Heavy Rainfall Alert: ପ୍ରବଳ ବର୍ଷା ହେବା ନେଇ ଏହି 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଥାଇପାରେ…

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟରେ ସକ୍ରିୟ ହୋଇଛି । ଯେଉଁଥି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପାଣିପାଗ ବିଭାଗ ରାଜ୍ୟର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରାୟ ୧୭.୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା କହିଛି ପାଣିପାଗ ବିଭାଗ ।

ମୌସୁମୀ ଛୁଇଁବା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ସ୍ଵାଭାବିକ ଠାରୁ ୮୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଆଜି ପାଇଁ ଯେଉଁ ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ସେହି ଜିଲ୍ଲା ଗୁଡିକ ହେଉଛନ୍ତି କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ବୌଦ୍ଧ, ବରଗଡ, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଯାଜପୁର ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାମାନେ । ଏହି ସବୁ ଜିଲ୍ଲା ମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ୨୩ ତାରିଖରେ ୧୨ଟି ଜିଲ୍ଲା, ୨୪ ତାରିଖ ପାଇଁ ୧୦ ଜିଲ୍ଲା ଏବଂ ୨୫ ତାରିଖ ପାଇଁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏନେଇ ଅଧିକ ସୂଚନା ଦେଇ ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ, ଆଜି ଠାରୁ ନେଇ ୨୫ ତାରିଖ ପର୍ଯ୍ୟନ୍ତ ଏହି ୭୨ ଘଣ୍ଟା ଓଡ଼ିଶା ପାଇଁ ବହୁତ କ୍ରୁସିଆଲ ରହିବାକୁ ଯାଉଛି ।

ଚଳିତ ବର୍ଷ ମୌସୁମୀ ଓଡିଶା ଛୁଇଁବା ପାଇଁ ବିଳମ୍ବ କରିଛି । ଯାହାଫଳରେ ଓଡ଼ିଶାକୁ ଆବଶ୍ୟକ ବର୍ଷା ମଧ୍ୟ ମିଳିନାହିଁ । ତେଣୁ ସେହି ସବୁକୁ ଭରଣ କରିବାକୁ ହେଲେ ଏହି ୭୨ ଘଣ୍ଟା ବର୍ଷା ହେବା ନିହାତି ଦରକାର ବୋଲି ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି । ଯେଉଁ ଘୂର୍ଣ୍ଣିବଳୟ କ୍ଷେତ୍ରଟି ସୃଷ୍ଟି ହୋଇଛି ତାହା ଟିକେ ଷ୍ଟ୍ରଙ୍ଗ ଅଛି ଆଉ ତାହା ଚଳପ୍ରଚଳ ହେଉଛି ବୋଲି ସେମାନେ ଅନୁମାନ କରୁଛନ୍ତି । ତା’ର ପ୍ରଭାବରେ ଓଡିଶା, ଛତିଶଗଡ, ବିହାର ଏହି ସବୁ ରାଜ୍ୟ ଯଥେଷ୍ଟ ବର୍ଷା ପାଇବେ ବୋଲି ଆଶା କରାଯାଉଛି ।

ପଶ୍ଚିମ ଓଡିଶା ଓ ଉତ୍ତର ଓଡିଶା ନିର୍ଦ୍ଦିଷ୍ଟ ଭାବେ ସବୁଠାରୁ ଅଧିକ ବର୍ଷା ପାଇବାର ସମ୍ଭାବନା ରହିଛି । ଆଭ୍ଯନ୍ତରୀଣ ଓଡିଶା ମଧ୍ୟ ନିଶ୍ଚିତ ଭାବେ ବର୍ଷା ପାଇବ ବୋଲି ଆଶା ରହିଛି । ତେଣୁ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅଋ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।