ଚଳିତ ବିଶ୍ଵକପରେ ବିରାଟ କୋହଲି ଦମଦାର ଫର୍ମରେ ଥିବାବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ବେଶ ଭଲ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବିଶ୍ଵକପ ଆରମ୍ଭରୁ କେ.ଏଲ ରାହୁଲଙ୍କ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେବେ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଖୁସି ଖବର ହେଉଛି, ସେମିଫାଇନାଲ ପୂର୍ବରୁ ଫର୍ମକୁ ଫେରିଛନ୍ତି ଓପନର ଲୋକେଶ ରାହୁଲ । ସାଉଥ ଆଫ୍ରିକାର ପୂର୍ବତନ ଖେଳାଳି ତଥା ମିଷ୍ଟର 360 ଏବି ଡେଭିଲିୟର୍ସ ଭାରତ ସେମିଫାଇନାଲ ଖେଳିବା ଆଗରୁ ବଡ ମନ୍ତବ୍ୟ ଦେଇଛନ୍ତି ।
ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ ଖେଳା ଯାଇଥିବା ମ୍ଯାଚରେ ଭଲ ପ୍ରଦର୍ଶନ କରିବା ସହ ଅଭ୍ଯାସ ମ୍ଯାଚରେ ମଧ୍ୟ କେ.ଏଲ ରାହୁଲ ଭଲ ଫର୍ମରେ ଥିବା ଦେଖାଯାଉଛି । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଫର୍ମରେ ନଥିବା ବେଲେ ରାହୁଲଙ୍କ କମବ୍ୟାକ ଟିମ୍ ପାଇଁ ଅତ୍ୟନ୍ତ ଜରୁରୀ ଥିଲା । ଓପନର ଭଲ ପ୍ରଦର୍ଶନ କରୁ ନଥିବା ବେଳେ ମିଡିଲ ଅର୍ଡର ଉପରେ ଚାପ ପଡୁଥିଲା । ଆସନ୍ତାକାଲି ଇଂଲଣ୍ଡ ବିପକ୍ଷରେ ଆଡିଲେଡ ଓଭାଲରେ ଭାରତ ସେମିଫାଇନାଲ ମୁକାବିଲା କରିବାକୁ ଯାଉଛି ।
ବିରାଟ କୋହଲି ଶାନଦାର ଫର୍ମରେ ଥିବାବେଳେ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆ ପାଇଁଏକ ବଡ ବରଦାନ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବ୍ୟାଟିଂରେ ରନ୍ ବନେଇବା ସହ ଦମଦାର ବୋଲିଂ ମଧ୍ୟ କରୁଛନ୍ତି । ଦିନେଶ କାର୍ତ୍ତିକ ମଧ୍ୟ ରହିଛନ୍ତି । ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଚମତ୍କାର ବ୍ୟାଟିଂ କରି ବୋଲରଙ୍କ ନିଦ ହଜେଇ ଦେଇଥିବା ବେଳେ ତାଙ୍କ ଉପରେ କ୍ରିକେଟପ୍ରେମୀଙ୍କ ବେଶ ଆଶା ରହିଛି ।
କେ.ଏଲ ଓପନିଂ କରି ସେମିତି ଅର୍ଦ୍ଧଶତକ ବନାନ୍ତୁ ଯାହାପରେ ଅନ୍ୟ ଖେଳାଳିଙ୍କୁ ଅଧିକ ରନ୍ ଯୋଡିବାରେ ସହଜ ହେବ ବୋଲି ସମସ୍ତେ କହୁଛନ୍ତି । ଇଣ୍ଡିଆ ଯଦି ଟସ୍ ଜିତେ ତେବେ ଅଧିକ ରନ୍ କରି ଇଂଲଣ୍ଡକୁ ଅଧିକ ରନ୍ ର ଟାର୍ଗେଟ ଦେଇ ମ୍ଯାଚ ଜିତିପାରିବ । ସେହିଭଳି ଅର୍ଶଦୀପ, ପାଣ୍ଡ୍ୟା, ଶାମି ମଧ୍ୟ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି । ଟିମ୍ ଇଣ୍ଡିଆ ମିଳିତ ଭାବେ ଏହିଭଳି ସମାନ ପ୍ରଦର୍ଶନ କଲେ ନିଶ୍ଚିତ ଭାବେ ମ୍ଯାଚ ଜିତିବ ବୋଲି କହିଛନ୍ତି ଡେଭିଲିୟର୍ସ ।
କେବଳ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଚିନ୍ତା ଥିବାବେଳେ ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ଯିଏ ବି ଖେଳୁଛନ୍ତି ତାଙ୍କ ସ୍ଥାନକୁ ନେଇ ମଧ୍ୟ ଚିନ୍ତା ରହିଛି । ତେବେ ଦେଖାଯାଉ ଟିମ୍ ଇଣ୍ଡିଆ ଆସନ୍ତାକାଲି ଫାଇନାଲରେ ପ୍ରବେଶ କରୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।