ବାହାଘର ସରିଲା ଆଉ ବରକନ୍ଯା ବିଦା ହେଲେ, କିନ୍ତୁ ବରଗାଡିକୁ ବାଟରେ ଛକିଥିଲା ପ୍ରେମିକ । ଜଣେ ପ୍ରେମିକ ନିଜ ପ୍ରେମିକାର ବରଗାଡିକୁ ଅଟକାଇବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଅଟକାଇଲା ତା’ ନୁହେଁ ବରଂ ରାସ୍ତା ଉପରେ ହାଇଡ୍ରାମା ମଧ୍ୟ କଲା । ଶେଷରେ ସ୍ଥିତି ଏମିତି ହେଲା ଯେ ପୋଲିସକୁ ସେହି ସ୍ଥାନରେ ପହଞ୍ଚିବାକୁ ପଡିଲା । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ବରାଙ୍ଗ ଗାଁ’ରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ନିଶାକର ବାରିକଙ୍କ ପୁଅ ଦୀନବନ୍ଧୁ ବାରିକଙ୍କର ବାସୁଦେବପୁର ଥାନା ଅଧୀନ ଲୁଙ୍ଗା ପଞ୍ଚାୟତର ବାରିକ ସାହି ଗାଁ’ର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ଦୀନବନ୍ଧୁଙ୍କ ସହ ଝିଅର ବିବାହ କରିବା ପାଇଁ ଝିଅପକ୍ଷ ପ୍ରରିଶ୍ରୁତି ଦେଇଥିଲେ । ସେପଟେ କିନ୍ତୁ ଝିଅର ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି କରିଥିଲେ ଘରଲୋକ । ପ୍ରେମିକାର ବିବାହ ସମ୍ପର୍କରେ ଜଣାପଡିବା ପରେ ତାଙ୍କ ବାପଙ୍କୁ ଯୋଗାଯୋଗ କରିଥିଲେ ଦୀନବନ୍ଧୁ ।
ହେଲେ କେହି କଲ୍ ଉଠାଇ ନଥିଲେ । କେହି ଫୋନ ନ ଉଠାଇବାରୁ ବାଧ୍ୟ ହୋଇ ଏ ସମ୍ପର୍କରେ ଥାନାରେ ମାମଲା ଦାୟର କଲେ ପ୍ରେମିକ । କିନ୍ତୁ ରାତିରେ ପୋଲିସ କିଛି ନ କରିବାରୁ ସକାଳେ ବରକନ୍ଯା ବିଦା ହେବା ବେଳକୁ ରାସ୍ତାରେ ବରଗାଡିକୁ ଏମିତି ଅଟକାଇ ଥିଲେ ଦୀନବନ୍ଧୁ । ବରଗାଡିକୁ ରାସ୍ତାରେ କାହିଁକି ଅଟକା ଯାଇଛି ସେନେଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୁଷ୍ପଲତାଙ୍କ ଶାଶୁଘର ଲୋକ ଓ ତାଙ୍କ ସ୍ଵାମୀ । ପୁଷ୍ପଲତାଙ୍କ ସ୍ଵାମୀ ଏ ସମ୍ବନ୍ଧରେ କିଛି ଜାଣି ନଥିବା କହିଥିଲେ ।
ଦୀନବନ୍ଧୁ କହିଥିଲେ ଓ ଗତ ୬ ବର୍ଷ ହେବ ପୁଷ୍ପଲତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଯେତେବେଳେ ଟଙ୍କା ପଇସା ଯାହା ମାଗୁଥିଲେ ଓ ପୁଷ୍ପଲତାଙ୍କୁ ଦେଉଥିଲେ ଓ ଦୁହେଁ ପରସ୍ପରକୁ ଖୁବ ଭଲ ପାଉଥିଲେ । କିନ୍ତୁ ବିବାହର ଦୁଇଦିନ ଆଗରୁ ବି ପୁଷ୍ପଲତା ଓ ତାଙ୍କ ବାପା ତାଙ୍କୁ ବିବାହ ପାଇଁ କଥା ଦେଇଥିଲେ । ସେତେବେ ପର୍ଯ୍ୟନ୍ତ ମଧ୍ୟ ଦୀନବନ୍ଧୁଙ୍କୁ ବିବାହ କଥା ଜଣାଇ ନଥିଲେ ପୁଷ୍ପଲତା । ଯାହାପରେ ପ୍ରେମିକ ଜଣକ ବାଧ୍ୟ ହୋଇ ଏଭଳି କାଣ୍ଡ କରିଥିଲେ ।
ରାସ୍ତା ଉପରେ ଉତ୍ତେଜନା ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତିନିପକ୍ଷଙ୍କ ଆଲୋଚନା କରିଥିବା ନେଇ ଜଣାପଡିଛି । ପ୍ରେମିକ ଓ ତାଙ୍କ ବାପାଙ୍କୁ ପୋଲିସ କିଛି ସମୟ ଅଟକାଇବା ପରେ ଛାଡି ଦେଇଛି । ତେବେ ବିଚ୍ ରାସ୍ତାରେ ବରଗାଡିକୁ ଏଭଳି ଅଟକାଇବା ନେଇ ପୁରା ରାଜ୍ୟରେ ବେଶ ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।