CM Naveen Patnaik ଙ୍କୁ ଟାର୍ଗେଟ କଲେ ଦଳରୁ ବିତାଡିତ ବିଧାୟକ Pradeep Panigrahi, ବିଜେଡିରୁ ବାହାରିବା ପରେ ଦେଲେ ବିବାଦୀୟ ମନ୍ତବ୍ୟ, ଦେଖନ୍ତୁ video

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରେ ପୁଣି ଥରେ ମହାଖୋଲି ବର୍ଷିଛନ୍ତି ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏଥର ନବୀନଙ୍କୁ ସିଧା ଟାର୍ଗେଟ କରି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେବଳ କୁହନ୍ତି ହେଲେ କିଛି କରନ୍ତିନି । ଏପରିକି ଗଞ୍ଜାମ ବଡ ଜିଲ୍ଲା ହୋଇଥିଲେ ବି ସେଠାରେ ଏୟାରପୋର୍ଟ କାହିଁକି କରା ଯାଉନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି । ଖାଲି ସେତିକି ନୁହେଁ ବରଂ ରେଲୱେ କ୍ଷେତ୍ରରେ ଜିଲ୍ଲା ଅବହେଳିତ ହେବ ନେଇ ମଧ୍ୟ ସମାଲୋଚନା କରିଛନ୍ତି ।

ସୂତାକଳକୁ ଆଳ କରି ନବୀନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ । ପ୍ରଦୀପ ସେନା ଗଠନ କରିବା ପରେ ଗୋପାଳପୁର ବିଧାୟକ ଏବେ ଆକ୍ସନ ମୋଡରେ ଆସିଛନ୍ତି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ସରକାରଙ୍କ ଉପରେ ବର୍ଷିବାରେ ଲାଗିଛନ୍ତି । ସେ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି, ଦଶଥରର ବିଧାୟକ ଭି. ସୁଜ୍ଞାନୀ ଦେଓ ଦଳ ଓ ରାଜ୍ୟ ପାଇଁ ଅନେକ କିଛି କରିଛନ୍ତି । ଏବେ ସେ ଚେନ୍ନାଇରେ ଥିବାବେଳେ ନବୀନ ବାବୁ ତାଙ୍କ ସହ ଥରେ ବି କଥା ହେଲେନି ।

ଆହୁରି ମଧ୍ୟ ସେ ବିଜେଡି ସଭାପତି ରମେଶଚନ୍ଦ୍ର ଚାଉ ପଟ୍ଟନାୟକଙ୍କୁ ପ୍ରଦୀପ ମନଖୋଲା ପ୍ରଶଂସା କରିଛନ୍ତି । ଚାଉ ବାବୁ ଜଣେ ଭଲ ଲୋକ ଓ ଭଲ ରାଜନୈତିକ ବିଶେଷଜ୍ଞ । ତେଣୁ ଦଳ ତାଙ୍କୁ ଆଉଥରେ ଟିକେଟ ଦେବା ଉଚିତ । କିଛିଦିନ ଧରି ପ୍ରଦୀପ ପାଣିଗ୍ରାହୀ କାହିଁକି ଏତେ ସକ୍ରିୟ ହୋଇଗଲେ ଏହାକୁ ନେଇ ଗୋପାଳପୁର ରାଜନୀତିରେ ହଇଚଇ ସୃଷ୍ଟି ହୋଇ ସାରିଲାଣି ।

ବିଜେଡ଼ିରୁ ବହିଷ୍କୃତ ହେବାପରେ କିଛିଦିନ ପାଇଁ ଚୁପ୍ ରହିଥିଲେ ପ୍ରଦୀପ । ଆଉ ଏବେ ଦଳ ସମେତ ରାଜ୍ୟ ଶାସନ ଯାହା ହାତରେ ରହିଛି ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । ପ୍ରଦୀପଙ୍କୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ ଚାଉ ପଟ୍ଟନାୟକ ମଧ୍ୟ ତାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଚାଉ କହିଛନ୍ତି, ଏସବୁ ପ୍ରଦୀପଙ୍କର ଛଳନା ଆଉ କପଟ । ନବୀନ ବାବୁ ପ୍ରଦୀପଙ୍କୁ ବହୁତ ସମ୍ମାନ ଦେଇଛନ୍ତି ଓ କ୍ଯାବିନେଟ ପାହ୍ୟା ବି ଦେଇଛନ୍ତି ।

ଜିଲ୍ଲାରେ ଯେତିକି ଉନ୍ନତିମୂଳକ କାର୍ଯ୍ୟ କରାଯିବା କଥା ତାହା ହେଉଛି । ପ୍ରଦୀପଙ୍କ ଟାର୍ଗେଟ ଓ ଚାଉଙ୍କ ପ୍ରତିକ୍ରିୟାକୁ ନେଇ ଏବେ ଗଞ୍ଜାମ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର ବ୍କାରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।