ଲଢିବା – ଝଗଡା କରିବା ପ୍ରେମର ଗୋଟେ ରୂପ ହୋଇଥାଏ ଏବଂ ଏହା ବିନା ଆପଣ ଜାଣି ପାରିବ ନାହିଁ କି ଆପଣ ଏବଂ ଆପଣଙ୍କର ପାର୍ଟନର ମଧ୍ୟରେ ପ୍ରେମ କେତେ ଗଭୀର ଅଟେ କିମ୍ବା ନାହିଁ । ସମସ୍ତେ ପ୍ରେମ କରନ୍ତି ଏବଂ ପ୍ରେମ ପରେ ସମସ୍ତେ ବାହା ହେବାକୁ ଚାହାନ୍ତି । କିନ୍ତୁ କିଛି ଦମ୍ପତିଙ୍କର ମଧ୍ୟରେ ବାହାଘର ପରେ ଝଗଡା ଆରମ୍ଭ ହୋଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ସ୍ଵାମୀ – ସ୍ତ୍ରୀ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟରେ କହିବୁ, ଯେଉଁଠି କି ବାହାଘର ସମୟରେ ଦୁଇଜଣଙ୍କ ମଧ୍ୟରେ ଅଧିକ ପ୍ରେମ ଥିଲା ।
କିନ୍ତୁ ଧୀରେ ଧୀରେ ତାଙ୍କ ମଧ୍ୟରେ ଝଗଡା ବଢିବାକୁ ଲାଗିଲା । କିନ୍ତୁ ଲମ୍ବା ସମୟ ଧରି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଚାଲିଥିବା ଏହି ଝଗଡାକୁ ଏକ ସନ୍ଥ ବିନା କହି ବୁଝିଲେ, ପୁଣି ସେ କିଛି ଏମିତି କରିଲେ କି ସବୁ ଠିକ ହୋଇଗଲା ।
ସ୍ଵାମୀ – ସ୍ତ୍ରୀରେ ଚାଲୁଥିବା ଝଗଡାକୁ ଏକ ସନ୍ଥ ବିନା କହି ବୁଝିଲେ
ଗୋଟିଏ ଗ୍ରାମରେ ଦୁଇଟି ପୁଅ ଏବଂ ଝିଅ ମଧ୍ୟରେ ଯେତେବେଳେ ବାହାଘର ହେଲା ସେତେବେଳେ ସବୁ ଠିକ ଠାକ ଥିଲା ଏବଂ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ବହୁତ ଭଲ ପାଉଥିଲେ । କିନ୍ତୁ ଧୀରେ ଧୀରେ ସମୟ ବିତିଲା ଏବଂ ଦୁଇ ଜଣଙ୍କ ମଧ୍ୟରେ ଝଗଡା ବି ବଢିବାକୁ ଲାଗିଲା । ସ୍ଵାମୀ ନିଜର କାମ ଯୋଗୁ ଚିନ୍ତାରେ ରହୁଥିଲା । ତେବେ ବାହାର କାମ ଏବଂ ଘରେ ଅଶାନ୍ତି କାରଣରୁ ସ୍ତ୍ରୀ ବି ଚିନ୍ତିତ ରହୁଥିଲେ ।
