‘ଯିଏ ଯାହା କହୁଛ କୁହ ..ବେଶ୍ୟା କୁହ ଯାହା କୁହ ..ମୋ ପୁଅକୁ ନ୍ୟାୟ ନମିଳିଲା ଯାଏଁ …’ ବେଶ୍ୟା କହିବାରୁ ଗର୍ଜିଲେ ଦୀପିକା, କଣ କହିଲେ ଦେଖନ୍ତୁ…

ଦୀର୍ଘଦିନ ୧୦ ଦିନ ଧରି ଦୀପିକା, ପ୍ରେମରେ ମିଛ ପ୍ରତିଜ୍ଞା କରି ଧୋକା ଦେଇଥବା ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି । ମିଛ ପ୍ରେମ ସମ୍ପର୍କ ସ୍ଥାପନ କରି ପୁଅ ହେଲା ପରେ ବିବାହ କରିବେ ବୋଲି କହି ଫରାର ହୋଇ ଯାଇଥିଲେ ଦିନେଶ । ବର୍ତ୍ତମାନ ଦୀପିକା ନିଜର ୧୦ ମାସର ସନ୍ତାନ ପାଇଁ ନ୍ୟାୟ ମାଗିବାକୁ ଯାଇ ପ୍ରେମିକ ଦିନେଶଙ୍କ ଘର ଅଗଣାରେ ଧାରଣା ଦେଇଛନ୍ତି । ତାଙ୍କ ସହ ତାଙ୍କର ଏହି ନ୍ୟାୟ ଯୁଦ୍ଧରେ ସହଯୋଗ ଦେଇଛନ୍ତି ପ୍ରମିଳା ତ୍ରିପାଠୀ । 

ନିଜର ହାଇ ଷ୍ଟାଟସ କୁ ଦୀପକଙ୍କ ର ଷ୍ଟାଟସ ସହ ତୁଳନା କରି ପୁଅ ହେଲା ପରେ ଗ୍ରହଣ କରି ପାରିବେନି ବୋଲି ଦିନେଶ କହିବାରୁ ଦୀପିକା ଦିନେଶଙ୍କ ଘର ଅଗଣାରେ ଖରା ବର୍ଷାକୁ ତିଳେ ମାତ୍ର ଖାତିର ନକରି, ଏହି ଲଘୁଚାପ ଜନିତ ପାଗରେ ଦିନେଶଙ୍କ ଘର ଆଗରେ ପାଲ ଟାଣି ବସି ରହିଛନ୍ତି ।

ଦୀପିକା ଙ୍କୁ ସ୍ଵୀକାର କାରିବା ପରିବର୍ତେ ଦିନେଶ ଙ୍କ ଘର ଲୋକ ଦୀପିକାଙ୍କୁ ବିଭିନ୍ନ ପ୍ରକାର ହଇରାଣ କରିବା ସହ ଦୀପକାଙ୍କୁ ବେଶ୍ୟା କହି ମଧ୍ୟ ସମ୍ବୋଧନ କରିଛନ୍ତି । ତାହାଛଡା ଉପରୁ ନିଆଁ ଫୋପାଡିବା, ବାଣ ଲଗାଇ ହଇରାଣ କରିବା ଆଦି ଭିନ୍ନ ପ୍ରକାର ର ଅଶ୍ଳୀଳ ପ୍ରକାରରେ ଗାଳି ଗୁଲଜ ମଧ୍ୟ କରିବାର ଦୀପିକା ଅଭିଯୋଗ କରିଛନ୍ତି ।

ଦୀପିକାଙ୍କ ମତରେ ଦିନେଶ ଓ ଦିନେଶଙ୍କ ପରିବାର ଲୋକ ଜାଣି ଶୁଣି ଦୀପିକାଙ୍କୁ ନିଜ ଘର ଆଗରୁ ଉଠାଇବା ପାଇଁ ଏହି ସବୁ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଦୀପିକା କହିଛନ୍ତି ଯେ ପର୍ଯ୍ୟନ୍ତ ତାଙ୍କର ପୁଅ କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ତାଙ୍କୁ ଯିଏ ବେଶ୍ୟା କହୁ ବା ଯେତେ ଅଶ୍ଳୀଳ ଭାଷା କହୁନା କାହିଁକି ସେ ସେତେ ପର୍ଯ୍ୟନ୍ତ ସେହି ସ୍ଥାନରୁ ଉଠିବେ ନାହିଁ । ଏପରି ଅଶ୍ଳୀଳ ବ୍ୟବହାର ଦେଖି ଅତ୍ଯାଧିକ ଉତ୍ତେଜିତ ହୋଇ ଉଠିଛନ୍ତି ଦୀପିକା ।

ଉତ୍ତେଜିତ ହୋଇ କହିଛନ୍ତି ଯଦି ତାଙ୍କୁ କିମ୍ବା ତାଙ୍କ ପୁଅକୁ କୌଣସି ପ୍ରକାରର କ୍ଷତି କିମ୍ବା ଅସୁବିଧା ହୋଇଥାଏ, ତେବେ ସେଥିପାଇଁ ସଂପୂର୍ଣ୍ଣ ରୂପରେ ଦାୟୀ ଦିନେଶଙ୍କ ସହ ଦିନେଶଙ୍କର ସଂପୂର୍ଣ୍ଣ ପରିବାର ତଥା ତାଙ୍କ ସାହି ବାସିନ୍ଦା ଓ ISE, ଏସପି ସାର ମଧ୍ୟ । ସମସ୍ତେ ଦାୟୀ ହେବେ,  କାରଣ ସେ ସମସ୍ତଙ୍କୁ ସବୁକଥା ଜଣାଇ ନ୍ୟାୟ ମାଗିଛନ୍ତି ।

ମୁଷଳ ଧାର ବର୍ଷାରୁ ରକ୍ଷା ପାଇବା ପାଇଁ ଯେଉଁ ପାଲ ବାନ୍ଧି ଦୀପିକା ଯାହାର ସାହାରା ନେଇଥିଲେ ତାହାକୁ ମଧ୍ୟ ଭାଙ୍ଗି ଛିଣ୍ଡାଇ ଦେଇଥିବାରୁ ଅତ୍ଯାଧିକ ମାତ୍ରା ରେ ଉତ୍ତେଜନା ହୋଇ ଉଠିଛନ୍ତି ଦୀପିକା । ତେବେ ବନ୍ଧୁଗଣ କଣ ଦୀପିକା ଙ୍କୁ ନ୍ୟାୟ ମିଳି ପାରିବ? ଆଗକୁ ଜାଣିବା ପାଇଁ ଆମ ସହ ଯୋଡି ରୁହନ୍ତୁ । ତାହାଛଡା ଆମ ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