ଶ୍ରୀକ୍ଷେତ୍ରରେ ଫୁଟିଲା ବୋମା ! ହାପ୍ ପ୍ୟାଣ୍ଡ ପିନ୍ଧି ରାତି ଅଧିଆ ବୋମାମାଡ କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଫୁଟେଜ୍, ଦେଖନ୍ତୁ video

ଜଗତର ନାଥ ଜଗନ୍ନାଥଙ୍କ ସହର ହେଉଛି ଶ୍ରୀକ୍ଷେତ୍ର ପୁରୀ । ପୁରୀ ନାଁ ଶୁଣିଲେ ହିଁ ମନରେ ଭାବବେଗ ଜାଗି ଉଠେ ଆଉ ବଡଦାଣ୍ଡର ମାଟିକୁ ମୁଣ୍ଡରେ ମାରିବା ଇଚ୍ଛା ହୁଏ । କିନ୍ତୁ ଆଧ୍ୟାତ୍ମିକ ସହର ପୁରୀରୁ ଏକ ଖବର ଆସିଛି ଯାହାକି ପ୍ରତ୍ଯେକ ଭକ୍ତଙ୍କ ମନକୁ ଆଘାତ ଦେବ । ଶୁଣିବାକୁ ମିଳୁଛି କି, ଶ୍ରୀକ୍ଷେତ୍ର ପୁରୀରେ କୁଆଡେ ବୋମା ଫୁଟିଛି ଅର୍ଥାତ ପୁରୀ ଶ୍ରୀମନ୍ଦିର ନିକଟରେ ବୋମା ମାଡ ହୋଇଛି । ପୁରୀ ଟାଉନଥାନା ଅନ୍ତର୍ଗତ ମାଟିବନ୍ଧକ ସାହିର ଅନ୍ଧାରୁଆ ଗଳିରେ ବୋମାମାଡ ହୋଇଛି ।

ଦୁର୍ବୃତ୍ତ ଲଗାତର ଦୁଇଟି ବୋମାମାଡ କରି ଫେରାର ହୋଇ ଯାଇଛନ୍ତି । ଏହି ଘଟଣାର ଭିଜୁଆଲ ସେଠାକାର ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟରେ ଦେଖିବାକୁ ମିଳୁଛି, ଦୁଇଜଣ ବ୍ୟକ୍ତି ଗଳି ଭିତରକୁ ଆସୁଛନ୍ତି । ଜଣେ ଟିକେ ପଛରେ ହାପ୍ ପ୍ଯାଣ୍ଟ ପିନ୍ଧି ଠିଆ ହୋଇଥିବା ବେଳେ ଆଉ ଜଣେ ହାତରେ ବୋମା ଧରି ଗୋଟିଏ ଘରର ଦୁଆର ମୁହଁକୁ ମାରୁଛନ୍ତି । ତା’ପରେ ବୋମା ଫୁଟିବା ଫଳରେ ସିସିଟିଭିର ଲେନ୍ସ ମଧ୍ୟ ଧୂଆଁଳିଆ ହୋଇଯାଇଛି ।

ଧୂଆଁ କମିବା ବେଳକୁ ସେ ସ୍ଥାନ ଛାଡି କୁଆଡେ ପଳାଇଥିଲେ ଦୁର୍ବୃତ୍ତମାନେ । କିନ୍ତୁ ଏ ପର୍ଯ୍ଯନ୍ତ ମଧ୍ୟ ଏହି ବୋମାମାଡର କାରଣ ଅସ୍ପଷ୍ଟ ରହିଛି । କେଉଁ କାରଣ ପାଇଁ, କିଏ ଏବଂ କାହିଁକି ବୋମାମାଡ କରିଛନ୍ତି ଏନେଇ ଏବେ ଯାଏଁ କିଛି ମଧ୍ୟ ଜଣା ପଡିନାହିଁ । ସ୍ଥାନୀୟ ଲୋକେ ଏହି ବୋମାମାଡ ଘଟଣାକୁ ନେଇ ଭୟଭୀତ ଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ମଧ୍ୟ ବଢିବାରେ ଲାଗିଛି ।

ପୋଲିସ ମଧ୍ୟ ଏହି ଘଟଣାର ତନାଘନା ଆରମ୍ଭ କରି ଦେଇଛି । ଜଣେ ମହିଳା ଏହି ଘଟଣାକୁ ନେଇ କହିଛନ୍ତି, ଦେଖ ଜଗା ମୋ ଘରେ ଛୋଟପିଲା ଅଛନ୍ତି ଆଉ କେହି ଜଣେ ହାପ୍ ପ୍ଯାଣ୍ଟ ପିନ୍ଧି ମୋ ଘର ଆଗକୁ ବୋମା ଫୋପାଡୁଛନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଯେ, ଏହି ଘଟଣାରେ ଜଣେ ଦୁର୍ବୃତ୍ତଙ୍କୁ ଟାଉନଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଧିକ ତଦନ୍ତ ପରେ ହିଁ ଦୁର୍ବୃତ୍ତମାନେ କାହିଁକି ବୋମାମାଡ କରିଥିଲେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

କିଛି ପୂର୍ବ ଶତ୍ରୁତାକୁ ନେଇ ଏଭଳି କରା ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।