ଦିନେ ତାଙ୍କ ଘରେ ଏକ ପ୍ରତିଷ୍ଠିତ ସନ୍ଥ ଆସିଲେ, ଯିଏକି ସେହି ଦମ୍ପତିଙ୍କ ଘରେ କିଛି ଘଣ୍ଟା ରିହବେ ଏବଂ ଭୋଜନ କରିବା ପାଇଁ କହିଲେ । ଏହା ପରେ ସେ ଯେତେବେଳେ ଭୋଜନ କରି ସାରିଲେ ତେବେ ସେ ଦେଖିଲେ କି ଦୁଇଜଣଙ୍କ ମଧ୍ୟରେ କିଛି ନା କିଛି କଥାକୁ ନେଇ ଝଗଡା ଚାଲିଛି । ଏହା ପରେ ସନ୍ଥ ଏକ ପାଣିର ପାତ୍ରକୁ ଉଠାଇଲେ ଏବଂ ପଚାରିଲେ କି ଏହାକୁ ଆମେ କେତେ ସମୟ ପର୍ଯ୍ୟନ୍ତ ଧରି ପାରିବା ? ସ୍ଵାମୀ – ସ୍ତ୍ରୀ କହିଲେ କି କିଛି ସମୟ ପର୍ଯ୍ୟନ୍ତ ତ ଆମେ ଏହାକୁ ଧରି ପାରିବା । କିନ୍ତୁ ଏହା ପରେ ହାତରେ ବ୍ୟଥା ହେବ ।
ସନ୍ଥ କହିଲେ କି ବିଲକୁଲ ସଠିକ ଉତ୍ତର ଅଟେ । ଠିକ ସେହିଭଳି ଆମେ ଯଦି କୌଣସି ଗୋଟିଏ ସମସ୍ୟାକୁ ଲମ୍ବା ସମୟ ପର୍ଯ୍ୟନ୍ତ ନେଇ ବଞ୍ଚିଥିବା ତେବେ ସେହି ସମସ୍ୟା ବଡ ହୋଇଯିବ ଏବଂ ସମ୍ପର୍କ କମଜୋର ହୋଇଯିବ । ଯଦି ବୈବାହିକ ଜୀବନରେ କିଛି ବି ସମସ୍ୟା ଅଛି ତେବେ ଦୁଇଜଣଙ୍କୁ ନିଜର ବୁଦ୍ଧିମତା ସହିତ ଏହାକୁ ସମଧାନ କରିବା ପାଇଁ ଚିନ୍ତା କରିବା ଦରକାର ନା କି ନିଜର ସାଥି ସାହି ଝଗଡା କରି ରହିବା । ସମସ୍ୟାକୁ ଧରି ରଖିଲେ ସମସ୍ୟା ଆହୁରି ବଢିଥାଏ ଏବଂ ସମ୍ପର୍କ ଭାଙ୍ଗିବାକୁ ଲାଗିଥାଏ ।
ଦମ୍ପତି ସନ୍ଥକୁ ମାନିଲେ ନିଜର ମାର୍ଗ ଦର୍ଶକ
ଏହା ପରେ ସ୍ଵାମୀ ସ୍ତ୍ରୀ ନିଜର ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ମନେ ମନେ ଚିନ୍ତା କରିଲେ । ସ୍ଵାମୀକୁ ଯଦି କୌଣସି ବାହାରର ସମସ୍ୟା ଅଛି ତେବେ ସ୍ତ୍ରୀ ସହିତ ତାହାର ବିଚାର – ବିମର୍ଶ କରିବା ଦରକାର, କିନ୍ତୁ ବାହାର ଚିନ୍ତା ଘରେ ଉଠାଇବା ବି ଦରକାର ନୁହେଁ, ଦୁଇଜଣ ସନ୍ଥର କଥାକୁ ବୁଝି ପାରିଲେ ଏବଂ ତାଙ୍କ ଜୀବନରେ ସବୁ କଥା ସଠିକ ହୋଇଗଲା ଏବଂ ପରସ୍ପରର ସମସ୍ୟାକୁ ଧୀରେ ଧୀରେ ସେମାନେ ସମାଧାନ କରିବାକୁ ଲାଗିଲେ ।
ଯାହାଦ୍ୱାରା ହେଉଥିବା ସବୁ ଝଗଡା ଏବେ ପ୍ରେମରେ ପରିଣତ ହୋଇଗଲା । ଆପଣଙ୍କୁ ଯଦି ଆମର ଏହି ଲେଖାଟି ଭଲ ଲାଗିଥାରେ ତେବେ ସେଆର କରିବେ । ଆଗକୁ ଏମିତି ନୂଆ ନୂଆ ଲେଖା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।