ପତ୍ନୀ ପଦାରେ ପକେଇଲେ ସ୍ଵାମୀ Babushan ଓ ଅଭିନେତ୍ରୀ Prakruti Mishra ଙ୍କ ଅନୈତିକ ସମ୍ପର୍କ, ଗାଡି ଅଟକାଇ ଉଭୟଙ୍କୁ ଏମିତି ପିଟିଲେ ଭାଇରାଲ ହେଉଛି Video

ବର୍ତ୍ତମାନର ଏକ ବଡ ଖବର ସାମ୍ନାକୁ ଆସିଛି, ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଷ୍ଟାର ଦମ୍ପତ୍ତିଙ୍କ କଳି । ତ୍ରିକୋଣୀୟ ପ୍ରେମ ସମ୍ବନ୍ଧ ଯୋଗୁଁ ଏହି ରାସ୍ତାରେ ଏହି କଳି ହୋଇଥିବା ଜଣାପଡିଛି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ଏବଂ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ, ଓଲିଉଡ ଲଭର ବୟ ବାବୁଶାନ ମହାନ୍ତିଙ୍କ ପାଇଁ ମହଙ୍ଗା ପଡିଛି ଲଭ୍ ଆଫେୟାର । ଯାହାଫଳରେ ତାଙ୍କ ପତ୍ନୀ ତୃପ୍ତି ଶତପଥୀ ବିଚ୍ ରାସ୍ତାରେ ତାଙ୍କ ସହ କଳି କରୁଥିବା ଦେଖିବାକୁ ମିଳିଛି ।

ଏଥିପାଇଁ ରାଜରାସ୍ତାରେ ଅପଦସ୍ତ ହୋଇଛନ୍ତି ବାବୁଶାନ । ତେବେ ବାବୁଶାନଙ୍କ ପତ୍ନୀ ଏତେ ରାଗିବାର କାରଣ ହେଉଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବାବୁଶାନ ଏବଂ ପ୍ରକୃତି ଉଭୟ ଏକାଠି ତାଙ୍କ କାର୍ ରେ ଯାଉଥିବା ବେଳେ ବାବୁଶାନଙ୍କ ପତ୍ନୀ ତୃପ୍ତି ତାଙ୍କୁ ରାସ୍ତାରେ ଅଟକାଇ ଦେଉଛନ୍ତି । ଏହାପରେ ସେ ପ୍ରକୃତିଙ୍କ ଆଡକୁ ଇଙ୍ଗିତ କରି କହୁଛନ୍ତି, ୟା ଯୋଗୁଁ ମୋ ପରିବାର ଧ୍ଵଂସ ହୋଇଗଲା । ଇଏ ମୋ ପରିବାର ଧ୍ଵଂସ କରିଦେଇଛି ।

ଏହାପରେ ସେ ବାବୁଶାନଙ୍କୁ ଟଣାଓଟରା କରି କାର୍ ରୁ ଓହ୍ଲାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହା ଦେଖି ସେହି ସ୍ଥାନରେ ଅନେକ ଲୋକ ଜମା ହୋଇ ଯାଉଛନ୍ତି ଓ କିଛି ଲୋକ ଏହାର ଭିଡିଓ ମଧ୍ୟ ବନାଉଥିବାର ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ସିନେମାରେ ହିରୋ ହେଉଥିବା ବାବୁଶାନ ଆଜି ଅସଲ ଜୀବନରେ ତାଙ୍କ ସ୍ତ୍ରୀଙ୍କ ପାଇଁ ଭିଲିୟାନ ହୋଇଥିବା ଦେଖିବାକୁ ମିଳିଛି ।

ନିକଟରେ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ଅଭିନୀତ ଫିଲ୍ମ “ପ୍ରେମମ” ରିଲିଜ ହୋଇଥିଲା । ଦୀର୍ଘ ଦୁଇ ବର୍ଷ ବଡ ପରଦାରେ ଦେଖା ଦେଇଥିଲେ ବାବୁଶାନ ଓ ପ୍ରକୃତି ମିଶ୍ର ମଧ୍ୟ ବଡ ପରଦାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ତେବେ ଫିଲ୍ମ “ପ୍ରେମମ” ଥିଏଟରରେ ସେତେ ଖାସ ପ୍ରଦର୍ଶନ କରି ପାରିନାହିଁ । ଆଉ ଏବେ ପ୍ରକୃତି ମିଶ୍ର ଓ ବାବୁଶାନଙ୍କ ରିଲ ଲାଇଫ ପ୍ରେମ ଏବେ ରିୟଲ ପ୍ରେମରେ ପରିଣତ ହୋଇଥିବା ଚର୍ଚ୍ଚା ହୋଇଛି ।

ଯାହାକୁ ନେଇ ନିଆଁବାଣ ହୋଇ ଯାଇଛନ୍ତି ବାବୁଶାନଙ୍କ ପତ୍ନୀ ତୃପ୍ତି । ଏଥିପାଇଁ ସେ ବାବୁଶାନ ଓ ପ୍ରକୃତିଙ୍କୁ ରାସ୍ତା ମଝିରେ ଅପଦସ୍ତ କରିବାକୁ ପଛେଇ ନାହାନ୍ତି । ବାବୁଶାନ ୨୦୧୪ ରେ ତୃପ୍ତିଙ୍କୁ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।