ଆସନ୍ତା ମାସରେ ରାହୁ ଗ୍ରହ ଏହି ୫ଟି ରାଶିକୁ କରିବ ମାଲାମାଲ, ବାକି ରାଶିର ଅବସ୍ଥା ହେବ ଖରାପ, ଜାଣନ୍ତୁ

ରାହୁ ଗ୍ରହକୁ ଗ୍ରହମାନଙ୍କ ମଧ୍ୟରେ ପାପୀ ଗ୍ରହ ବୋଲି କୁହାଯାଏ । ବହୁତ ଲୋକ ଏମିତି ଅଛନ୍ତି ରାହୁର ନାଁ ଶୁଣି ଭୟଭୀତ ହୋଇଯାନ୍ତି । ରାହୁକୁ ଛାୟାଗ୍ରହ ବୋଲି କୁହାଯାଏ । ଯଦି ଏହା କୌଣସି ବ୍ୟକ୍ତିର ଜାତକରେ ଆସିଗଲା ତେବେ ଭାବିନିଅନ୍ତୁ ସେହି ଦିନ ଠାରୁ ସେହି ବ୍ୟକ୍ତିର ଜୀବନରେ କେବଳ ସମସ୍ୟା ହିଁ ସମସ୍ୟା ଆରମ୍ଭ ହୋଇଯାଏ । ଯଦି କୌଣସି ବ୍ୟକ୍ତିର ଜାତକରେ ରାହୁ ଭଲ ସ୍ଥାନରେ ଥାଏ ସେହି ବ୍ୟକ୍ତିକୁ ନିଜ ଜୀବନରେ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ ଓ ତାକୁ କେବେ ଧନର ଅଭାବ ହୋଇନଥାଏ ।

ରାହୁ ସେହି ବ୍ୟକ୍ତିକୁ ରାଜନୈତିକ ସଫଳତାରେ ମଧ୍ୟ ମାଲାମାଲ କରିଥାଏ କିନ୍ତୁ ଯେଉଁ ବ୍ୟକ୍ତିର ଜାତକରେ ରାହୁ ଦୁର୍ବଳ ଥାଏ ତେବେ ତାହାର ଜୀବନରେ ଅନେକ ବାଧା ଆସିଥାଏ । ଜ୍ୟୋତିଷଙ୍କ ହିସାବରେ ଏପ୍ରିଲ ମାସ ଠାରୁ ରାହୁ କିଛି ରାଶିମାନଙ୍କୁ ମାଲାମାଲ କରିବ ଓ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ରହିବ । ଆଜି ଆମେ ଆପଣଙ୍କୁ ଜଣାଇବୁ କି ଆପଣଙ୍କ ରାଶି ଅନୁସାରେ ଆପଣଙ୍କ ଉପରେ ରାହୁର କଣ ପ୍ରଭାବ ରହିବ ।

ଆସନ୍ତୁ ଜାଣିବା ରାହୁ ଗ୍ରହ କେଉଁ ରାଶିମାନଙ୍କୁ କରିବ ମାଲାମାଲ

ମେଷ ରାଶିର ବ୍ୟକ୍ତିଙ୍କୁ ଆସୁଥିବା ସମୟରେ ବହୁତ ଶୁଭ ସଙ୍କେତ ମିଳୁଛି । ରାହୁ ଆପଣଙ୍କ ରାଶିରେ ତୃତୀୟ ଭାବରେ ପ୍ରବେଶ କରିବ ଯାହା କାରଣରୁ ଆପଣଙ୍କୁ ଚାକିରିରେ ସଫଳତା ,ଆର୍ଥିକ ଲାଭ, କାର୍ଯ୍ୟ କ୍ଷେତ୍ରରେ ପୁରା ସହଯୋଗ ମିଳିବ । ଆପଣ କୌଣସି ଦୁରଯାତ୍ରାରେ ଯାଇପାରନ୍ତି ।

ସିଂହ ରାଶିର ବ୍ୟକ୍ତିମାନଙ୍କର ଆସୁଥିବା ସମୟ ସୁଖଦ ହେବ, ରାହୁ ଆପଣଙ୍କ ରାଶିରେ ଏକାଦଶ ଭାବରେ ପ୍ରବେଶ କରିବ ଯାହା କାରଣରୁ ଆପଣଙ୍କୁ ଭଲ ଲାଭ ମିଳିବାର ଯୋଗ ହେଉଛି । ଆପଣଙ୍କ ଘର ପରିବାରରେ ଖୁସି ଆସିବ ଓ ଆପଣ କର୍ମ କ୍ଷେତ୍ରରେ ଆଗକୁ ବଢିବେ ।

