ଆସନ୍ତା ଜୁଲାଇ ୧ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ପବିତ୍ର ଘୋଷଯାତ୍ରା ଅର୍ଥାତ ରଥଯାତ୍ରା । ଓଡିଶା ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ସାରା ବିଶ୍ବରେ ପ୍ରସିଦ୍ଧ ଅଟେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦେଶ୍ୟରେ ଏହି ଯାତ୍ରା ପାଳନ କରାଯାଏ । ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ଏହି ଯାତ୍ରାକୁ ଆଗ୍ରହର ସହ ଅପେକ୍ଷା କରି ରହିଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ରଥଯାତ୍ରା ସହ ଜଡିତ କିଛି ସାଧାରଣ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଉତ୍ତର ଜାଣିଥିଲେ ଦିଅନ୍ତୁ ନଚେତ ତଳେ ଏହାର ଉତ୍ତର ଦେଖନ୍ତୁ ।
୧- ପୁତ୍ର ପିତାଙ୍କ ଋଣ କିପରି ପରିଶୋଧ କରେ ?
ଉ: ପୁତ୍ର ଲାଭ କରିବା ଦ୍ଵାରା
୨- ମନୁଷ୍ୟ କେତେ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ ?
ଉ: ୨୫ ବର୍ଷ

୩- ଦେବର୍ଷି ନାରଦଙ୍କ ପିତା କିଏ ?
ଉ: ବ୍ରହ୍ମା ନାରଦଙ୍କ ପିତା ଅଟନ୍ତି ।
୩- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଡ ସିଂହାର ବେଶ କେବେ ହୁଏ ?
ଉ: ମଘ ପୂର୍ଣ୍ଣିମା ଦିନ
୪- ଘରର ଦକ୍ଷିଣ ପଶ୍ଚିମ କୋଣକୁ କଣ କୁହାଯାଏ ?
ଉ: ନୌରତ କୋଣ
୫- ରାଶି ଚକ୍ର କ୍ରମରେ କନ୍ୟା ରାଶି କେଉଁ ସ୍ଥାନରେ ଅଛି ?
ଉ: ଷଷ୍ଠ
୬- ସନ୍ଥ ହାଡି ଦାସଙ୍କ ବନ୍ଧୁ କିଏ ଥିଲେ ?
ଉ: ନୀଳାଦ୍ରି ନନ୍ଦ
୭- ଶ୍ରୀ ମନ୍ଦିରରେ ଚନ୍ଦନ ଯାତ୍ରା କେବେ ଆରମ୍ଭ ହୁଏ ?
ଉ: ଅକ୍ଷୟ ତୃତୀୟା ଦିନ
୮- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ କେବେ ଆରମ୍ଭ ହୋଇଥାଏ ?
ଉ: ଆଷାଢ ଶୁକ୍ଳ ଏକାଦଶୀରେ

୯- ଅତିକବି କେଉଁ କବିଙ୍କ ଉପାଧି ?
ଉ: କବି ଜଗନ୍ନାଥ ଦାସଙ୍କୁ ଅତିକବି ଉପାଧି ଦିଆ ଯାଇଥିଲା ।
୧୦- ଚଉଷଠି ଯୋଗିନୀ ମନ୍ଦିର କିଏ ନିର୍ମାଣ କରିଥିଲେ ?
ଉ: ରାଜା ବରାହକେଶରୀ ନିର୍ମାଣ କରିଥିଲେ ।
୧୧- ଓଡିଶାର କେଉଁ ରାଜା ସବୁଠାରୁ ଅଧିକ ମନ୍ଦିର ନିର୍ମାଣ କରିଥିଲେ ?
ଉ: ରାଜା ବରାହକେଶରୀ ସବୁଠୁ ଅଧିକ ମନ୍ଦିର ନିର୍ମାଣ କରିଛନ୍ତି ।
୧୨- ମହାପ୍ରଭୁ ଜଗନ୍ନାଥଙ୍କ ରଥର ସାରଥିଙ୍କ ନାମ କଣ ?
ଉ: ଦାରୁକ
୧୩- ଦେବଦଳନ ବା ମାତା ସୁଭଦ୍ରାଙ୍କ ରଥର ସାରଥିଙ୍କ ନାମ କଣ ?
ଉ: ଅର୍ଜୁନ
୧୪- ବଳଭଦ୍ରଙ୍କ ରଥର ସାରଥିଙ୍କ ନାମ କଣ ?
ଉ: ମତାଳି

୧୫- ପ୍ରଭୁ ଜଗନ୍ନାଥଙ୍କ ରଥ କେଉଁ କଥାରେ ନିର୍ମାଣ କରାଯାଏ ?
ଉ: ନଡିଆ କାଠରେ
୧୬- ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ କାହାର ରଥ ପ୍ରଥମେ ଗଢାଯାଏ ?
ଉ: ବଳଭଦ୍ରଙ୍କ ରଥ
୧୭- ରଥଯାତ୍ରା କେବେ ପାଳନ କରାଯାଏ ?
ଉ: ଆଷାଢ ମାସ ଶୁକ୍ଲପକ୍ଷ ଦ୍ଵିତୀୟ ତିଥିରେ
୧୮- ରଥଯାତ୍ରାର ଅନ୍ୟ ନାମ କଣ ?
ଉ: ଘୋଷଯାତ୍ରା
୧୯- ରଥଯାତ୍ରା ପାଇଁ ରଥ ତିଆରି କେବେଠାରୁ ଆରମ୍ଭ ହୋଇଥାଏ ?
ଉ: ଅକ୍ଷୟ ତୃତୀୟା ଠାରୁ
୨୦- ରଥ ନିର୍ମାଣ ପରେ ତିନି କାଥର ପ୍ରତିଷ୍ଠା କିଏ କରିଥିଲେ ?
ଉ: ନାରଦ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।