ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- କିଏ ଆଖିରେ ଦେଖୁନି, କିଏ ପାଟିରେ କହେନି, କିଏ କାନରେ ଶୁଣେନି ?
ଉ: ଗାନ୍ଧୀଜୀଙ୍କ ତିନି ମାଙ୍କଡ ।
୨- ଚାରୋଟି ଅକ୍ଷର ନାମ ମୋହର, ଚାରୋଟି ଅକ୍ଷରେ ହର୍ଶେଇ କାର, କହିଲ ଦେଖି ନାମ ମୋହର ?
ଉ: ଝିଟିପିଟି ।
୩- କେଉଁ ଦୁଇଟି ନିରାଟ ସତ୍ୟ ?
ଉ: ଜନ୍ମ ଓ ମୃତ୍ୟୁ ନିରାଟ ସତ୍ୟ ।
୪- ଏକ ଗ୍ରାମ ସୁନାରେ କେତେ କିମି ଯାଏଁ ତାର ବନିପାରିବ ?
ଉ: ୨ କିମି ଯାଏଁ ।
୫- ମୁଁ ନଥିଲେ କେହି ବି ଚଢି ପାରିବେନି ଉପରକୁ । ମୁଁ କିଏ ?
ଉ: ସିଡି ।
୬- ଦିନସାରା ଜଳୁଥାଏ ରାତି ହେଲେ ଲିଭିଯାଏ, ସେ କିଏ ?
ଉ: ସୂର୍ଯ୍ୟ ।
୭- କେଉଁ ରାତି ବାସ୍ନା ହୁଏ ?
ଉ: ଗୁଜୁରାତି ।
୮- କେଉଁ ଜିନିଷ ଆମ ପାଖରେ ଅଛି ହେଲେ ଆମେ ଦେଖି ପାରୁନା କି ଛୁଇଁ ପାରୁନା ?
ଉ: ପବନ ।
୯- କେଉଁ ଫଳ ସିଝେନା ?
ଉ: ନଡିଆକୁ ଯେତେ ସିଝେଇଲେ ବି ସିଝେ ନାହିଁ ।
୧୦- ଜନ୍ମ ପରଠାରୁ ଆମେ ତାକୁ କଷ୍ଟ ଦେଇଥାଉ ହେଲେ ସେ ଆମକୁ କିଛି ବି କୁହେନି ?
ଉ: ମାଟି ମା ।
୧୧- ଜୀବନରେ ଥରେ କଣ ଆସେ ?
ଉ: ଯୌବନ ।
୧୨- ସବୁଠାରୁ ଅତ୍ୟଧିକ ଆନନ୍ଦ କେତେବେଳେ ମିଳେ ?
ଉ: ଝାଡା ଫେରିବା ପରେ ।
୧୩- କିଏ ବନ୍ଦ ହୋଇଗଲେ ସବୁ ଅନ୍ଧାର ହୋଇଯାଏ ?
ଉ: ଆଖି ବନ୍ଦ ହେଲେ ସବୁ ଅନ୍ଧାର ହୋଇଯାଏ ।
୧୪- କେଉଁ ପୋକ ସର୍ବ ପ୍ରାଚୀନ ଅଟେ ?
ଉ ଅସରପା ।
୧୫- କେଉଁ ପକ୍ଷୀ ଡେଣା ନ ବାଡେଇ ଉଡିପାରେ ?
ଉ: ଅଲବ୍ରାଟସ ।
୧୬- ପୃଥିବୀରେ କେତେ ପ୍ରକାରର ପକ୍ଷୀ ଅଛନ୍ତି ?
ଉ: ୯୬୦୦ ପ୍ରକାରର ।
୧୭- ପକ୍ଷୀ ସମ୍ପର୍କିତ ବିଜ୍ଞାନର ନାମ କଣ ?
ଉ: ଅରିତଥାଲଜି ।
୧୮- କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଏ ?
ଉ: ଚାତକ ପକ୍ଷୀ ।
୧୯- କେଉଁ ପକ୍ଷୀର ଦୃଷ୍ଟିଶକ୍ତି ସବୁଠୁ ଅଧିକ ?
ଉ: ଚିଲ ର ।
୨୦- କଞ୍ଚା ବେଳେ କଷା, ପାଚିଗଲେ ମିଠା, ମୋ ପତ୍ର ଔଷଧ ଅଟେ, କୁହ ତେବେ ମୋର ନାଁ ?
ଉ: ପିଜୁଳି ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।