ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ଅନେକ ପ୍ରଶ୍ନ ପଚରା ଯାଉଛି । ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏଭଳି ପଚରା ଯାଉଛି । ଅନେକ ସମୟରେ ପିଲାଙ୍କୁ ସାମାନ୍ଯ ପ୍ରଶ୍ନର ଉତ୍ତର ଦେଇ ନପାରିବା ଯୋଗୁଁ ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି । ତେଣୁ ଅନ୍ୟ ସବୁ ବିଷୟ ସହିତ ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ଭଲ ଥିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ ।
୧- କେଉଁ ଫଳ ଉପରେ ପତ୍ର ଥାଏ ?
ଉ: ସପୁରୀ ଉପରେ ପତ୍ର ଥାଏ ।
୨- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନରାତି ଠିଆ ହୋଇଥାଏ ?
ଉ: ନଡିଆ ଗଛ ମୁଣ୍ଡରେ ପାଣି ଧରି ଠିଆ ହୋଇ ରହିଥାଏ । କାରଣ ନଡିଆ ଭିତରେ ପାଣି ଥାଏ ।

୩- ବାମରୁ ପଢିଲେ ଓଜନିଆ, ଡାହାଣରୁ ପଢିଲେ ନାହିଁ । ତାହ କଣ ?
ଉ: TON ମାନେ ଓଜନିଆ, NOT ମାନେ ନାହିଁ ।
୪- କେଉଁ ତା’ ଛୁଆକୁ ଦେଖିବା ଆଗରୁ ମୃତ୍ୟୁବରଣ କରିଥାଏ ?
ଉ: ପ୍ରଜାପତି ।
୫- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ ଲାଗିଲେ ଖାଇବୁ, ଶୋଷ କଲେ ପିଇବୁ, ଶୀତ ଲାଗିଲେ ଜାଳିବୁ । ତାହା କଣ ?
ଉ: ନଡିଆ
୬- ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?
ଉ: ଅଣ୍ଡାକୁ ଭାଙ୍ଗିକି ବ୍ୟବହାର କରାଯାଏ ।
୭- ଗାତରେ କରଇ ଘର ମୁହଁରେ ତା’ର ନିଶ, ଯାହା ଘରେ ପଶେ, କରେ ତା’ର ସର୍ବନାଶ । ସେ କିଏ ?
ଉ: ମୂଷା
୮- ତାହା କଣ ଯାହାକୁ ଭାଙ୍ଗିବା ପରେ ଲୋକେ ଖୁସି ହୁଅନ୍ତି ?
ଉ: କୌଣସି ରେକର୍ଡ ଭାଙ୍ଗିବା ପରେ ଲୋକେ ଖୁସି ହୁଅନ୍ତି ।

୯- ତୁ ଯେତେ ହଲଉଛୁ ହଲା, ମୁଁ ତଳେ ନ ପଡିଲେ ଗଲା । ତାହା କଣ ?
ଉ: ଦୋଳି ।
୧୦- ତାହା କଣ ଯାହା କେବଳ ବଢିଥାଏ କେବେ କମି ନଥାଏ ?
ଉ: ବୟସ
୧୧- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ । ସେ କିଏ ?
ଉ: ନିଆଁ
୧୨- ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ । ସେ କିଏ ?
ଉ: ଟୋପି
୧୩- ସେ କିଏ ଯିଏ ଆମର କଣ ଧରି ନାକ ଉପରେ ବସିପଡେ ?
ଉ: ଚଷମା ।
୧୪- ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?
ଉ: ବେଲ୍ଟ

୧୫- କବାଟ ପଡିଲେ ଦୁନିଆ ଅନ୍ଧାର, କବାଟ ଖୋଲିଲେ ଦୁନିଆ ସୁନ୍ଦର ?
ଉ: ଆଖି
୧୬- ଭଙ୍ଗା ହେଲେ ବି ସେ ଗୋଟିଏ ତାହା କଣ ?
ଉ: ଖିଲିପାନ
୧୭- ଗାଁ ସହରରେ ବୁଲୁଥାଏ, ମନ୍ଦିର ଯିବାକୁ ଡରିଥାଏ ସେ କିଏ ?
ଉ: ଚପଲ
୧୮- ଯାଏ ନୀଳ କାରରେ ଆସେ ନାଲି କାରରେ ସେ କିଏ ?
ଉ: ପାନ ଓ ପାନଛେପ
୧୯- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?
ଉ: ଅନ୍ଧର ବାଡି
୨୦- ପୁରା ଜୀବନରେ ପୁଅଙ୍କୁ ୧ ଥର ଓ ଝିଅଙ୍କୁ ୨ ଥର ମିଳିଥାଏ ତାହା କଣ ?
ଉ: Nick Name । ଝିଅମାନେ ବାହା ହେବା ପରେ ଶାଶୁଘରେ ଆଉ ଏକ ନାମ ଦିଆଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।