକ୍ଷକ କାଇଁ ଏଭଳି ହେଉଛ ? ପିଲାଙ୍କ ଉପରେ ଏହାର କଣ ପ୍ରଭାବ ପଡିବ ? ଏକଥା ପଚରା ଯିବାରୁ ଶିକ୍ଷକ ଜଣକ ଓଲଟା କହୁଛନ୍ତି କି ନା ମୁଁ ଶିକ୍ଷକ ନୁହେଁ ।

ତେବେ କ୍ୟାମେରା ଦେଖି ଭୟରେ କଷ୍ଟେମଷ୍ଟେ ଉଠୁଛନ୍ତି ମାତାଲ ଶିକ୍ଷକ । ଆଉ ଏହି ଘଟଣାର ଭିଡିଓ ଏବେ ଚାରିଆଡେ ଭାଇରାଲ ହେଉଛି । ଜଣେ ଶିକ୍ଷକଙ୍କର ଏଭଳି ଆଚରଣକୁ ସାଧାରଣରେ ସମସ୍ତେ ନିନ୍ଦା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।