ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଓଡିଶାରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର କେତେ ଭାଗ ଆଦିବାସୀ ?
ଉ: ପ୍ରାୟ ୨୪ ଭାଗ ଆଦିବାସୀ
୨- ଓଡିଶାରେ ପ୍ରଥମ ଓଡିଆ ରାଷ୍ଟ୍ରଦୂତ କିଏ ?
ଉ: ଲଲିତ ତେନ୍ଦୁ ମାନସିଂହ
୩- ଓଡିଶାର ପ୍ରଥମ ବିଲାତ ଯାତ୍ରୀ କିଏ ଥିଲେ ?
ଉ: ମଧୁସୂଦନ ଦାସ
୪- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କାଞ୍ଚିକାବେରୀ ବେଶ କେବେ ହୁଏ ?
ଉ: ଫାଲଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ
୫- ଓଡିଶାର କେଉନାଥରେ ଚିନି କାରଖାନା, କାଗଜ କଳ ଏବଂ ଫେରୋମାଙ୍ଗାନିଜ କାରଖାନା ଅଛି ?
ଉ: ରାୟଗଡାରେ ଅଛି
୬- ସୋନପୁର ଜିଲ୍ଲାରେ କେତୋଟି ମନ୍ଦିର ରହିଛି ?
ଉ: ୧୦୮ଟି ମନ୍ଦିର ରହିଛି ।
୭- ମହାପ୍ରଭୁ ଜଗନ୍ନାଥଙ୍କର ରଥର ରକ୍ଷକ କିଏ ?
ଉ: ଗରୁଡ ଜଗନ୍ନାଥଙ୍କ ରଥର ରକ୍ଷକ
୮- ଓଡିଶାରେ ପ୍ରସିଦ୍ଧ ଜଉ ଶିଳ୍ପ କେଉଁଠାରେ ହୁଏ ?
ଉ: ନବରଙ୍ଗପୁର ରେ ହୁଏ
୯- ଇଂରେଜ ମାନଙ୍କ ଦ୍ଵାରା ଓଡିଶା ଅବଧିକାର କେବେ ହୋଇଥିଲା ?
ଉ: ୧୮୦୩ ମସିହାରେ
୧୦- ଫୁଲବାଣୀ ଠାରେ ଥିବା ପ୍ରଧାନ ଜଳପ୍ରପାତର ନାମ କଣ ?
ଉ: କେନ୍ତାମାରି
୧୧- କଟକ ସହରସ୍ଥିତ ମହାନଦୀର ଯୋବ୍ରା ଆନିକଟ ପାଖରୁ ବାହାରିଥିବା ପ୍ରଧାନ କେନାଲର ନାମ କଣ ?
ଉ: ତାଳଦଣ୍ଡା କେନାଲ
୧୨- ଓଡିଶାର ବ୍ଲାକ ପାଗୋଡା କାହାକୁ କୁହନ୍ତି ?
ଉ: କୋଣାର୍କର ସୂର୍ଯ୍ୟ ମନ୍ଦିର
୧୩- ଓଡିଶାର କୈଳାସ କାହାକୁ କୁହନ୍ତି ?
ଉ: ଢେଙ୍କାନାଳ ଜିଲ୍ଲାରେ ଥିବା କପିଳସ ପର୍ବତକୁ ।
୧୪- ଓଡିଶାର ଉତ୍କଳ କେଶରୀ ଉପାଧି କିଏ ପାଇଥିଲେ ?
ଉ: ହରେକୃଷ୍ଣ ମହତାବ
୧୫- ଉତ୍କଳମଣି ଉପାଧି କିଏ ପାଇଥିଲେ ?
ଉ: ଗୋପବନ୍ଧୁ ଦାସ
୧୬- ଉତ୍କଳମଣିଙ୍କ ମହାପ୍ରୟାଣ କେବେ ହୋଇଥିଲା ?
ଉ: ୧୯୨୮ ମସିହା ଏପ୍ରିଲ ମାସରେ
୧୭- ଓଡିଶାର ପ୍ରଥମ ଜ୍ୟୋତିର୍ବିଦ କିଏ ?
ଉ: ସାମନ୍ତ ଚନ୍ଦ୍ରଶେଖର ସିଂ
୧୮- ଦୁଦୁମା ଜଳପ୍ରପାତ କେଉଁଠାରେ ଅବସ୍ଥିତ ?
ଉ: କୋରାପୁଟ ଜିଲ୍ଲାରେ ଅବସ୍ଥିତ
୧୯- ପ୍ରଥମ ଓଡିଆ ଏୟାର ମାର୍ଶାଲ କିଏ ?
ଉ: ଶ୍ରୀ ସରୋଜ ଜେନା
୨୦- ଓଡିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ କିଏ ?
ଉ: ବୀର ସୁରେନ୍ଦ୍ର ସାଏ (ସମ୍ବଲପୁର)
୨୧- ତାହା କଣ ଯାହା ତଳ ଉପର ହୁଏ କିନ୍ତୁ ହଲି ନଥାଏ ?
ଉ: ତାପମାତ୍ରା ତଳ ଉପର ହୋଇଥାଏ କିନ୍ତୁ ହଲି ନଥାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।