ପୁଣି ଥରେ ମଞ୍ଚରେ ନିଆଁ ଲଗେଇଲେ Rani Panda, କହିଲେ, “ମା-ଭଉଣୀ ଟିକେ କାଠେଇକି ବସ ନେହେଲେ ପରେ ମୋତେ…”, ଦେଖନ୍ତୁ video

କିଛି ଦିନ ବ୍ଯବଧାନ ପରେ ପୁଣି ଥରେ ଷ୍ଟେଜ ଉପରେ ଦେଖିବାକୁ ମିଳିଛି ଯାତ୍ରା ଜଗତର ବହୁଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଜଲୱା । ଅଭିନୟ କି ନୃତ୍ୟ ହେଉ କିମ୍ବା କୌଣସି ବିବାଦ, ରାନୀ ପଣ୍ଡା ସବୁବେଳେ ଆଗଧାଡିରେ ରହିଥାନ୍ତି । ଅନେକ ସମୟରେ ବିବାଦ ଘେରରେ ରହିଲେ ମଧ୍ୟ ତାଙ୍କ ଲୋକପ୍ରିୟତା କିଛି କମିନାହିଁ । ରାନୀ ପଣ୍ଡା ନିଜେ ମଧ୍ୟ ନିଜ ପ୍ରଶଂସକଙ୍କୁ ନେଇ ଗର୍ବ କରନ୍ତି । ତେବେ ନିକଟରେ ଖୋର୍ଦ୍ଧା ଜିଲ୍ଲାର ଛତାବରରେ ରାନୀ ପଣ୍ଡା ଷ୍ଟେଜ ପର୍ଫମାନ୍ସ ଦେଖିବାକୁ ମିଳିଛି ।

ନିଜ କଥା ଓ ନାଚରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ରାନୀ ପଣ୍ଡା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏକ କଳା ରଙ୍ଗର ସୁନ୍ଦର ଡ୍ରେସ ପିନ୍ଧି ଷ୍ଟେଜ ଉପରେ କମାଲ ଦେଖାଇଥିଲେ ରାନୀ । ‘ବ୍ରହ୍ମ ଭିଜନ୍’ ତରଫରୁ ରାନୀଙ୍କୁ ଷ୍ଟେଜ କାର୍ଯ୍ୟକ୍ରମ ପାଇଁ ତଥା ଦର୍ଶକଙ୍କ ମନୋରଞ୍ଜନ ପାଇଁ ନିମନ୍ତ୍ରଣ କରା ଯାଇଥିଲା । ରାନୀ ମନୋରଞ୍ଜନ କରିବା ସହ ମଜା ମଜା କଥାରେ ତାଙ୍କ ବିରୋଧୀଙ୍କୁ ମଧ୍ୟ କଡା ଦେଉଥିଲେ ।

ଥରେ ଖଣ୍ଡଗିରିରେ ଡ୍ୟାନ୍ସ ପର୍ଫମ୍ କରୁଥିବା ବେଳେ ତାଙ୍କର ବ୍ଳାଉସ ଖୋଲିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜନ ସାଧାରଣଙ୍କ ସାମ୍ନାରେ ଏଭଳି କରିବାକୁ ନେଇ ରାନୀଙ୍କୁ ବେଶ ସମାଲୋଚନା କରା ଯାଇଥିଲା । ତେବେ ଏହାକୁ ନେଇ ରାନୀ ପଣ୍ଡା କହିଛନ୍ତି ଯେ, ଖଣ୍ଡଗିରିରେ ଯେବେଠୁ ମୋ ବ୍ଳାଉସ ଖୋଲିଗଲା ସେବେଠୁ ମୁଁ ଅପମାନର ପାତ୍ରୀ ହୋଇ ଆଜି ଯାଏଁ ବଞ୍ଚିଛି ।

କିନ୍ତୁ ମୁଁ ଆଉ ସେସବୁ କରୁନି ଏକଦମ ବଦଳି ଯାଇଛି । ଆଜିର କାର୍ଯ୍ୟକ୍ରମରେ ବହୁତ ମହିଳା ଦର୍ଶକଙ୍କୁ ଦେଖିବାକୁ ମିଳୁଛି । ରାନୀ ପଣ୍ଡା ଆସିବ କାଳେ ଲଙ୍ଗଳା ମୁକୁଳା ହୋଇଯିବ ସେଥିଲାଗି ବୋଧେ ଏତେ ମହିଳାମାନେ ଆସିଛନ୍ତି । ମା-ଭଉଣୀ ମାନେ ଟିକେ କାଠେଇକି ବସ ନହେଲେ ପରେ କହିବ ରାନୀ ପଣ୍ଡା ଆସିକି ଆମ ପିଲାଛୁଆଙ୍କୁ ବିଗାଡି ଦେଇଗଲା । ରାନୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି, ମୁହଁରେ କହିବା ସାହସ ସମସ୍ତଙ୍କର ନାହିଁ ।

ରାନୀ ପଣ୍ଡା ମୁହଁରେ କୁହେ ସେଥିପାଇଁ ସେ ବଦନାମ ଗଳିର ମହାରାଣୀ । କିନ୍ତୁ ମୁଁ ଯାହା ସେଇଆ ହିଁ ରହିବି । ଏହାସହ ରାନୀ ତାଙ୍କ ଅଭିନୀତ ଯାତ୍ରାର ଡାଇଲଗ କହିଥିଲେ । ଗୀତ ଗାଇବା ସହ ଡ୍ୟାନ୍ସ ମଧ୍ୟ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।