T20 WC SF Ind vs Eng: ଆଡିଲେଡ ଓଭାଲରେ ଟସ୍ ଜିତିବା ଟିମ୍ ଇଣ୍ଡିଆ ପାଇଁ ପଡିବ ମହଙ୍ଗା ! ଟସ୍ ଜିତିଲେ ମ୍ଯାଚ ହାରିବ ଭାରତ, କାହିଁକି ଜାଣନ୍ତୁ…

ଚଳିତ ବିଶ୍ଵକପର ସୁପର-12 ପର୍ଯ୍ୟାୟ ମ୍ଯାଚ ଶେଷ ହୋଇଥିବା ବେଳେ ସେମିଫାଇନାଲ ଦୌଡରେ ସାମିଲ ହୋଇଛନ୍ତି ଭାରତ ସମେତ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ । ଆଜି ପ୍ରଥମେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଆସନ୍ତାକାଲି ଗୁରୁବାର ଦିନ ଇଂଲଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲେଇବ ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ମ୍ଯାଚର ଫଳାଫଳକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।

ତେବେ ଚର୍ଚ୍ଚା ହେଉଛି କି, ଭାରତ ଯଦି ସେମିଫାଇନାଲରେ ଟସ୍ ଜିତେ ତେବେ ମ୍ଯାଚ ହାରିବ । ଆଡିଲେଡ ଓଭାଲରେ ରେକର୍ଡ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଡିଲେଡ ଗ୍ରାଉଣ୍ଡରେ ଭାରତର ରହିଛି କିଛି ଏଭଳି ରେକର୍ଡ । 11 ନଭେମ୍ବରରେ ଆଡିଲେଡ ଓଭାଲରେ ଇଂଲଣ୍ଡ ବିପକ୍ଷ ମ୍ଯାଚ ଖେଳିବ ଭାରତ । ପୁରୁଷ ଟି-20 ଇଣ୍ଟରନ୍ୟାସନାଲରେ ଏପର୍ଯ୍ୟନ୍ତ ମୋଟ 11ଟି ମ୍ଯାଚ ଆଡିଲେଡ ଓଭାଲରେ ଖେଳାଯାଇଛି । ଆଉ ସେହି ସମସ୍ତ ମ୍ଯାଚରେ କେବଳ ଟସ୍ ହାରିଥିବା ଦଳ ହିଁ ବିଜେତା ହୋଇଥିଲେ ।

ଏଭଳି ପରିସ୍ଥିତିରେ ଭାରତ ଯଦି ଇଂଲଣ୍ଡ ବିପକ୍ଷରେ ଟସ୍ ଜିତେ ତେବେ ମ୍ଯାଚ ଜିତିବା ଭାରତ ପାଇଁ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି । ଆଡିଲେଡ ଓଭାଲ ଗ୍ରାଉଣ୍ଡର ଏଭଳି ଆକଳନ ଉଭୟ ଭାରତ ଏବଂ ଇଂଲଣ୍ଡ ପାଇଁ ଏବ ବିଡମ୍ବନା ସାବ୍ୟସ୍ତ ହୋଇପାରେ ବୋଲି କ୍ରିକେଟ ପ୍ରଶଂସକ ଚର୍ଚ୍ଚା କରୁଛନ୍ତି । ମ୍ଯାଚ ଆରମ୍ଭରେ ସବୁ ଦଳ ପ୍ରଥମେ ଟସ୍ ଜିତିବାକୁ ଚାହିଁଥାନ୍ତି ଏବଂ ପରେ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କିମ୍ବା ଫିଲଡିଙ୍ଗ କରିବାକୁ ନିଷ୍ପତ୍ତି ନେଇଥାନ୍ତି ।

କିନ୍ତୁ ଆଡିଲେଡ ଓଭାଲରେ ଏଭଳି ପରିସ୍ଥିତି ଦେଖିବା ପରେ ଉଭୟ ଦଳର ଅଧିନାୟକ ଟସ୍ ଜିତିବା ଉଚିତ ନୁହେଁ ବୋଲି ନିଶ୍ଚିତ ଭାବେ ଚିନ୍ତା କରୁଥିବେ । ତେବେ କେଉଁ ଦଳ ଟସ୍ ଜିତୁଛି ଏବଂ ଟସ୍ ଜିତିବା ପରେ କେଉଁ ଦଳ କଣ ନିଷ୍ପତ୍ତି ନେବେ ତାହା କେବଳ ମ୍ଯାଚ ଦିନ ହିଁ ଜଣାପଡିବ । ହୁଏତ ଆଡିଲେଡ ଗ୍ରାଉଣ୍ଡର ଏହି ରେକର୍ଡ ମଧ୍ୟ ପ୍ରଥମ ଥର ପାଇଁ ଭାଙ୍ଗିବାକୁ ଯାଉଛି । ତେବେ ଆଜି ଟି-20 ବିଶ୍ଵକପ ସେମିଫାଇନାଲର ପ୍ରଥମ ମୁକାବିଲା ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ।

ଏହି ମ୍ଯାଚକୁ ନେଇ ମଧ୍ୟ କ୍ରିକେଟପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । ତେବେ ଦେଖାଯାଉ ଆଜି ଏହି ଦୁଇଦଳ ମଧ୍ୟରୁ କିଏ ଫାଇନାଲ ପାଇଁ ଯୁଗ୍ୟ ବିବେଚିତ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।