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଥିବା ସମୟ ଶୁଭ ରହିବ । ରାହୁ ଆପଣଙ୍କ ରାଶିରେ ଦଶମ ଭାବରେ ପ୍ରବେଶ କରିବ ଯାହା କାରଣରୁ ଏହି ରାଶିର ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବାର ସମ୍ଭାବନା ଅଛି ଓ ଆପଣଙ୍କୁ ଆର୍ଥିକ ରୂପରେ ବଡ ଲାଭ ମିଳିପାରେ ।

ଧନୁ ରାଶିର ବ୍ୟକ୍ତିଙ୍କୁ ଆସୁଥିବା ସମୟରେ ଭଲ ଫଳ ମିଳିପାରେ । ଆପଣଙ୍କ ରାଶିରେ ସପ୍ତମ ଭାବରେ ରାହୁ ପ୍ରବେଶ କରିବ ଯାହା କାରଣରୁ ଆପଣଙ୍କର ବୈବାହିକ ଜୀବନ ଭଲରେ କଟିବ ଓ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଭଲ ଲାଭ ମିଳିବ ।

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଥିବା ସମୟ ଭଲ ରହିବ । ରାହୁ ଆପଣଙ୍କ ରାଶିରେ ଷଷ୍ଠ ଭାବରେ ପ୍ରବେଶ କରିବ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ । ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କ ଉପରେ ଏହାର କଣ ପ୍ରଭାବ ରହିବ

ବୃଷରାଶିର ବ୍ୟକ୍ତିମାନଙ୍କ ପାଇଁ ଆସୁଥିବା ସମୟ କଷ୍ଠକାରୀ ରହିବ । ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ରାହୁ ଦ୍ଵିତୀୟ ଭାବରେ ପ୍ରବେଶ କରିବ ସେଥିପାଇଁ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ବୁଝି ବିଚାରି ପଦକ୍ଷେପ ନେବା ଉଚିତ ।

କର୍କଟ ରାଶିର ଲୋକଙ୍କୁ ନିଜର ଆସୁଥିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ରାହୁ ଆପଣଙ୍କ ରାଶିରେ ଦ୍ଵାଦଶ ଭାବରେ ପ୍ରବେଶ କରିବ ଯାହା କାରଣରୁ ଆପଣଙ୍କର ଖର୍ଚ୍ଚ ବଢିପାରେ ।

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଥିବା ସମୟ ଅନୁକୂଳ ରହିବ । ରାହୁ ଆପଣଙ୍କ ରାଶିରେ ନବମ ଭାବରେ ପ୍ରବେଶ କରିବ ଯାହା କାରଣରୁ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ କ୍ଷତି ହେବାର ସମ୍ଭାବନା ଅଛି ।

ବିଛା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସୁଥିବା ସମୟ କାଷ୍ଠକାରି ରହିବ । ଆପଣଙ୍କ ରାଶିରେ ଅଷ୍ଟମ ଭାବରେ ରାହୁ ପ୍ରବେଶ କରିବ ଯାହା କାରଣରୁ ଆପଣଙ୍କୁ ବାହନ କ୍ଷେତ୍ରରେ ସତର୍କ ରହିବାକୁ ପଡିବ ନତୁବା ଆପଣଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡିପାରେ ।

କୁମ୍ଭ ରାଶିର ଲୋକଙ୍କଙ୍କର ଜୀବନ ସୁଖ ଦୁଖ ମିଶିକରି ରହିବ । ରାହୁ ଆପଣଙ୍କ ରାଶିରେ ପଞ୍ଚମ ଭାବରେ ପ୍ରବେଶ କରିବ ଯାହା କାରଣରୁ ଆପଣଙ୍କର ଆର୍ଥିକ କ୍ଷେତ୍ରରେ କ୍ଷତି ହେବାର ସମ୍ଭାବନା ଅଛି ।

ମିନ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ବହୁତ ଚିନ୍ତାଜନକ ରହିବ । ରାହୁ ଆପଣଙ୍କ ରାଶିରେ ଚତୁର୍ଥ ଭାବରେ ପ୍ରବେଶ କରିବ ।

ଏହି ରାଶିର ଲୋକଙ୍କର ନିଜର ସମ୍ବନ୍ଧୀୟଙ୍କ ସହିତ ବାଦ ବିବାଦ ଲାଗି ରହିବ।