“ତୋ ଦେହକୁ ଆଉ କିଏ ଛୁଇଁବ ମୁଁ କେମିତି ବରଦାସ୍ତ କରିବି ରେ Dinesh ! ତୋ ବାସର ଶେଯରେ ଆଉ କିଏ…”- Dinesh

ତୁ ଆଉ କାହାର ହେଲେ ମୁଁ ସହି ପାରିବିନି । ତୋ ଦେହକୁ ଆଉ କିଏ ଛୁଇଁଲେ ମୋ ଜୀବନ ଚାଲିଗଲା ଭଳି ଲାଗିବ । ଯାହା ମୋର ଥିଲା ସେଇଟା ଆଉ କାହାର ହେବାକୁ ମୁଁ ବରଦାସ୍ତ କରି ପାରିବିନି । ଯେତେବେଳେ ତୋ ହାତକୁ ଆଉ କିଏ ଧରିବ ସେତେବେଳେ ମୋ ଦେହର ପ୍ରତିଟି ଅଙ୍ଗ ଅକାମୀ ହେଉଥିବ । ଆଉ ଯେତେବେଳେ ତୋ ବାସର ଶେଯରେ ଆଉ କିଏ ଶୋଇଥିବ ସେତେବେଳେ ମୋ କୋକେଇ ଉଠିବ । ତୁ ସେତେବେଳେ ତୋ ନୂଆ ସାଥି ସହ ଖୁସିରେ ରହିବୁ, ହେଲେ ମୁଁ ଏସବୁ ସହି ପାରିବିନି ରେ ଦିନେଶ । ତୁ ଖାଲି ମୋର ।

କେମିତି ସବୁ ତୁ ଭୁଲିଯାଉଛୁ ରେ ! ତୁ ମୋ କୋଳରେ ଯେତେବେଳେ ଘଣ୍ଟା ଘଣ୍ଟା ଧରି ମୁଣ୍ଡ ରଖି ଶୋଉଥିଲୁ ଆଉ ମୁଁ ତୋ ଚୁଟିକୁ ସାଉଁଳେଇ ଦେଉଥିଲି, ସେକଥା ଟିକେ ମନେ ପକେଇଲୁ । ରୁ କେତେ ଶାନ୍ତିରେ ମୋ କୋଳରେ ଶୋଇ ପଡୁଥିଲୁ । ଆମେ ଗୋଟିଏ କୋଲ୍ଡଡ୍ରିଙ୍କସ୍ ବୋତାଳରେ ଦୁଇଟି ଷ୍ଟ୍ର’ ରଖି ଏକାଠି କେମିତି ପିଉଥିଲେ । ମଝି ମଝିରେ ପାଟିରେ କୋଲ୍ଡଡ୍ରିଙ୍କସ୍ ଆଣି ମୋ ମୁହଁରେ ଫିଙ୍ଗୁଥିଲୁ । ଆଉ ମୁଁ ଲାଜେଇ ଯାଉଥିଲି ।

ଆଉ ତା’ପରେ ତୁ ମୋ ମୁହଁକୁ ରୁମାଲରେ ପୋଛି ଦେଇ କହୁଥିଲୁ, ‘ଦୀପୁ ଆଇ ଲଭ ୟୁ’ । ହେଲେ ମୁଁ ପାଗେଳିଟା ଜାଣି ନଥିଲି କି ସେସବୁ ତୋର ଛଳନା ଥିଲା । ମିଛ ଦୁନିଆରେ ମୋତେ ରଖି ମିଠା ମିଠା କଥା ଖି ମୋ ସହ ଶାରୀରିକ ସମ୍ପର୍କ ରଖିଲୁ । ମୋ ସହ ରାତି କଟେଇଲୁ ହେଲେବି ତୋ ଛଳନାକୁ ଜାଣି ନପାରି ମୁଁ ଆଗକୁ ବଢିଲି ।

ମୋ ପାଖରୁ ମଜା ନେଇ ତୁ ମୋତେ ସଜା ଦେଇ ଚାଲିଥିଲୁ, ପ୍ରତିଟି ମୂହୁର୍ତ୍ତରେ ମୋତେ ଖାଲି ଧୋକା ଦେଉଥିଲୁ । ତୋ ମନରେ ଏତେ ଛଳନା ଥିଲା ବୋଲି ମୁଁ ଜାଣି ପାରି ନଥିଲି । ତୋ ଖୁସି ପାଇଁ ମୁଁ ମୋର ସର୍ବସ୍ଵ ଦେଇଦେଲି । ଆଉ ଏବେ ତୁ ମୋତେ ଛାଡି ଆଉ କାହା ପାଖକୁ ଯିବାକୁ ବାହାରିଛୁ । ମୁଁ ଏସବୁ କେମିତି ସହିବେ ରେ ! ତୋ ଘର ଆଗରେ ମୁଁ ଏତେଦିନ ଅପେକ୍ଷା କଲି ହେଲେବି ତୋ ମନ ତରଳିଲାନି ! ହେଲେବି ତୋତେ ପାଇବାକୁ ମୁଁ ହୃଦୟ ହାରିନି ।

୯୦ଦିନ କଣ ତୋ ପାଇଁ ମୁଁ ୯୦ ବର୍ଷ ଅପେକ୍ଷା କରିବି । ଆଉ ମନେରଖ ଏଇଠୁ ହିଁ ଉଠିବ ମୋ କୋକେଇ । ଏମିତି କିଛି କହୁଛି ଏବେ ଦୀପିକାଙ୍କ ଆତ୍ମା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।