ହାତରେ ବଳା ପିନ୍ଧୁଛନ୍ତି କି ? ଜାଣନ୍ତୁ ହାତରେ ଏହି 4 ଗୋଟି ଧାତୁର ବଳା ପିନ୍ଧିବାର ଭୟଙ୍କର ଅର୍ଥ, ଆଶ୍ଚର୍ଯ୍ୟ ହୋଇଯିବେ !

ଅନେକ ଲୋକ ସେମାନଙ୍କ ହାତରେ ବଳା ପିନ୍ଧିଥିବାର ଆପଣ ଦେଖିଥିବେ । ଶାସ୍ତ୍ର ଅନୁଯାୟୀ ହାତରେ ବଳା ପିନ୍ଧିବାର ଅନେକ ଚମତ୍କାରୀ ଫାଇଦା ରହିଛି । ଆପଣ ନିଜ ସାମର୍ଥ୍ୟ ଓ ପସନ୍ଦ ଅନୁଯାୟୀ ହାତରେ ଯେକୌଣସି ବଳା ପିନ୍ଧି ପାରିବେ । ବଳା ଅନେକ ରୋଗବ୍ୟାଧିରୁ ରକ୍ଷା କରିବା ସହ ମୃତ୍ୟୁରୁ ମଧ୍ୟ ରକ୍ଷା କରେ ଏବଂ ଭାଗ୍ୟ ଉଦୟ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସୁନା, ରୂପା, ତମ୍ବା ଓ ପିତ୍ତଳ ଆଦି ଧାତୁର ବଳା ପିନ୍ଧିବାର ଫାଇଦା ବିଷୟରେ କହିବାକୁ ଯାଉଛୁ ।

ତମ୍ବାର ବଳା ପିନ୍ଧିବା ଦ୍ଵାରା ଆପଣଙ୍କ ଶରୀର ସବୁବେଳେ ଶାନ୍ତ ରହିଥାଏ ଓ ଶରୀର ସନ୍ତୁଳିତ ରହିଥାଏ । ଏହାଦ୍ବାରା ଆପଣଙ୍କୁ କୌଣସି ପ୍ରକାରର ରୋଗ ହୋଇ ନଥାଏ । ତମ୍ବା ବଳା ଆପଣଙ୍କ ରକ୍ତକୁ ଶୁଦ୍ଧ କରିଥାଏ ଓ ରକ୍ତ ବୃଦ୍ଧି କରିଥାଏ ।

ତମ୍ବାର ବଳା ପିନ୍ଧିବା ଦ୍ଵାରା ପ୍ରତ୍ଯେକ କ୍ଷେତ୍ରରେ ଆର୍ଥିକ ଲାଭ ପ୍ରାପ୍ତି ହୋଇଥାଏ । ଏହାକୁ ପିନ୍ଧିବା ଦ୍ଵାରା ଗୁଣିଗାରେଡି କିମ୍ବା ଗ୍ରହଦୋଷ ଲାଗେନାହିଁ । ତମ୍ବାର ବଳା ଆପଣଙ୍କୁ ସତେଜ ରଖିବା ସହ ବୁଦ୍ଧି ବଢାଇଟାଏ । ଏହା ନଂପୁସକତା ଦୋଷ ମଧ୍ୟ ଦୂର କରିଥାଏ ।

ଯେଉଁ ବ୍ୟକ୍ତି ହାତରେ ସୁନା ଓ ରୂପାର ବଳା ଧାରଣ କରିଥାନ୍ତି ମାତା ଲକ୍ଷ୍ମୀ ତାଙ୍କ ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି । ଏମାନକ ଦାମ୍ପତ୍ୟ ଜୀବନ ସବୁବେଳେ ହସଖୁସିରେ ଅତିବାହିତ ହୋଇଥାଏ । ସୁନା ଓ ରୂପା ମଧ୍ୟରୁ ଯେକୌଣସି ଗୋଟିଏ ଧାତୁର ବଳା ଆପଣ ଧାରଣ କରିପାରିବେ ।

ଏହାକୁ ଧାରଣ କରିବା ପରେ ଆପଣଙ୍କ ଭାଗ୍ୟ କିପରି ବଦଳୁଛି ଆପଣ ତୁରନ୍ତ ଦେଖିବାକୁ ପାଇବେ । ଏହି ବଳା ଧାରଣ କରିବା ଦ୍ଵାରା ଆପଣଙ୍କ ଜାତକରେ ଗୁରୁଗ୍ରହ ଓ ଶୁକ୍ରଗ୍ରହ ମଜବୁତ ହୋଇଯାନ୍ତି । ଯଦି କୌଣସି ବ୍ୟକ୍ତି ବାରମ୍ବାର ରୋଗରେ ପଡ଼ୁଛନ୍ତି ତେବେ ତାଙ୍କୁ ସୁନା କିମ୍ବା ରୂପାର ବଳା ନିଜ ହାତରେ ଧାରଣ କରିବା ଉଚିତ ।

ସେହିପରି ଲୁହାର ବଳା ଧାରଣ କରିବା ମଧ୍ୟ ଉତ୍ତମ ହୋଇଥାଏ ଓ ଏହା ଶନିଦେବଙ୍କ କୁଦୃଷ୍ଟିରୁ ଆପଣଙ୍କୁ ରକ୍ଷା କରିଥାଏ । ଲୁହାର ବଳା ଧାରଣ କରିବା ଦ୍ଵାରା ଏହା ଆପଣଙ୍କୁ ଯାନବାହାନ ଦୁର୍ଘଟଣାରୁ ସଂପୂର୍ଣ୍ଣ ଭାବେ ରକ୍ଷା କରିଥାଏ । ଯଦି କୌଣସି ବ୍ୟକ୍ତି ଲୁହା ସମ୍ବନ୍ଧିତ ଜିନିଷ ନିୟମିତ ବ୍ୟବହାର କରୁଛନ୍ତି ତେବେ ତାଙ୍କୁ ଲୁହାର ବଳା ଧାରଣ କରିବା ନିଶ୍ଚିତ ଆବଶ୍ୟକ ଅଟେ । ଏହି ବଳା ଧାରଣ କରିବା ଦ୍ଵାରା ଜାତକରେ ଶନିଦେବ ମଜବୁତ ହୋଇଥାନ୍ତି ।

ଏହି ବ୍ୟକ୍ତିଙ୍କୁ କଳାଧନ ଯେପରିକି ଜୁଆ, ଶେୟାର ମାର୍କେଟରେ ଲଗାଇଥିବା ଅର୍ଥ ଆଦି ଲାଭ ହୋଇଥାଏ । ତେବେ ଆପଣ ଏହି ଚାରିଗୋଟି ଧାତୁ ମଧ୍ୟରୁ ନିଜ ପସନ୍ଦ ଏବଂ ସାମର୍ଥ୍ୟ ଅନୁସାରେ ଯେକୌଣସି ଧାତୁର ବଳା ନିଜ ହାତରେ ଧାରଣ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।