ହସ୍ପିଟାଲରେ ବଳ ଦେଖାଇଲା Rahul, ତା’ର ଫିଜିଓଥେରାପି ସମୟର ଏହି ଭିଡିଓ ଦେଖିଲେ ଆପଣ ବି ଖୁସି ହୋଇଯିବେ

ଗତ କିଛିଦିନ ଛତିଶଗଡର ଦିବ୍ୟାଙ୍ଗ ବାଳକ ରାହୁଲ ସାହୁ ବୋରୱେଲ ଗାତକୁ ଖସି ପଡିଥିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ରାହୁଳକୁ ଉଦ୍ଧାର କରିବା ପାଇଁ ପ୍ରାୟ ୫୦୦ ଜଣ ଏନଡ଼ିଆରଏଫ, ଏସଡ଼ିଆରଏଫ ଓ ସେନାର କିଛି ଯବାନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଦୀର୍ଘ ୫ଦିନ ଧରି ରାହୁଲ ୮୦ ଫୁଟ୍ ଗଭୀର ବୋରୱେଲ ଗାତ ମଧ୍ୟରେ ଫସି ରହିଥିଲା । ରାହୁଲକୁ ଉଦ୍ଧାର କରିବା ସେତେ ସହଜ ନଥିଲା । ଉଦ୍ଧାର କାର୍ଯ୍ୟ ଯେତେ ଆଗକୁ ଆଗକୁ ଚାଲିଥିଲା ସେତେ ଅଧିକ ବାଧା ସାମ୍ନାକୁ ଆସୁଥିଲା ।

ରୋବୋଟିକ୍ସ ଟିମ୍ ରାହୁଲକୁ ଉଦ୍ଧାର କରିବାକୁ ବିଫଳ ହେବାପରେ ସମାନ୍ତରାଳ ଭାବେ ଖନନ କରାଯାଇ ରାହୁଲକୁ ଉଦ୍ଧାର କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ରାହୁଲକୁ ଉଦ୍ଧାର କରିବା ପାଇଁ ୫ ଦିନ ବିତି ଯାଇଥିଲା । ୧୦୫ ଘଣ୍ଟାର ଲଗାତାର ଅପରେସନ ପରେ ଯବାନ ମାନେ ରାହୁଲକୁ ଗାତ ଭିତରୁ ବାହାର କରିବାରେ ସଫଳ ହୋଇଥିଲେ । ରାହୁଲ ଭଲ ଭାବେ କଥା କହି ପାରେନାହିଁ । ତା’ ବାପାମା’ଙ୍କ କହିବା ଅନୁଯାୟୀ ରାହୁଲର ମାନସିକ ବିକାଶ ବହୁତ ଧୀର ହେଉଛି ।

ରାହୁଲକୁ ବାରମ୍ବାର ଡାକିବା ପରେ ସେ ପ୍ରତିକ୍ରିୟା ଦେଉଥିଲା ଓ ତା’ ପାଖକୁ ପଠା ଯାଉଥିବା କଦଳୀ ଓ ଓଆରଏସ ଡ୍ରିଙ୍କ ଆଦି ସେ ସେବନ କରୁଥିଲା । ଯାହାଫଳରେ ଏତେ ସମୟ ଧରି ଗାତା ଭିତରେ ସୁସ୍ଥ ରହିବା ପାଇଁ ତା’ ଶରୀରକୁ ଖାଦ୍ଯ ମିଳିଥିଲା । ତଥାପି ପାଣି ମଧ୍ୟରେ ଅନେକ ସମୟ ରହିବା ଫଳରେ ରାହୁଲର ଦେହ ହାତ ଶେଥା ପଡି ଯାଇଥିବାର ଦେଖା ଯାଇଥିଲା । ରାହୁଲର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡିବାକୁ ଲାଗିଥିଲା ।

କିନ୍ତୁ ଡେରି ହୋଇଥିଲେ ମଧ୍ୟ ସମୟ ଥାଉ ଥାଉ ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇ ପଡ଼ିଥିଲେ ଯବାନମାନେ । ରାହୁଲକୁ ଏହାପରେ ତୁରନ୍ତ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ମଧ୍ୟ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ରାହୁଲର ଚିକିତ୍ସାରେ ନିୟୋଜିତ କରା ଯାଇଛନ୍ତି । ରାହୁଲ ସୁସ୍ଥ ଅଛି କିନ୍ତୁ ମାଟି ତଳେ ଅଧିକ ସମୟ ରହିବା ଫଳରେ ତା’ ଶରୀରରେ କିଛି ବ୍ୟାକ୍ଟେରିଆ ସଂକ୍ରମଣ ଦେଖା ଯାଇଥିଲା । ଯାହାର ଚିକିତ୍ସା ଚାଲିଛି ଓ ରାହୁଲ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି ଡାକ୍ତର ।

ରାହୁଲକୁ ଫିଜିଓଥେରାପି ମଧ୍ୟ ଦିଆଯାଉଛି । ରାହୁଲର ଫିଜିଓଥେରାପି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରାହୁଲ ଖୁସି ଖୁସି ଏକ ବଡ ବଲ୍ କୁ ଗୋଡରେ ଠେଲୁଛି । ରାହୁଲ ସୁସ୍ଥ ଥିବା ଦେଖି ଦେଶବାସୀ ଖୁବ ଖୁସି ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।