କମେଡିଆନ ଜୋଜୋଙ୍କୁ କି ରୋଗ ହୋଇଛି ? ୟୁଟ୍ଯୁବ ଛାଡିଲେ ଆଉ ଏକ ଭିଡିଓ କରି ଯାହା କହିଲେ ନା… ଆପଣଙ୍କୁ ବି ବିଶ୍ବାସ ହେବନି, ଦେଖନ୍ତୁ VIdeo

ୟୁଟ୍ଯୁବ ଫେସବୁକ ଭଳି ସବୁ ସୋସିଆଲ ମିଡିଆ ଆକାଉଣ୍ଟକୁ ବାଏ ବାଏ କରିଛନ୍ତି । କମେଡିଆନ ଜୋଜୋଙ୍କ ଅପହରଣ କଥା ମିଛ ଥିଲା ନା ଚାପରେ ପଡି ବୟାନ ବଦଳାଉଛନ୍ତି ଜୋଜୋ ? ଯଦି ସେଦିନ ମାନସିକ ଚାପରେ କହିଥିଲେ ତେବେ ଆଜିବି କୌଣସି ମାନସିକ ଚାପରେ କହିଥାଇ ପାରନ୍ତି । ଯିଏ ସମସ୍ତଙ୍କୁ ହସାଉଥିଲେ ସେ ଏବେ କାନ୍ଦିବାର ଦେଖିବାକୁ ମିଳୁଛି । ତେବେ ଜୋଜୋଙ୍କୁ କଣ ହୋଇଛି ଏହା ସବୁଠୁ ପ୍ରଶ୍ନ । ଅବସାଧ ଅର୍ଥାତ ଡିପ୍ରେସନରେ ନାହାନ୍ତି ତ କମେଡିଆନ ଯୋଗେଶ ଜୋଜୋ ।

ତାଙ୍କ ଉପରେ ପାରିବାରିକ ଚାପ ରହିଛି ନା କୌଣସି ବାହ୍ୟ ଚାପ । ସେ ଯାହା କହୁଛନ୍ତି ତାହା ନିଜ ମନରୁ କହୁଛନ୍ତି ନା ଆଉ କେହି ତାଙ୍କୁ ଏହା କହିବା ପାଇଁ ବାଧ୍ୟ କରୁଛନ୍ତି ? କିଛିଦିନ ପୂର୍ବରୁ ତାଙ୍କୁ ଅପହରଣ କରାଯାଇ ନିସ୍ତୁକ ମାଡ ମରା ଯାଇଥିବା କଥା କହିଥିଲେ ଜୋଜୋ । ସେ ନିଜେ ଭିଡିଓ କରି ଏହା ଜଣାଇବା ସହ ପୋଲିସରେ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଗତ ରବିବାର ଦିନ ସେ ଆଉ ଏକ ଭିଡିଓ କରି ସେସବୁ ମିଛ ଥିଲା ଏବଂ ତାଙ୍କ ମାନସିକ ଅବସ୍ଥା ଠିକ ନଥିବା କଥା ସେ କହିଛନ୍ତି ।

କିନ୍ତୁ ପ୍ରଶ୍ନ ଉଠୁଛି କି ଅପହରଣ ଭଳି ଏକ ସଙ୍ଗୀନ ଅଭିଯୋଗକୁ ମାନସିକ ଚାପରେ ପଡି ଜଣେ କେମିତି କହିବ ? ଜଣେ ମାନସିକ ରୋଗୀ ଲୋକଙ୍କୁ ପଛରେ ବସାଇ ଅପହରଣ କଥା କାହିଁକି କହିବ ? ଭିଡିଓରେ ଥିବା ସମସ୍ତେ କଣ ମାନସିକ ରୋଗୀ ଥିଲେ ନା ସମସ୍ତଙ୍କର ଅପହରଣ ହୋଇଥିଲା ? ସମସ୍ତେ କଣ ଏକାସାଥେ ଭ୍ରମିତ ହୋଇ ଯାଇଥିଲେ ?

ଅବସାଦରେ ଜଣେ ଲୋକଙ୍କୁ ଧରି ଅପହରଣ କଥା କେମିତି ବା କହିବ ? ଜୋଜୋଙ୍କର କେଉଁ ଭିଡିଓଟି ସତ ନା ଦୁଇଟି ଯାକ ଡାହା ମିଛ ତାହା ବାରି ହେଉନାହିଁ ? ଗୋଟିଏ ପରେ ଗୋଟିଏ କଥା କହି ଚାଲିଛନ୍ତି ଜୋଜୋ । କେତେବେଳେ ଅପହରଣ କଥା ତ କେତେବେଳେ ମାଳ ମାଳ ଶତ୍ରୁ ଥିବା କଥା ଏବଂ ଆଉ କେତେବେଳେ ମାନସିକ ଅବସାଦ କଥା କହି ଚାଲିଛନ୍ତି କମେଡିଆନ ଜୋଜୋ । ସବୁ କଥାକୁ ଜୋଜୋ କାହିଁକି ଗୋଲ ଗୋଲ କରି ଘୁମାଉଛନ୍ତି ।

କାହିଁକି ସବୁ କଥା ସ୍ପଷ୍ଟ କରୁନାହାନ୍ତି ? ସମସ୍ତେ ଜାଣିବାକୁ ଅପେକ୍ଷା କରିଛନ୍ତି କି, ଏମିତି କଣ ହୋଇଛି ଯେ ଯିଏ ସମସ୍ତଙ୍କୁ ହସାଉଥିଲେ ସେ ଆଜି କାନ୍ଦୁଛନ୍ତି ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।