ଫ୍ରି ସେ-କ୍ସକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ତା’ମାନେ ନୁହଁ କି ଯେଉଁଠି ନାଇ ସେଇଠି ଯାଇ… ଶୁଣନ୍ତୁ କଣ କହୁଛନ୍ତି ଏହି ଛାତ୍ରୀଜଣକ, ଦେଖନ୍ତୁ video

ଆଜିର ସମୟରେ ପ୍ରେମ ବିବାହ ଠାରୁ ଆରମ୍ଭ କରି ସମଲିଙ୍ଗୀ ବିବାହ, ଲିଭ-ଇନ ରିଲେସନ, ଗର୍ଭପାତ ଓ ଛାଡପତ୍ର ଆଦି ସବୁକୁ ସୁପ୍ରିମକୋର୍ଟ ଅନୁମତି ଦେବା ସହ ଏହାକୁ ନେଇ ଆଇନ ମଧ୍ୟ ବନେଇଛନ୍ତି । ତେବେ ଏଭଳି ଆଇନ ଦ୍ଵାରା ଅନେକ ଲୋକ ଅନ୍ୟାୟରୁ ବର୍ତ୍ତୁଥିବା ବେଳେ ଅନେକ ଲୋକ ଏସବୁର ଦୁରୁପଯୋଗ ମଧ୍ୟ କରୁଛନ୍ତି । ଫଳରେ ସମାଜରେ ପ୍ରେମ ପ୍ରତାରଣା, ହତ୍ୟା , ଆତ୍ମହତ୍ୟା ଓ ପରକୀୟାପ୍ରୀତି ଆଦି ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରମାଦେବୀ କଲେଜର ଜଣେ ଛାତ୍ରୀ ନିଜ ମତ ରଖିଛନ୍ତି ।

ସେ କହିଛନ୍ତି ଏବେ ତ ସୁପ୍ରିମକୋର୍ଟ ମଧ୍ୟ ଅର୍ଡର ପାସ୍ କରିଦେଲେଣି କି ଯଦି କୌଣସି ଅବିବାହିତା ଯୁବତୀ ଗର୍ଭବତୀ ହୋଇଯାନ୍ତି ତେବେ ସେ ମଧ୍ୟ ଗର୍ଭପାତ କରିପାରିବେ । ଏହା ତାଙ୍କର ବ୍ୟକ୍ତିଗତ ଅଧିକାର । ଏହାସହ ଫ୍ରି ସେକ୍ସକୁ ମଧ୍ୟ ଅନୁମତି ଦେଇଛନ୍ତି । ତେବ ଏହାର ଅର୍ଥ ନୁହେଁ ଯେ, ଯେଉଁଠି ନାଇ ସେଇଠି କିଛି ବି କରି ପକେଇବେ । ଆଜିକାଲି ୟୁନିଭର୍ସିଟି ସାମ୍ନାରେ ମଧ୍ୟ ଯୁବକ ଯୁବତୀ ବେଶ ଆରାମରେ ବସି ଗପୁଛନ୍ତି ଓ କିଛିବି କରୁଛନ୍ତି ।

ଏସବୁ କରିବା ପାଇଁ ଜାଗା ଅଛି ଓ ପ୍ରେମ ଗପ କରିବା ପାଇଁ ଅଲଗା ଆଡେ ବି ଯାଇ ହେବ । ଗୋଟେ ଶିକ୍ଷାନୁଷ୍ଠାନ ସାମ୍ନାରେ ବସି ଏସବୁ କରିବା ଶୋଭା ଦେଉନାହିଁ । ଏପରି ହେବା ଦ୍ଵାରା ଗୋଟେ ପଟୁ ଫାଇଦା ହେଉଥିବା ବେଳେ ଗୋଟେ ଆଡୁ କ୍ଷତି ମଧ୍ୟ ହେଉଛି । ଏସବୁ ହେବା ଭଲ ଗୋଟେ ପଟୁ ଲୋକେ ନ୍ୟାୟ ପାଇବେ ।

କିନ୍ତୁ ଅନ୍ୟପଟେ ଯୁବପିଢି କିଛି ବି କରିବାକୁ ଅତ୍ୟଧିକ ସାହାସ ପାଉଛନ୍ତି । ଯେଉଁଥି ପାଇଁ ପିତାମାତାଙ୍କ ଅନୁମତି ନନେଇ ଲିଭ-ଇନରେ ରହୁଛନ୍ତି ଓ ଯାହା ନାଇ ତା’ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । ଯେଉଁଥି ପାଇଁ ବର୍ତ୍ତମାନ ଦିଲ୍ଲୀରେ ଯେପରି ନୃଶଂସ ହତ୍ୟାକାଣ୍ଡ ଘଟିଛି, ନିଜ ପ୍ରେମିକାକୁ କାଟି 35 ଖଣ୍ଡ କରିଛି ପ୍ରେମିକ, ସେହିଭଳି ଘଟଣାମାନ ଘଟୁଛି । ପରିବାରକୁ ପଚାରିକି ଯାହା କିଛି ବି କରିବା ଏସବୁ ନକରାତ୍ମକ ପ୍ରଭାବକୁ ଅନେକ ମାତ୍ରାରେ ରୋକା ଯାଇପାରିବ ।

ଆଜିର ସମାଜ ଓ ଏହିଭଳି ଘଟଣାକୁ ଆଖିରେ ରଖି ଛାତ୍ରୀଜଣକ କହିଛନ୍ତି, ତ୍ରେତୟା ଯୁଗରେ ଦଶ ମୁଣ୍ଡ ଥିବା ରାବଣ ମଧ୍ୟ ଏତିକି ଦୁଷ୍ଟ ଆଉ ଏତିକି ରାକ୍ଷସ ନଥିଲା ଯେତିକି କଳିଯୁଗରେ ଗୋଟିଏ ମୁଣ୍ଡ ଥିବା ମଣିଷ ନାଁ’ରେ ଏହି ଅମଣିଷ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।